ଭୋକିଲା ଦୂର ପାଇଁ ଆଗେଇ ଆସିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ସୋନମ କପୁର ଅନେକ ସାମାଜିକ କାର୍ଯ୍ୟ ସହିତ ନିଜକୁ ଜଡିତ କରିଛନ୍ତ। ଏପେ ସମଗ୍ର ବିଶ୍ୱରେ କ୍ଷୁଧା ଦୂର କରିବାକୁ ସେ ସ୍ଥିର କରିଛନ୍ତି। ସେ ଜାତିସଂଘର ଏକ ମିଶନରେ କାର୍ଯ୍ୟ କରୁଛନ୍ତି, ଯାହା ମାଧ୍ୟମରେ ବିଶ୍ୱରେ କାହାକୁ ଭୋକିଲା ରହିବାକୁ ପଡିବ ନାହିଁ। ସୋନମ ଟୁଇଟ୍‌ କରି ଏହି ନୂତନ ମିଶନ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି – ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ପୁରସ୍କାର ପାଇଁ ଅନେକ ଶୁଭେଚ୍ଛା। ଏହା ଆମକୁ ସ୍ମରଣ କରାଏ ଯେ, ବିଶ୍ୱରେ ସେତେବେଳେ ଶାନ୍ତି ପ୍ରତିଷ୍ଠା ହୋଇପାରିବ, ଯେତେବେଳେ ବିଶ୍ୱରେ କେହି ଭୋକିଲା ରହିବେ ନାହିଁ। ସୋନମ ଏହି ମିଶନ ସହିତ ବହୁ ପୂର୍ବରୁ ଜଡିତ କରିଛନ୍ତି। ସେ ଚାହୁଁଛନ୍ତି ଯେ ତାଙ୍କର ସମସ୍ତ ପ୍ରଶଂସକ ଏହି ମିଶନରେ ଯୋଗ ଦିଅନ୍ତୁ, ଯାହା ଦ୍ୱାରା ଅନାହାର ହଟିପାରିବ। ସୂଚନାଯୋଗ୍ୟ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ସୋନମ କପୁରଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଇଛି। ଏହି ମିଶନରେ ସୋନମଙ୍କ ଭୂମିକାକୁ ପ୍ରଶଂସା କରି କୁହାଯାଇଛି ଯେ ସେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି।

Share