ପୁଅର ନାମ ‘ବାୟୁ’ ରଖିଲେ ସୋନମ୍‌

ବମ୍ବେ: ପୁଅର ନାମକରଣ କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପୁଅର ପ୍ରଥମ ଝଲକ ଦେଖାଇଛନ୍ତି ସେ। ଏଥିସହ ତାଙ୍କ ପୁଅର ନାମ ସେ ‘ବାୟୁ କପୁର ଆହୁଜା’ ରଖିଥିବା ସ୍ପଷ୍ଟ କରିଛନ୍ତି। ଏପରି ନାମକରଣର ଅର୍ଥ ମଧ୍ୟ ସେ କହିଛନ୍ତି।

ବାୟୁ ହେଉଛି ପାଞ୍ଚ ତତ୍ତ୍ୱ ମଧ୍ୟରୁ ଗୋଟିଏ। ବାୟୁ ହନୁମାନ, ଭୀମ ଏବଂ ମାଧବଙ୍କର ଆଧ୍ୟାତ୍ମିକ ପିତା ମଧ୍ୟ। ସେହି ଶକ୍ତିର ଭାବନାରେ ଯିଏ ଆମ ଜୀବନକୁ ଏକ ନୂଆ ଅର୍ଥ ଦେଇଛି। ହନୁମାନ ଏବଂ ଭୀମଙ୍କ ଭାବନାରେ ଯିଏ ସାହସ ଏବଂ ଶକ୍ତିର ପ୍ରତୀକ। ସବୁଠାରୁ ପବିତ୍ର, ଜୀବନଦାୟିନୀ ଏବଂ ଆମର ସମସ୍ତ ଜିନିଷ ଲାଗି, ଆମେ ଆମ ପୁଅ ବାୟୁ କପୁର ଆହୁଜାଙ୍କ ଲାଗି ଆଶୀର୍ବାଦ ଚାହୁଁଛୁ ବୋଲି ସୋନମ ପୋଷ୍ଟରେ କହିଛନ୍ତି। ଏହି ପୋଷ୍ଟ ପରେ ବଲିଉଡ୍‌ର ଅନେକ କଳାକାର ଦମ୍ପତିଙ୍କୁ ଶୁଭକାମନା ଜଣାଉଛନ୍ତି।

Share