Categories: ବାଣିଜ୍ୟ

୮ମାସରେ ସୋନାଲିକାର ୧ଲକ୍ଷ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୪।୧୨: ଦେଶର ପ୍ରମୁଖ ଟ୍ରାକ୍ଟର କମ୍ପାନୀ ତଥା ସର୍ବବୃହତ୍‌ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଆଉ ଏକ ସଫଳତା ସହ ଲକ୍ଷ୍ୟ ପୂରଣ କରିଛି। ଏପରିକି ଚଳିତ ଆର୍ଥିକ ବର୍ଷର ୮ ମାସ ( ୨୦୨୨ ଏପ୍ରଲରୁ ନଭେମ୍ବର)ରେ ୧ ଲକ୍ଷରୁ ଅଧିକ ସମନ୍ବିତ ଟ୍ରାକ୍ଟର ବିକ୍ରି କରିପାରିଛି। ବିଶେଷକରି କମ୍ପାନୀର ଉନ୍ନତ ବୈଷୟିକ ତଥା ଚମତ୍କାର ସହ ଜଡ଼ିତ ରହିଛି। ସେହିଭଳି ଏହା ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ଏକ ଉଜ୍ଜ୍ୱଳ ୧୧.୨% ଅଭିବୃଦ୍ଧି ହାସଲ କରିଛି। ଏହି ଅବଧି ମଧ୍ୟରେ ୮.୮%ର ଶିଳ୍ପ ଅଭିବୃଦ୍ଧି ସହ ବିକ୍ରୟ ପ୍ରଦର୍ଶନ ବର୍ଷକୁ ଦ୍ରୁତ ଅଗ୍ରଗାମୀ କରିପାରିଛି। ସେହିପରି ଗତ ୬ ବର୍ଷ ଧରି ସୋନାଲିକା ୧ଲକ୍ଷ ଟ୍ରାକ୍ଟର ବିକ୍ରି ଲକ୍ଷ୍ୟଧାର୍ଯ୍ୟ ଅତି ସହଳ ହାସଲ କରିପାରିଛି। ୨୦୧୭-୧୮ ରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଫଳତା ହାସଲ ଜାରି ରହିଛି। ଅପରପକ୍ଷରେ ୨୦୧୭-୧୮ରେ ସୋନାଲିକା ଟ୍ରାକ୍ଟର ଦ୍ୱାରା ୧ଲକ୍ଷ ଟ୍ରାକ୍ଟର ବିକ୍ରିର ଚମତ୍କାର ପ୍ରଦର୍ଶନ ପ୍ରଥମ ଥର ପାଇଁ ହାସଲ କରାଯାଇଥିଲା। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, କମ୍ପାନୀର ଏହି ସଫଳତା ଓ ଲକ୍ଷ୍ୟଧାର୍ଯ୍ୟ ପୂରଣ ଆମକୁ ବେଶ୍‌ ଉତ୍ସାହିତ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୮ ମାସ ମଧ୍ୟରେ ଆମର ଦ୍ରୁତତମ ୧ଲକ୍ଷ ଟ୍ରାକ୍ଟର ବିକ୍ରିର ଏକ ବିରଳ ରେକର୍ଡ କରିଛି।

Share