୮ମାସରେ ସୋନାଲିକାର ୧ଲକ୍ଷ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୪।୧୨: ଦେଶର ପ୍ରମୁଖ ଟ୍ରାକ୍ଟର କମ୍ପାନୀ ତଥା ସର୍ବବୃହତ୍‌ ଟ୍ରାକ୍ଟର ରପ୍ତାନି ବ୍ରାଣ୍ଡ୍‌ ସୋନାଲିକା ଆଉ ଏକ ସଫଳତା ସହ ଲକ୍ଷ୍ୟ ପୂରଣ କରିଛି। ଏପରିକି ଚଳିତ ଆର୍ଥିକ ବର୍ଷର ୮ ମାସ ( ୨୦୨୨ ଏପ୍ରଲରୁ ନଭେମ୍ବର)ରେ ୧ ଲକ୍ଷରୁ ଅଧିକ ସମନ୍ବିତ ଟ୍ରାକ୍ଟର ବିକ୍ରି କରିପାରିଛି। ବିଶେଷକରି କମ୍ପାନୀର ଉନ୍ନତ ବୈଷୟିକ ତଥା ଚମତ୍କାର ସହ ଜଡ଼ିତ ରହିଛି। ସେହିଭଳି ଏହା ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ରେକର୍ଡ ହୋଇଥିବା ଏକ ଉଜ୍ଜ୍ୱଳ ୧୧.୨% ଅଭିବୃଦ୍ଧି ହାସଲ କରିଛି। ଏହି ଅବଧି ମଧ୍ୟରେ ୮.୮%ର ଶିଳ୍ପ ଅଭିବୃଦ୍ଧି ସହ ବିକ୍ରୟ ପ୍ରଦର୍ଶନ ବର୍ଷକୁ ଦ୍ରୁତ ଅଗ୍ରଗାମୀ କରିପାରିଛି। ସେହିପରି ଗତ ୬ ବର୍ଷ ଧରି ସୋନାଲିକା ୧ଲକ୍ଷ ଟ୍ରାକ୍ଟର ବିକ୍ରି ଲକ୍ଷ୍ୟଧାର୍ଯ୍ୟ ଅତି ସହଳ ହାସଲ କରିପାରିଛି। ୨୦୧୭-୧୮ ରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଫଳତା ହାସଲ ଜାରି ରହିଛି। ଅପରପକ୍ଷରେ ୨୦୧୭-୧୮ରେ ସୋନାଲିକା ଟ୍ରାକ୍ଟର ଦ୍ୱାରା ୧ଲକ୍ଷ ଟ୍ରାକ୍ଟର ବିକ୍ରିର ଚମତ୍କାର ପ୍ରଦର୍ଶନ ପ୍ରଥମ ଥର ପାଇଁ ହାସଲ କରାଯାଇଥିଲା। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, କମ୍ପାନୀର ଏହି ସଫଳତା ଓ ଲକ୍ଷ୍ୟଧାର୍ଯ୍ୟ ପୂରଣ ଆମକୁ ବେଶ୍‌ ଉତ୍ସାହିତ କରିଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୮ ମାସ ମଧ୍ୟରେ ଆମର ଦ୍ରୁତତମ ୧ଲକ୍ଷ ଟ୍ରାକ୍ଟର ବିକ୍ରିର ଏକ ବିରଳ ରେକର୍ଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri