Categories: ଜାତୀୟ

‘ମୋ ମା’ଙ୍କ ମୃତୁ୍ୟର ସିବିଆଇ ଯାଞ୍ଚ କରାଯାଉ’ ମୋଦିଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ

ଚଣ୍ଡିଗଡ଼,୬ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତୁ୍ୟ ମାମଲା ଏବେବି ରହସ୍ୟ ଘେରରେ । ଏହି ଘଟଣାକୁ ନେଇ ଏବେ ସାନାଲିଙ୍କ ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି ମୋ ମାଆଙ୍କ ମୃତୁ୍ୟର ସିବିଆଇ ଯାଞ୍ଚ କରାଯାଉ । ସୂଚନାଯୋଗ୍ୟ, ଗତ ମାସରେ ସୋନାଲି ଫୋଗାଟଙ୍କର ଗୋଆରେ ମୃତୁ୍ୟ ହୋଇଥିଲ । ଏବେ ଗୋଆ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ଯଶୋଧାରା ତାଙ୍କ ଚିଠିରେ ମାଆ ସୋନାଲି ଫୋଗାଟଙ୍କ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି । ସେ ଲେଖିଛନ୍ତି, ମୁଁ ସୋନାଲି ଫୋଗାଟଙ୍କ ଝିଅ ଯଶୋଧାରା ଫୋଗାଟ ସରକାରଙ୍କୁ ଅପିଲ କରୁଛି, ଏହି ମାମଲାର ଯାଞ୍ଚ ଗୋଆ ପୋଲିସରୁ ସିବିଆଇକୁ ଟ୍ରାନ୍ସଫର କରାଯାଉ । ସୂଚନାଯୋଗ୍ୟ, ସୋନାଲି ଫୋଗାଟଙ୍କ ମୃତୁ୍ୟ ମାମଲାକୁ ନେଇ ତାଙ୍କ ପରିବାର ପକ୍ଷରୁ ଲଗାତାର ସିବିଆଇ ଯାଞ୍ଚ ଦାବି କରାଯାଉଛି । ପରିବାରର ଅଭିଯୋଗ ଯେ ଗୋଆ ପୋଲିସ ମାମଲାର ଉଚିତ ଯାଞ୍ଚ କରୁନାହିଁ । ସୋନାଲି ଫୋଗାଟଙ୍କ ପୁରୁତା ବିକାଶ ସିଂଘମାର ନିକଟରେ ଅଭିଯୋଗ କରିଥିଲେ କି ଗୋଆ ପୋଲିସ ଉପରେ ରାଜନୈତିକ ଚାପ ରହିଛି । ସେଥିପାଇଁ ଆମେ ଏହି ମାମଲାର ସିବିଆଇ ଯାଞ୍ଚ ଦାବି କରୁଛୁ ।

Share