Categories: ଫୁରସତ

‘ବଡେ ମିୟାଁ ଛୋଟେ ମିୟାଁ’ରେ ସୋନାକ୍ଷୀଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍‌ ଏକାଠି ଏକ ପରଦାରେ ନଜରକୁ ଆସିବେ। ଆଗାମୀ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ପାଇଁ ଉଭୟ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର କିଛି ଭାଗ ଶୁଟିଂ ମୁମ୍ବାଇରେ ଶେଷ ହୋଇଥିବାବେଳେ ବର୍ତ୍ତମାନ ସ୍କଟ୍‌ଲାଣ୍ଡରେ ଚାଲୁ ରହିଛି। ଏନେଇ ପ୍ରଯୋଜକ ଜ୍ୟାକି ଭାଗ୍ନାନି ଏହାର ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ତେବେ ଏହା ମଧ୍ୟରେ ଚଳଚ୍ଚିତ୍ରରେ ବି-ଟାଉନ୍‌ କୁଇନ୍‌ ସୋନାକ୍ଷୀ ସିହ୍ନାଙ୍କ ଏଣ୍ଟ୍ରି ହୋଇଛି। ଏନେଇ ସୋନାକ୍ଷୀ କହିଛନ୍ତି, ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି। ସେ ଆଗରୁ ଅକ୍ଷୟ କୁମାରଙ୍କ ସହ ସିନେମା ‘ରାଉଡି ରାଠୋର’ରେ ଅଭିନୟ କରିସାରିଛନ୍ତି। ତାହା ସର୍ବଦା ଆନନ୍ଦ ଦାୟକ ବୋଲି କହିଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ପ୍ରଥମଥର ପାଇଁ କାମ କରିବାକୁ ଅପେକ୍ଷା କରିଥିବା ସେ କହିଛନ୍ତି। ଏହି ଫିଲ୍ମରେ ଅଲି ଅବାସ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସୋନାକ୍ଷୀ ସଞ୍ଜୟ ଲୀଲା ଭଂସାଲିଙ୍କ ୱେବ୍‌ସିରିଜ୍‌ ‘ହୀରାମଣ୍ଡି’ରେ ନଜରକୁ ଆସିବେ। ଏଥିସହ ସେ ଏକ୍ସେଲ୍‌ ଏଣ୍ଟରଟେନ୍‌ମେଣ୍ଟ ଓ ଟାଇଗର ବେବି ଫିଲ୍ମସର ‘ଦହାଡ୍‌’ରେ ମଧ୍ୟ ସେ ନଜର ଆସିବେ। ଡିଜିଟାଲ ଦୁନିଆରେ ଏହା ତାଙ୍କର ପ୍ରଥମ ଏଣ୍ଟ୍ରି ହେବ।

Share