ବୟ ଫ୍ରେଣ୍ଡଙ୍କ ସହ ନଜର ଆସିଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍କ ଲର୍ଗ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବୟ ଫ୍ରେଣ୍ଡଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । କିଛିଦିନ ହେବ ବିବାହକୁ ନେଇ ଗଣମାଧ୍ୟମର ପ୍ରଶ୍ନରେ ସାମାନ୍ୟ ହଡବଡେଇ ଯାଇଥିବା ସୋନାକ୍ଷୀ ଏବେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଡେଟିଂ କରୁଛନ୍ତି ।
ସୋନାକ୍ଷୀ ଏବେ ‘ନୋଟବୁକ’ ଆକ୍ଟର ଜହିର ଇକବାଲଙ୍କ ସହ ରିଲେସନଶିପରେ ଅଛନ୍ତି ବୋଲି କୁହାଯାଉଛି । ହେଲେ ଏ ସମ୍ପର୍କରେ ଏମାନେ କେହି କେବେ ଖୋଲା ଖୋଲି କଥା ହୋଇ ନାହାନ୍ତି । ତେବେ ସୋନାକ୍ଷୀ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଇକବାଲଙ୍କ ସହ ଡେଟରେ ଯାଉଥିବା ଜଣାପଡିଛି । ନିକଟରେ ଏହି ପ୍ରେମୀ ଯୁଗଳଙ୍କୁ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ସୋନାକ୍ଷୀ ବ୍ଲାକ କଲର ୱନ ଅଫସୋଲଡର ଶିମରି ବ୍ଲାକ ଡ୍ରେସ ସହ ହାଇହିଲରେ ନଜର ଆସିଥିଲେ ସୋନାକ୍ଷୀ କମ୍ ମେକ୍‌ଅପରେ ତାଙ୍କ ଲୁକକୁ କମ୍ପ୍ଲିଟ କରିଥିଲେ । ସେହିପରି ଇକବାଲ ବି କଳା ରଙ୍ଗର ପୋଷାକରେ ନଜର ଆସିଥିଲେ । ଇକବାଲ ଏଥିରେ ଖୁବ୍ ହ୍ୟାଣ୍ଡସମ ଲାଗୁଥିବା ବେଳେ ଅଭିନେତ୍ରୀ ବି କିଛି କମ୍ ସୁନ୍ଦର ଦେଖାଯାଉ ନ ଥିଲେ ।

Share