ପୁଣିଥରେ ସୋନାକ୍ଷୀଙ୍କ ସହ ରୋମାନ୍ସ କରିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ମୁଭିର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ‘ସେଲଫି’ ନିକଟରେ ରିଲିଜ୍ ହୋଇଥିଲା । ହେଲେ ଏହି ମୁଭିକୁ ଦର୍ଶକେ ଏତେ ପସନ୍ଦ କରି ନ ଥିଲେ । ଫଳରେ ବକ୍ସ ଅଫସରେ ଭଲ ବିଜନେସ ନ କରିପାରି ମୁଭିଟି ଫ୍ଲପ ହୋଇଛି । ଗତ ବର୍ଷ ବି ଅକ୍ଷୟଙ୍କ ଅଭିନୀତ ଗୋଟିଏ ବି ମୁଭି ହିଟ୍ ହୋଇ ନ ଥିଲା । ଲଗାତାର ଫ୍ଲପ ମୁଭି ଦେଇ ଚାଲିଥିବା ଅକ୍ଷୟ ଏବେ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ବୋଲି କୁହାଯାଏ ।
ଏବେ କିନ୍ତୁ ଅକ୍ଷୟଙ୍କ ଆଉ ଏକ ମୁଭି ତାଙ୍କୁ ବକ୍ସ ଅଫିସର କିଙ୍ଗ କରିପାରେ । ସେଲ୍ଫି ପରେ ଏବେ ଅକ୍ଷୟଙ୍କ ମୁଭି ‘ବଡେ ମିଆଁ ଛୋଟେ ମିଆଁ’କୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ତେବେ ଏହି ମୁଭିରେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଏଣ୍ଟ୍ରି ଦର୍ଶକଙ୍କ ଏକ୍ସାଇଟମେଣ୍ଟକୁ ଆହୁରି ବଢାଇ ଦେଇଛି । ନିକଟରେ ସୋନାକ୍ଷୀ ସ୍ପଷ୍ଟ କରିଥିଲେ କି ସେ ‘ବଡେ ମିଆଁ ଛୋଟେ ମିଆଁ’ରେ ଏଣ୍ଟ୍ରି କରି ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏଥିରେ ସୋନାକ୍ଷୀଙ୍କ ବ୍ୟତିତ ଟାଇଗର ର୍ଶ୍ରଫ ବି ନଜର ଆସିବେ । ଏବେ ଏକ ଅପଡେଟ୍ସ ହେଉଛି ଅକ୍ଷୟଙ୍କ ଏହି ମୁଭିକୁ ସୁପରହିଟ୍ କରିବାକୁ ଏବେ ସାନାକ୍ଷୀ ଅକ୍ଷୟଙ୍କ ସହ ଆସିଯାଇଛନ୍ତି । ସୋନାକ୍ଷୀ ମିଡିଆ ସହ କଥା ହୋଇ କହିଛନ୍ତି ଅକ୍ଷୟଙ୍କ ସହ କାମ କରିବା ଖୁସିର କଥା ।
ସୂଚନାଯୋଗ୍ୟ, ସୋନାକ୍ଷୀ ଏହାପୂର୍ବରୁ ୨୦୧୨ରେ ଅକ୍ଷୟଙ୍କ ସହ ମୁଭି ‘ରାଓଡି ରାଠୋଡ’ରେ କାମ କରି ସାରିଛନ୍ତି । ଏହାସହ ‘ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ଦୋବାରା, ହଲିଡେ, ମିଶନ ମଙ୍ଗଳ ମୁଭିରେ ଅକ୍ଷୟଙ୍କ ସହ କାମ କରିଛନ୍ତି ଦବଙ୍ଗ ଗର୍ଲ । ସୋନାକ୍ଷୀ ସଲମାନଙ୍କ ମୁଭି ‘ଦବଙ୍ଗ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏଥର ସେ ମୁଭି ‘ବଡେ ମିଆଁ ଛୋଟେ ମିଆଁ’ରେ ଅକ୍ଷୟଙ୍କ ସହ ପୁଣି ରୋମାନ୍ସ କରିବାକୁ ଆସିଥିବା ବେଳେ ଟାଇଗରଙ୍କ ସହ କିନ୍ତୁ ପ୍ରଥମଥର ଅଭିନୟ କରିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri