ବ୍ଲାକ ଆଉଟ ଫିଟ୍‌ରେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ନାୟିକା ସୋନାକ୍ଷୀ ସିହ୍ନା ନିକଟରେ ଏକ ଫଟୋ ଶୁଟ୍ କରିଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ବ୍ଲାକ ଆଉଟ୍‌ଫିଟ୍‌ରେ ଖୁବ୍ ସୁନ୍ଦର ଲାଗୁଛନ୍ତି ଏହି ନାୟିକା । ଏଥିରେ ସେ ସ୍ଲିମ ଲାଗୁଛନ୍ତି । ଯାହାକୁ ଦେଖିଲା ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ଦେଇ ଚାଲିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ସୋନାକ୍ଷୀ ଏମିତି କିଛି ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେଉଛି । ବଲିଉଡ୍ ନାୟିକା ସୋନାକ୍ଷୀ ପ୍ରଥମେ ସଲମାନଙ୍କ ଅଭିନୀତ ଫିଲ୍ମ ଦବଙ୍ଗରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏବେ ସେ ଜଣେ ଆଗ ଧାଡିର ନାୟିକା । ଏବେ ମୁଭି ‘ଭୁଜ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ସୋନାକ୍ଷୀ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମରେ ସୋନାକ୍ଷୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

Share