ମୁଁ ସିଙ୍ଗଲ୍‌, ହେଲେ ବିବାହ କରିବାକୁ ଚାହୁଁଛି: ସୋନାକ୍ଷୀ

ବମ୍ବେ: ସିଙ୍ଗିଲ୍‌ ଅଛି। ହେଲେ ବିବାହ କରିବାକୁ ଚାହୁଁଛୁ। ଏଥିପାଇଁ ମୁଁ ଅପେକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ପୂର୍ବରୁ ଅନେକ ଥର ସୋନାକ୍ଷୀ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ମୁହଁ ଖୋଲିଥିଲେ ହେଁ ଏବେ ଜୀବନସାଥୀଙ୍କ ବିଷୟରେ ପ୍ରଥମ କରି କହିଛନ୍ତି।

ସୋନାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି, ସେ ସବୁବେଳେ ବିବାହ କରିବାକୁ ଚାହିଁ ଆସିଛନ୍ତି। ହେଲେ ଏଥିପାଇଁ ଏବେ ସେ ଅପେକ୍ଷା କରିବାକୁ ଚାହୁଁଛନ୍ତି। ସେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି। ନିଜର ପରିଚୟ ତିଆରି କରିଛନ୍ତି। ଏଭଳି ସୋପାନରେ ପହଞ୍ଚିବା ପରେ ପ୍ରକୃତ ଜୀବନସାଥୀ ପାଇଁ ଅପେକ୍ଷା କରିବା ଭୁଲ ନୁହେଁ। ବିବାହ ହେଲେ ସେ ଖୁସି ହେବେ। ହେଲେ ଏବେ ବି ସେ ଖୁସିରେ ଅଛନ୍ତି ବୋଲି କହିଛନ୍ତି।

ସୋନାକ୍ଷୀଙ୍କ ଅପକମିଂ ଫିଲ୍ମକୁ ଯଦି ଦେଖିବା ତେବେ ସେ ଖୁବ୍‌ଶୀଘ୍ର ଭୁଜ-ପ୍ରାଇଡ୍‌ ଅଫ୍‌ ଇଣ୍ଡିଆରେ ନଜର ଆସିବେ। ଫିଲ୍ମରେ ସେ ଏକ ଗୁଜରାଟି ମହିଳା ଭୂମିକାରେ ଅଭିନୟ କରୁଛନ୍ତି।

Share