ସୋନାକ୍ଷୀଙ୍କ ନାଁରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ଏବେ ଅଡୁଆରେ । ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜର ସୋନାକ୍ଷୀଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଥିଲେ । ଏହି ମାମଲା ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ସୋନାକ୍ଷୀ ଏହାକୁ ମିଛ ବୋଲି କହିଥିଲେ । ଏବେ ସୋନାକ୍ଷୀ ତାଙ୍କର ଏହି ବୟାନକୁ ନେଇ ପୁଣିଥରେ ଅଡୁଆରେ ପଡିଯାଇଛନ୍ତି । ମୁରାଦାବାଦର ଇଭେଣ୍ଟ ମ୍ୟାନେଜର ଅଭିନେତ୍ରୀଙ୍କ ନାଁରେ ଆପତ୍ତିଜନକ ବୟାନ ଦେଇଥିବା ଅଭିଯୋଗରେ ଏସିଜେଏମ-୫ କୋର୍ଟରେ ଏକ ପ୍ରାର୍ଥନା ପତ୍ର ଦାଖଲ କରିଛନ୍ତି । ମ୍ୟ।।ନେଜର ଅଭିଯୋଗ କରିଛନ୍ତି କି ଅଭିନେତ୍ରୀ ତାଙ୍କ ବୟାନରେ ଅପଶବ୍ଦ ବ୍ୟବହାର କରିଛନ୍ତି, ଯାହା ତାଙ୍କ ଇମେଜ ଉପରେ ପ୍ରଭାବ ପକାଇଛି । ଏହି ଅଭିଯୋଗ କ୍ରମେ କୋର୍ଟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଏପ୍ରିଲ ୪, ୨୦୨୨ରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ୩୦ ସେପ୍ଟେମ୍ବର ୨୦୧୮ରେ ଦିଲ୍ଲୀରେ ଏକ ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟକୁ ସୋନାକ୍ଷୀ ସିହ୍ନା ଆସିବାର ଥିଲା । ଏଥିପାଇଁ ସେ ଏୟାରପ୍ଲେନ ଟିକେଟ ଓ ସମସ୍ତ ରାଶି ନେଇଯାଇଥିଲେ କିନ୍ତୁ ଇଭେଣ୍ଟକୁ ଆସି ନ ଥିଲେ । ଏହାକୁ ନେଇ ମ୍ୟାନେଜର ପ୍ରମୋଦ ଶର୍ମା କଟଘରରେ ୨୨ ଫେବୃୟାରୀ ୨୦୧୯ରେ ସୋନାକ୍ଷୀଙ୍କ ସମେତ ୫ ଜଣଙ୍କ ନାଁରେ ଠକେଇ ମାମଲା ରୁଜୁ କରିଥିଲେ ।

Share