ପ୍ରଥମ ଫିଲ୍ମ ପାଇଁ ନିଜର ଓଜନ କମାଇଥିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡର ଦବଙ୍ଗଗର୍ଲ ଭାବେ ପରିଚିତ ସୋନାକ୍ଷି ସିହ୍ନା ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୨ ଜୁନ ୧୯୮୭ରେ ସୋନାକ୍ଷିଙ୍କର ଜନ୍ମ ବିହାରର ପାଟନାରେ ହୋଇଥିଲା। ବଲିଉଡର ନାଁ କରା ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କର ଝିଅ ହେଉଛନ୍ତି ସୋନାକ୍ଷି ସିହ୍ନା। ଆର୍ଯ୍ୟା ବିଦ୍ୟା ମନ୍ଦିର ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରି ସୋନାକ୍ଷି ଶ୍ରୀମତି ନାଥିବାଇ ଦାମୋଦର ଠାକରସି ମହିଳା ବିଦ୍ୟାପୀଠ ମୁମ୍ବାଇରେ ଫ୍ୟାଶନ ଡିଜାଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
ସୋନାକ୍ଷି ୨୦୦୫ରେ ଫିଲ୍ମ ‘ମେରା ଦିଲ ଲେକର ଦେଖୋ’ରେ କଷ୍ଟ୍ୟୁମ ଡିଜାଇନର ଭାବେ ବଲିଉଡରେ ତାଙ୍କର କ୍ୟାରିୟର ଆରବମ୍ଭ କରିଥିଲେ। ବହୁତ କମ ଲୋକ ଜାଣନ୍ତି କି ସୋନାକ୍ଷି ଫିଲ୍ମରେ ଅଭିନୟ କରିବା ପୂର୍ବରୁ ମଡେଲ ଭାବେ କାମ କରୁଥିଲେ। ୨୦୦୮-୨୦୦୯ରେ ସୋନାକ୍ଷି ଲାକମେ ଫ୍ୟାଶନ ଓ୍ବିକରେ ର଼୍ୟାମ୍ପରେ ଚାଲିଥିଲେ। ଏହାପରେ ୨୦୧୦ରେ ସଲମାନ ଖାଁଙ୍କ ସହ ମୁଭି ‘ଦବଙ୍ଗ’ରୁ ବଳିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏହା ସୁପରହିଟ ହେବା ସହ ଏହି ମୁଭି ପାଇଁ ସୋନାକ୍ଷି ଫିଲ୍ମ ଫେୟାର ବେଷ୍ଟ ଡେବ୍ୟୁ ଆଓ୍ବାର୍ଡ ହାତେଇଥିଲେ।
ବହୁତ କମ ଲୋକ ଜାଣନ୍ତି ଫିଲ୍ମ ‘ଦବଙ୍ଗ’ ପାଇଁ ସୋନାକ୍ଷି ୩୦ କିଲୋ ଓଜନ କମାଇଥିଲେ। ଆଉ ସେହି ବର୍ଷ ହିଁ ମ୍ୟାକ୍ସିମ ମାଗାଜିନର ଇଣ୍ଡିଆନ ଏଡିସନରେ କଭର ଗର୍ଲ ହୋଇଥିଲେ। ଏହା ପୂର୍ବରୁ ତାଙ୍କ ଓଜନ ୯୦ କିଲୋ ଥିଲା ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri