ମୁହଁ ଖୋଲିଲେ ସୋନାକ୍ଷୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିବା କୁହାଯାଉଛି। ତେବେ ଏନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ। ଏହି ସମସ୍ତ ଖବରରେ କେସଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି, କିଛି ଦିନ ହେବ କୌଣସି ଯାଞ୍ଚ ନ କରି ଗଣମାଧ୍ୟମରେ ମୋ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବାର ଗୁଜବ ବ୍ରକାଶ ପାଉଛି। ଏହା ସମ୍ପୂର୍ଣ୍ଣ କାଳ୍ପନିକ। ଏହା ଜଣେ ମନ୍ଦ ବ୍ୟକ୍ତିଙ୍କ କାମ, ଯିଏ ମୋତେ ହଇରାଣ କରିବାକୁ ଚେଷ୍ଟା କରୁଛି। ସମସ୍ତ ଖବରକାଗଜ ଏବଂ ଚ୍ୟାନେଲ ଏହି ମିଥ୍ୟା ଖବର ପ୍ରକାଶ ନ କରିବାକୁ ମୁଁ ଅନୁରୋଧ କରୁଛି। କାରଣ ମୋ ବିରୁଦ୍ଧରେ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତି କେବଳ ନିଜକୁ ପ୍ରଚାର କରିବା ପାଇଁ ଏହି ସବୁ କରୁଛନ୍ତି।
ଅଭିଯୋଗ ହେଉଛି ଯେ, ମୋରଦାବାଦର କାଟଘରର ଜଣେ କାର୍ଯ୍ୟକ୍ରମ ଆୟୋଜକ ପ୍ରମୋଦ ଶର୍ମା ଏକ କାର୍ଯ୍ୟକ୍ରମ ପାଇଁ ଯୋଜନା କରିଥିଲେ। ଯେଉଁଥିରେ ସୋନାକ୍ଷୀଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ସୋନାକ୍ଷୀ ଏଥିରେ ଯୋଗଦେଇ ପାରି ନ ଥିଲେ। ଯେଉଁଥିପାଇଁ କାର୍ଯ୍ୟକ୍ରମ ଆୟୋଜକ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ସୋନାକ୍ଷୀଙ୍କ ମ୍ୟାନେଜର ଇଭେଣ୍ଟ ଆୟୋଜକଙ୍କୁ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏନେଇ ସେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି।

 

Share