ନିଜ ବିବାହକୁ ନେଇ ଉତ୍ତର ରଖିଲେ ସୋନାକ୍ଷି

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ କେବେ ହେଉଛି କିଏ ହେଉଛନ୍ତି ତାଙ୍କର ଜୀବନସାଥି ଏସବୁ ଜାଣିବାକୁ ତାଙ୍କ ପ୍ରଶଂସକଙ୍କର ଉତ୍ସାହ ଖୁବ୍ ଅଧିକ । ନିକଟରେ ଏକ ବାର୍ତ୍ତାଳାପ ସମୟରେ ସୋନାକ୍ଷି ତାଙ୍କ ବିବାହକୁ ନେଇ ଏକ କଡା ଉତ୍ତର ଦେଇଛନ୍ତି । ଅନ ଲାଇନରେ ସେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ସମୟରେ ଜଣେ ୟୁଜର୍ସ ପ୍ରଶ୍ନ କରିଥିଲେ ଆପଣ କେବେ ବିବାହ କରୁଛନ୍ତି । ହେଲେ ଏହାର ଉତ୍ତରରେ ସୋନାକ୍ଷି କହିଥିଲେ ସମସ୍ତଙ୍କୁ କୋଭିଡ ହେଉଛି ତାମାନେ କ’ଣ ମୋତେ ବି କୋଭିଡ ହେବ । ବଦଙ୍ଗ ଗର୍ଲଙ୍କ ଏଭଳି ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ସୂଚନାଯୋଗ୍ୟ, ସୋନାକ୍ଷି ଶେଷ ଥର ପାଇଁ ଅଜୟ ଦେବଗନଙ୍କ ଷ୍ଟାରର ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ଦେଖାଦେଇଥିଲେ । ଫିଲ୍ମରେ ସଞ୍ଜୟ ଦତ୍ତ ଓ ନୋରା ଫତେହି ବି ଥିଲେ । ଏବେ ସୋନାକ୍ଷି ତାଙ୍କ ୱେବ ସିରିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ।

Share