Categories: ଜାତୀୟ

ବଳଦ ସହ ମିଶି ହଳ ଟାଣୁଛନ୍ତି କୁନି ବାଳକ, କାରଣ ଜାଣିଲେ…

ହାଇଦ୍ରାବାଦ,୧୭ା୬: ମଣିଷ ହଳ ଟାଣୁଥିବାର ବଲିଉଡ୍‌ର କିଛି ପୁରୁଣା ଫିଲ୍ମରେ ନିଶ୍ଚିତ ଦେଖିଥିବେ। ମାତ୍ର ବାସ୍ତବରେ ମଧ୍ୟ ବଳଦ ନ ଥିଲେ ମଣିଷ ହଳ ଟାଣେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ବଳଦ ଅଭାବ ଯୋଗୁ ମଣିଷ ହଳ କରୁଥିବା ଦେଖିବାକୁ ମିଳିଛି।

ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ଆଦିଲାବାଦରେ ଜଣେ ଆଦିବାସୀ କୃଷକଙ୍କ କ୍ଷେତ୍ରରେ। ତାଙ୍କ ନିକଟରେ ହଳେ ବଳଦ ଥିଲେ। ମାତ୍ର ସେଥିରୁ ଗୋଟିଏ ମରିଗଲା। ଆଉ ବଳଦ କିଣିବାକୁ ତାଙ୍କ ନିକଟରେ ପଇସା ମଧ୍ୟ ନାହିଁ। ତେଣୁ ସେ ବଳଦ ସହ ଯୋଚିବାକୁ ସାନପୁଅର ସାହାଯ୍ୟ ନେଇଥିଲେ। ବର୍ତ୍ତମାନ ମୌସୁମୀ ସମୟ ଏବଂ ତେଲେଙ୍ଗାନାର କୃଷକମାନେ ଧାନ ଫସଲ ଅମଳ ପାଇଁ ଜମି ପ୍ରସ୍ତୁତ କରିବାରେ ବ୍ୟସ୍ତ।

ଏଭଳି ପରିସ୍ଥିତିରେ ଇନ୍ଦ୍ରାବଳୀ ବ୍ଲକ ଅନ୍ତର୍ଗତ ଡୋଙ୍ଗରଗାଁ ନିବାସୀ କୃଷକ କୋଭା ଅଭିମାନଙ୍କ ଏକ ବଳଦ ଗତ ରବିବାର ହଠାତ୍‌ ମରିଗଲା। ତାଙ୍କର କେବଳ ଗୋଟିଏ ବଳଦ ଅଛି। ତେଣୁ ଗୋଟିଏ ବଳଦରେ ଜମି ହଳ କରିବା ସମ୍ଭବ ନୁହେଁ। ତେଣୁ ସେ ତାଙ୍କ ପୁଅକୁ ବଳଦ ସହ ହଳ କରିବାକୁ ଯୋଡ଼ିଥିଲେ। କାରଣ ନୂଆ ବଳଦ କିଣିବାକୁ ହେଲେ ପ୍ରାୟ ୪୦୦୦୦ ଟଙ୍କା ଦରକାର। ତାଙ୍କ ନିକଟରେ ଏତେ ଅର୍ଥ ନାହିଁ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

Share