୬ ଦିନ ପରେ ବି ମିଳୁନି ପୁଅର ପତ୍ତା: ଥାନାରେ ପହଞ୍ଚିଲେ ମା’

ରାଇରଙ୍ଗପୁର,୩।୯(ମନୋରଞ୍ଜନ ତିରିଆ): ରାଇରଙ୍ଗପୁର ପୌରପାଳିକା ଅଧୀନ କୁଚେଇବୁଢ଼ୀ ଗ୍ରାମର ପ୍ରଫୁଲ୍ଲ ବନଛରଙ୍କ ପୁଅ କ୍ରୁନ୍ଦନ ବନଛର(୨୫) ୬ ଦିନ ହେଲା ନିଖୋଜ ଅଛନ୍ତି। କ୍ରୁନ୍ଦନ ଅଗଷ୍ଟ ୨୮ରେ ଘରୁ ବାହାରି ଯାଇ ଆଉ ଫେରି ନାହାଁନ୍ତି। ପରିବାର ଲୋକେ ଖୋଜାଖୋଜି ପରେ କ୍ରୁନ୍ଦନଙ୍କ କୌଣସି ପତ୍ତା ମିଳୁ ନାହିଁ। ଏନେଇ କ୍ରୁନ୍ଦନଙ୍କ ମା’ ରେବତୀ ବନଛର ରାଇରଙ୍ଗପୁର ଟାଉନ୍‌ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।