ସାବତ ମା’ଙ୍କ ତଣ୍ଟିଚିପି ହତ୍ୟା କଲା ପୁଅ

ନବରଙ୍ଗପୁର,୨୦ା୭(ବି.ପ୍ର.): ନବରଙ୍ଗପୁର ଗାଦବାଗଡ଼ା ସ୍ବାମୀ ବିକେକାନନ୍ଦ ବିଦ୍ୟାଳୟ ନିକଟରେ ରହୁଥିବା ଶ୍ରୀଧର ମହାପାତ୍ରଙ୍କ ପୁଅ ସୂର୍ଯ୍ୟକାନ୍ତ ମହାପାତ୍ର ଏକ ଗାମୁଚା ସାହାଯ୍ୟରେ ସାବତ ମାଆ ରୁନି ମହାପାତ୍ର(୫୦)ଙ୍କ ତଣ୍ଟିଚିପି ହତ୍ୟା କରିଛନ୍ତି। ସେ ନିଜେ ପୋଲିସ ନିକଟରେ ଏହା ସ୍ବୀକାର କରିଛନ୍ତି। ପୋଲିସ ସୂର୍ଯ୍ୟକାନ୍ତଙ୍କୁ ଅଟକ ରଖିଛି। ଏହି ଘଟଣାରେ ନବରଙ୍ଗପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ସଦର ମହକୁମା ଡାକ୍ତରଖାନାକୁ ପଠାଇଛି।
ଶ୍ରୀଧର  ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ୨ପୁଅ ଓ ୨ ଝିଅ। ଝିଅମାନେ ବିବାହ କରି ଶାଶୁଘରେ ରହୁଛନ୍ତି। ବଡ଼ ପୁଅ ମଧ୍ୟ ବାହାରେ ଚାକିରି କରୁଛନ୍ତି। ପ୍ରଥମ ସ୍ତ୍ରୀଙ୍କ ସାନପୁଅ ସୂର୍ଯ୍ୟକାନ୍ତ ବାପା ଓ ସାବତ ମା’ ନିକଟରେ ରହୁଥିଲେ। ଦ୍ୱିତୀୟ ସ୍ତ୍ରୀ ରୁନିଙ୍କର ଏକ ଦିବ୍ୟାଙ୍ଗ ପୁଅ ଆଶୁତୋଷକୁ ସାଥୀରେ ଆଣିଥିଲେ ଶ୍ରୀଧର। କିଛି ଦିନ ଗାଦବାଗୁଡ଼ା ସାହିରେ ଭଡ଼ାରେ ରହୁଥିଲେ। ଏକ ବର୍ଷ ହେବ ନୂଆଘର ତିଆରି କରି ସେଠାରେ ଦ୍ୱିତୀୟ ସ୍ତ୍ରୀ ଦିବ୍ୟାଙ୍ଗ ପୁଅ ଓ ସୂର୍ଯ୍ୟକାନ୍ତ ଏକାଠି ରହୁଥିଲେ। ଶନିବାର ଓ ରବିବାର ନବରଙ୍ଗପୁର ସହର ଶଟ୍‌ଡାଉନ୍‌ ଥିଲା। ଶ୍ରୀଧର ସୋମବାର ସକାଳୁ ଟ୍ରାଫିକ ଛକ ନିକଟରେ ଥିବା ତାଙ୍କ ହୋଟେଲ ଖୋଲିଥିଲେ। ସେହି ସମୟରେ ଦିବ୍ୟାଙ୍ଗ ପୁଅ ଆଶୁତୋଷ ବାପାଙ୍କୁ ଫୋନ୍‌ କରି ଭାଇ ମା’ଙ୍କୁ ହତ୍ୟା କରିଥିବା କହିଥିଲେ। ଏହା ଜାଣିବା ପରେ ଶ୍ରୀଧର ପୋଲିସକୁ ଖବର ଦେଇଥିଲେ। ଥାନାଧିକାରୀ ତାରିକ ଅହମ୍ମଦ, ଏଏସ୍‌ଆଇ ଅଶୋକ ଦେଓ ଘଟଣାସ୍ଥଳରେ ପହଞ୍ଚି ସୂର୍ଯ୍ୟକାନ୍ତଙ୍କୁ ଥାନାକୁ ନେବା ସହ ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରା ଚାଲାଣ ବେଳେ ୧୩ ଜଣଙ୍କୁ ବାନ୍ଧିଲା ପୋଲିସ : ୬ ଟ୍ରାକ୍ଟର ଜବତ

ପୁରୁଷୋତ୍ତମପୁର,୩୦।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀ ଘାଟର ବିଭିନ୍ନ ସ୍ଥାନରୁ ବାଲି ମାଫିଆମାନେ ବିନା ଦ୍ବିଧାରେ ବାଲି ଖୋଳି ନେବାରେ ଲାଗିଛନ୍ତି। ତେବେ...

ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ

କେନ୍ଦୁଝର, ୨୪।୧ (ସ୍ବ.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଥିବା ବେଳେ ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତର ବଡ଼ଖମଣ ଗ୍ରାମର ଲୋକ ମାନେ ରାସ୍ତା...

ବିଶ୍ରାରେ ୪୮ ଘଣ୍ଟା ବଢ଼ିଲା କଣ୍ଟେନମେଣ୍ଟ ଅବଧି

ସୁନ୍ଦରଗଡ଼, ୧୪।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରାରେ ଦୁଇ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ ଗତ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ...

ଆଜି ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ।...

ଖାଦ୍ୟ ମାନ ଯାଞ୍ଚ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ,୧୮।୧: ରାଜ୍ୟର ବିଭିନ୍ନ ସ୍ଥାନରୁ ଧରପଗଡ଼ ପରେ ନକଲି ସାମଗ୍ରୀ କାରଖାନା ଠାବ ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଦୁଇବର୍ଷ ମଧ୍ୟରେ...

ପାଇପ ବିଛା ପାଇଁ ରାସ୍ତା ଖୋଳା ଯାଉଛି, ପୋତା ଯାଉନି

ନାଉଗଁା,୨୦ା୧୨(ସ୍ବ.ପ୍ର.):ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲକର ବିଭିନ୍ନ...

ଟ୍ରେନ୍‌ରେ ନିଆଁ, ଯାତ୍ରୀ ଆତଙ୍କିତ

ଲୋଇସିଂହା,୧୭ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍‌...

ଘୋଷଣାରେ ସୀମିତ ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୪।୫ ଢେଙ୍କାନାଳ ଜିଲାବାସୀଙ୍କ ପାଇଁ ପ୍ରସ୍ତାବିତ ଜନହିତକର ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଉଛି। ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ସଚେତନ...

Advertisement
Archives

Model This Week