Categories: ଜାତୀୟ

ବେରୋଜଗାରିଆ ପୁଅଙ୍କୁ ବାହାହେବାକୁ ମନା କରିବାରୁ ମା’ଙ୍କୁ ହତ୍ୟା

ଭୋପାଳ,୧୦।୧୧: ମଧ୍ୟପ୍ରଦେଶର କୋହଇଫିଜା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩୨ ବର୍ଷୀୟ ଯୁବ ତାଙ୍କର ୬୭ ବର୍ଷୀୟ ମା’ଙ୍କୁ ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ବେରୋଜଗାର ଥିଲେ। ଏନେଇ ତାଙ୍କ ମା’ ଆସ୍‌ମା ପୁଅକୁ ଚାକିରି ପରେ ବିବାହ କରିବାକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ପୁଅ ଅବଦୁଲ ଅହଦ୍‌ ଫରହାନ୍‌ ଏକ କ୍ରିକେଟ ବ୍ୟାଟ୍‌ରେ ମା’ଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅବଦୁଲଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Share