ଦ୍ୱିତୀୟ ବିବାହ ପାଇଁ ପୁଅଙ୍କୁ ହତ୍ୟା: ପଥର ଖାଦାନରୁ ମିଳିଲା ନିଖୋଜ ନାବାଳକର ମୃତଦେହ

ଜେନାପୁର/ଧର୍ମଶାଳା,୨୫।୪(ଅଶୋକ ଦାସ/ ବଟକୃଷ୍ଣ ପରିଡ଼ା): ଯାଜପୁର ଜିଲା ଜେନାପୁର ଥାନା ସାହାଣୀଡ଼ିହ ପଞ୍ଚାୟତ ଚାରଗୋଠ ଗ୍ରାମରୁ ନିଖୋଜ ହୋଇ ଯାଇଥିବା ୬ ବର୍ଷର ନାବାଳକ ଶିବୁ ରାଉତଙ୍କ ମୃତଦେହ ମିଳିଛି। ଗୁରୁବାର ଏକ ପଥର ଖାଦାନରୁ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ହତ୍ୟା ଅଭିଯୋଗ ହୋଇଛି। ନାବାଳକଙ୍କୁ ତାଙ୍କ ବାପା ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ଏହି ଘଟଣାରେ ନାବାଳକଙ୍କ ବାପା ବାହୁଡ଼ା ରାଉତ, ତାଙ୍କ ବାପା ମଦନ ରାଉତ, ମା’ ଗୁଣ୍ଠି ରାଉତ, ଭାଇ ବିରଞ୍ଚତ୍ ରାଉତ ଓ ଭାଉଜ ବର୍ଷା ରାଉତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ନାବାଳକଙ୍କ ଅଜା କଳାକାର ରାଉତଙ୍କ ଅଭିଯୋଗ ମୁତାବକ, ଗ୍ରାମର ବାହୁଡ଼ା ସେହି ଗଁାର ମମତା ରାଉତଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ଶିବୁ ଜନ୍ମ ହୋଇଥିଲା। କିଛି ଦିନ ପରେ ପାରିବାରିକ ଅଶାନ୍ତି ହେବାରୁ ମମତା ପୁଅ ଶିବୁଙ୍କୁ ନେଇ ବାପ ଘରେ ପ୍ରାୟ ୫ ବର୍ଷ ହେବ ରହୁଛନ୍ତି। ଏହାରି ଭିତରେ ବାହୁଡା ଦ୍ୱିତୀୟ ବିବାହ ପାଇଁ ଯୋଜନା କରିଥିଲେ। ତେଣୁ ପୁଅ ଶିବୁ ଭବିଷ୍ୟତରେ ବାଧକ ହେବା ଆଶଙ୍କା କରି ତାଙ୍କୁ ମାରି ଦେବାକୁ ଯୋଜନା କରିଥିଲେ।

ବୁଧବାର ସା ପ୍ରାୟ ୭ଟାରେ ଶିବୁ ଟ୍ୟୁଶନ ଯାଇ ମାମୁ ଘରକୁ ଫେରିଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାପରେ ମାମୁଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଶେଷରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ନିରୂପମା ଜେନାଙ୍କ ସମେତ ଅଗ୍ନିଶମ ବାହିନୀ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରି ରାତି ପ୍ରାୟ ୧୧ଟାରେ ଗାଁ ସଂଲଗ୍ନ ପାହାଡ଼ ଖାଦାନ ନିକଟରେ ଶିବୁଙ୍କ ପ୍ୟାଣ୍ଟ ପାଇଥିଲେ। ଏହାପରେ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ପ୍ୟାଣ୍ଟ ମିଳିଥିବା ଖାଦାନର ପାଣି ଖାଲରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ।

ଏହାପରେ ଥାନା ଅଧିକାରୀ ଏବଂ ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଲୋକେ ବାହୁଡ଼ାଙ୍କ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ। ଉତ୍ତେଜନା ଭୟରେ ପ୍ରାୟ ୫ ଘଣ୍ଟା ଧରି ବାହୁଡ଼ାଙ୍କ ପରିବାର ଲୋକେ ଘର ଭିତରେ ବନ୍ଦ ରହିଥିଲେ। ଖବର ପାଇ ଯାଜପୁର ରୋଡ୍‌ ଏସଡିପିଓ ଲକ୍ଷ୍ମୀଧର ସ୍ବାଇଁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଜେନାପୁର ଥାନା ଏସ୍‌ଆଇ ଶଶୀ ଭୂଷଣ ପରି, ଏଏସ୍‌ଆଇ ବିରଞ୍ଚି ନାରାୟଣ ପଣ୍ଡା, ଚଢ଼େଇଧରା ଫାଣ୍ଡି ଅଧିକାରୀ ମନୋରଞ୍ଜନ ସେଠୀ ପ୍ରମୁଖ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ପୋଲିସ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଏନେଇ ଥାନାରେ ନଂ.୧୪୭/୨୫ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri