ଶ୍ବଶୁର ଘର ଗାଁରେ ଜ୍ବାଇଁର ମୃତ୍ୟୁ

କେସିଙ୍ଗା,୨୦।୫(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ପିଡବ୍ଲୁଡି ମୁଖ୍ୟ ରାସ୍ତା ପାଶ୍ୱରେ କୈଳାଶ ମାଝି(୩୫) ନାମକ ଜଣେ ଟ୍ରାକ୍ଟର ଡ୍ରାଇଭର ଗଳାରେ ଲୁଙ୍ଗି ବାନ୍ଧି ପଳାଶ ଗଛରେ ଆତ୍ମହତ୍ୟା କରିଛନ୍ତି।
କୈଳାଶ ଜଣେ ଟ୍ରାକ୍ଟର ଡ୍ରାଇଭର, ସେ କେସିଙ୍ଗା ବ୍ଲକର ନାସିଗା ଗ୍ରାମପଞ୍ଚାୟତର ପିପିଳଭା ଗ୍ରାମର ବାସିନ୍ଦା। କେସିଙ୍ଗା ବ୍ଲକର ଶିରୋଲ ଗ୍ରାମ ପଞ୍ଚାୟତର ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ନୃସିଂହ ମାଝୀଙ୍କ କନ୍ୟା କୁମାରୀ ମାଝୀଙ୍କୁ ସେ ପ୍ରେମ ବିବାହ କରିଥିଲା। କୈଳାଶ ଶଶ୍ୱୁର ଘର ଗାଁରେ କାହିଁକି ଆତ୍ମହତ୍ୟା କରିଛନ୍ତି ତାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ ରହିଛି। ଏହି ଖବର ପୋଢ଼ଖମ୍ବ ଗ୍ରାମରେ ଶନିବାର ସକାଳେ ଜଣା ପଡିବାପରେ ଶିରୋଲ ଗ୍ରାମର ଗ୍ରାମରକ୍ଷୀ ସୁକେଶ ସେନାପତି କେସିଙ୍ଗା ଥାନାର ଅତିରିକ୍ତ ମହିଳା ଆଇ.ଆଇ.ସି ସ୍ନିଗ୍ଧା ରାଣୀ ସୁନା, ଏ.ଏସ.ଆଇ ଶ୍ରୀନିବାସ ବିଶ୍ୱାଳ ସମେତ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରି ଜାରି ରଖିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।