ବାପାଙ୍କ ବିଜୟ ଧାରା ଜାରି ରଖିଲେ ପୁଅ

ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ରବିବାର ସନ୍ଧ୍ୟାରେ ଶେଷ ହୋଇଛି। ଏଥିରେ ବିଜେଡିର ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଛନ୍ତି। ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ବିଜୟ ଧାରାକୁ ପୁଅ ରୁଦ୍ର ସଫଳତାର ସହ ବଜାୟ ରଖିଛନ୍ତି। ୨୬ ରାଉଣ୍ଡ ଗଣତି ଶେଷ ହେବା ବେଳକୁ ବିଜେଡିର ରୁଦ୍ର ପ୍ରତାପ ୨୦,୬୨୨ ଭୋଟରେ ଭାଜପାର ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ଦେଇଛନ୍ତି। ରୁଦ୍ର ୯୬୩୯୨ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକ ୭୫୭୭୦ ଭୋଟ ପାଇଛନ୍ତି। କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ମାତ୍ର ୪,୨୩୭ ଖଣ୍ଡ ଭୋଟ ମିଳିଛି।

ଫଳାଫଳ ଘୋଷିତ ନ ହୋଇ ଥିଲେ ମଧ୍ୟ ପିପିଲି ବିଜେଡି କାର୍ଯ୍ୟାଳୟ ଆଗରେ କର୍ମୀ ଏବଂ ଜନସାଧାରଣ ବାଜା ବଜାଇ ନାଚିବା ସହ ରଙ୍ଗ ଖେଳି ଉତ୍ସବ ମନାଉଛନ୍ତି।