ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକଙ୍କ ନାମ ସୁମିତ୍ କିଷାନ୍ (୧୫) ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ, ରବିବାର ସେ ଖରା ରେ ବୁଲାବୁଲି କରୁଥିବାରୁ ତାଙ୍କ ମା ତାଗିଦ୍ କରିଥିଲେ। ତେବେ ସେ ରାଗିଯାଇ ଥିଲେ। ରାତିରେ ନିର୍ମାଣଧୀନ ଘରେ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠେଇ ଦେଇଥିଲେ । ପୋଲିସ ଆଜି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର କହିଛନ୍ତି ।

 

Dharitri – Odisha’s No.1 Odia Daily

Share