ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ନିଜ ଜନ୍ମ କଲା ମା’କୁ ପିଟିପିଟି ପୁଅ ମାରିବା ଘଟଣା ଏବେ ରାଜକନିକା ଅଞ୍ଚଳ ତଥା ଜିଲାରେ ଆଲୋଡ଼ନ ସୣଷ୍ଟି କରିଛି ।
ସୂଚନାଯୋଗ୍ୟ ପାତୁଳି ଗାଁର ନବଘନ ସାହୁ(୮୫)ଙ୍କ ଧର୍ମପତ୍ନୀ ହୀରାମଣି ସାହୁ (୭୫) ଶନିବାର ରାତ୍ରିରେ ଶୋଇଥିବା ଅବସ୍ଥାରେ ପୁଅ ବିଜୟ ସାହୁ(୪୨) ନିଶାସକ୍ତ ଅବସ୍ଥାରେ ମା’କୁ ପିଟିପିଟି ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଅ ବିଜୟ ପ୍ରତିଦିନ ମଦପିଇ ନିଶାଶକ୍ତ ଅବସ୍ଥାରେ ବୃଦ୍ଧ ମା’ବାପାଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିବା ସହ ମାଡ଼ ମାରୁଥିବା ଅଭିଯୋଗ ମଧ୍ୟ ହେଉଛି । ଶନିବାର ବିଳମ୍ବିତ ରାତ୍ରିରେ ମଦ ପିଇ ପିଟିପିଟି ମାକୁ ହତ୍ୟା କରିଥିଲେ ପୁଅ । ରବିବାର ଖବରପାଇ ଘଟଣାସ୍ଥଳରେ ରାଜକନିକା ପୋଲିସଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।
ପ୍ରକାଶଥାଉକି ନବଘନ ସାହୁ ଜଣେ ଜଣେ ସେନାନିବୣତ ଯବାନ । ସେ ସିଆରପିଏଫରେ ଯବାନ ଭାବେ କାର୍ଯ୍ୟ କରୁଥିଲେ । ଚାକିରିରୁ ନିବୃତ ପରେ ପେନସନରେ ଘର ଚଳାଉଥିଲେ । ନବଘନଙ୍କର ୩ପୁଅଙ୍କ ମଧ୍ୟରୁ ସାନପୁଅର ମୣତ୍ୟୁ ହୋଇଯାଇଥିବା ବେଳ, ବଡପୁଅ ନିଜ ଭିଟାମାଟି ବିକ୍ରିକରି ପରିବାର ସହ ଅନ୍ୟତ୍ର ରହୁଥିବା ଗ୍ରମବାସୀ କହିଛନ୍ତି । ମଝିଆ ପୁଅ ବିଜୟ ବାପାଙ୍କ ପେନସନରେ ଚଳିଥାନ୍ତି । ତେବେ ପ୍ରାୟ କିଛିଦିନ ଅନ୍ତରାଳରେ ଘରେ ପାଟିତୁଣ୍ଡ ହୁଏ ବୋଲି ଗାଁ ଲୋକ କହିଛନ୍ତି । ଗାଁ ଲୋକ ବୁଝାସୁଝା କଲେ ସେମାନଙ୍କୁ ବିଜୟ ଗାଳିଗୁଲଜ କରିଥାଏ, ସେଥିପାଇଁ ଗାଁ ଲୋକ କୌଣସି ପ୍ରତିବାଦ କରନ୍ତି ନାହିଁ ।
ଶନିବାର କୌଣସି କାରଣରୁ ପାଟିତୁଣ୍ଡ ଲାଗିଥିଲେ । ନବଘନ, ହୀରାମଣୀ ଓ ପୁଅ ବିଜୟ ଗୋଟିଏ ଘରେ ଶୋଇଥିଲେ । ବିଳମ୍ବିତ ରାତ୍ରିରେ ବିଜୟ ଏକ ବାଡିରେ ପିଟିପିଟି ମା’କୁ ମରିଦେଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ହେଲେ ପାଖରେ ଶୋଇଥିବା ବାପା ନବଘନ ଏକଥା ଜାଣିନଥିବା କହିଛନ୍ତି । ତେବେ ରାଜକନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ସାଇଣ୍ଟିଫିକ୍ ଟିମ୍ ତନାଘନା କରିଛି ଓ ଘଟଣା ଘଟାଇଥିବା ଯୁବକ ଥାନାରେ ଅଟକଥିବା ପୋଲିସ ସୂଚନା ଦେଇଛି ।