ପୁଅ, ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର, ୩ା୧୧(ବ୍ୟୁରୋ):ଆର୍ଥିକ ଅନଟନ ଓ ପାରିବାରିକ କଳହ ଆଉ ୨ଟି ଜୀବନ ନେଇଛି। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ମଙ୍ଗଳବାର ଘଟିଛି ଡବଲ ମର୍ଡର। ଅବନ୍ତୀ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ତାଙ୍କ ୯ବର୍ଷର ପୁଅ ଦିପ୍ତିଦୀପକ ଏବଂ ସ୍ତ୍ରୀ ସ୍ବର୍ଣ୍ଣଲତା(୩୫)ଙ୍କୁ ସୋମବାର ରାତିରେ ପ୍ରଥମେ ଖାଦ୍ୟରେ ନିଦ ବଟିକା ଓ ପରେ ଭୋର ସମୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ଘରର ବାହାରପଟୁ କବାଟ ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ବିଷୟରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୨ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅବନ୍ତୀଙ୍କ ଫୋନ୍‌ କଲ୍‌ ଟ୍ରେସିଂ କରାଯାଇ ତାଙ୍କୁ କମିଶନରେଟ ପୋଲିସ କାବୁ କରିବା ସହ ଅଟକ ରଖି ପଚରାଉଚରା ଜାରି ରଖିଛି। ପାରିବାରିକ କଳହ ଓ ଆର୍ଥିକ ଅନଟନକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଘଟଣାସ୍ଥଳରେ ଡିସିପି ଉମାଶଙ୍କର ଦାଶ, ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁସାରେ ଅବନ୍ତୀ ସ୍ତ୍ରୀ ସ୍ବର୍ଣ୍ଣଲତା ଓ ଏକମାତ୍ର ପୁଅ ଦୀପକଙ୍କ ସହ କଳିଙ୍ଗନଗର ଅଞ୍ଚଳର ଏଲ୍‌ଆଇଜି -୩୩୪ ନମ୍ବର କ୍ୱାର୍ଟର୍ସରେ ଗତ ୬ମାସ ହେଲା ରହୁଥିଲେ। ଅବନ୍ତୀଙ୍କ ମୂଳ ଗ୍ରାମ ଖୋର୍ଦ୍ଧା ରାଇପୁର ଅଞ୍ଚଳରେ। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହେଲେ କରୋନା ଯୋଗୁ ତାଙ୍କର ଚାକିରି ଚାଲିଯାଇଥିଲା। ଅର୍ଥାଭାବ ଯୋଗୁ ସେ ସବୁବେଳେ ଚିନ୍ତିତ ରହୁଥିଲେ। ପରେ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସେ ଶେୟାର ଟ୍ରେଡିଂ ମଧ୍ୟ କରିଥିଲେ। ହେଲେ ସେଥିରେ କ୍ଷତି ହେବାରୁ ବିଚଳିତ ହୋଇ ପଡ଼ିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ଅଧିକାଂଶ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ସୋମବାର ରାତିରେ ମଧ୍ୟ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପଡ଼ୋଶୀଙ୍କଠାରୁ ସୂଚନା ମିଳିଛି। ଅବନ୍ତୀ ପୋଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ସେ ଆର୍ଥିକ ଅନଟନରେ ବୁଡ଼ି ରହିଥିବାରୁ ସ୍ତ୍ରୀ ଓ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ତେଣୁ ଗତ ରାତିରେ ସ୍ତ୍ରୀ ଓ ପୁଅଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଥିଲେ। ରାତି ପ୍ରାୟ ୩ଟା ବେଳେ ଉଭୟଙ୍କୁ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଏକ ଛୁରିରେ ନିଜକୁ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ସେ କବାଟ ବାହାରପଟୁ ବନ୍ଦ କରି ଚାଲି ଯାଇଥିଲେ। ପରେ ଘଟଣା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ସୁନ୍ଦରପଦାରେ ରହୁଥିବା ଶଳା ଓ ଭଣଜାଙ୍କୁ ଜଣାଇଥିଲେ।
ଖବରପାଇ ପରିବାର ଲୋକ ପୋଲିସକୁ ସୂଚନା ଦେବା ସହ କଳିଙ୍ଗନଗରସ୍ଥିତ ଭଡ଼ାଘରେ ପହଞ୍ଚତ୍ଥିଲେ। ସେଠାରେ ପୋଲିସ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ଘର ଭିତରେ ଦୀପକ ଖଟ ଉପରେ ମୁହଁ ମାଡ଼ି ପଡ଼ିଥିବାବେଳେ ସ୍ବର୍ଣ୍ଣଲତା ଚଟାଣରେ ମୁହଁମାଡ଼ି ପଡ଼ିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ପୋଲିସ ମୃତଦେହ ଜବତ କରି ଏମ୍‌ସକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାସ୍ଥଳରୁ ଓଢ଼ଣୀ ଓ କିଛି ଆସବାବପତ୍ର ଜବତ କରିଛି। ଏନେଇ ଡିସିପି ଉମାଶଙ୍କରଙ୍କୁ ପଚାରିବାରେ ଅଭିଯୁକ୍ତ ସ୍ତ୍ରୀ ଓ ପୁଅଙ୍କୁ ଶ୍ୱାସରୁଦ୍ଧ କରି ମାରିଥିବା ଜଣାପଡ଼ିଛି। ହତ୍ୟା ପରେ ସେ ଘଟଣା ସମ୍ପର୍କରେ ଶଳା ଓ ଭଣଜାକୁ ଜଣାଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଖୁବ୍‌ଶୀଘ୍ର ସମସ୍ତ ବିଷୟ ଜଣାପଡ଼ିଯିବ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri