ପୁତ୍ରମୋହ

ଟ୍ଟନାୟକବାବୁ ଚାକିରିରୁ ଅବସର ନେବା ପରେ ସ୍ତ୍ରୀଙ୍କ କଥା ମାନିଲେ। ଅବସରକାଳୀନ ଅର୍ଥରେ ଅନ୍ୟ ଏକ ସହରରେ ଗୋଟିଏ ଫ୍ଲାଟ୍‌ ନେଲେ।
ଘର ପ୍ରତିଷ୍ଠା ବି ଧୁମଧାମରେ କଲେ। ଅବସର ପରବର୍ତ୍ତୀ ଜୀବନ ସୁଖରେ କଟେଇବା ଲାଗି ଘରକୁ ସଜେଇଲେ। ଖୁସିର ଜୀବନ ଆରମ୍ଭ ହେଲା। ଏକ ମାତ୍ର ପୁଅ ବେଙ୍ଗାଲୁରୁରେ ଆଇଟିରେ ଚାକିରି। ତା’ସ୍ତ୍ରୀ ପିଲା ଧରି ସେ ସେଠି ରହୁଥିଲା। ପଟ୍ଟନାୟକବାବୁଙ୍କ ଘରକୁ ନାତିଟୋକାର ଆବିର୍ଭାବ ପରେ ଅସଲି ଦୁଃଖ ଆରମ୍ଭ ହେଲା। ନାତି ଯେତେବେଳେ ସ୍କୁଲ ଯିବା ଆରମ୍ଭ କଲା ସେତେବେଳେ ପୁଅର ଏକ ପ୍ରସ୍ତାବ ଶୁଣି ଚମକିଗଲେ ପଟ୍ଟନାୟକବାବୁ। ପୁଅ କହିଲା, ”ବାପା! ପୁଅର ସ୍କୁଲ ଓ ରହିବା ଗୋଟିଏ ସ୍ଥାନରେ। ମୋର ଚାକିରି ଅନ୍ୟ ସ୍ଥାନରେ। ବହୁ ସମସ୍ୟା ହେଉଛି। ଦୀର୍ଘ ପଥ ଯିବା ଆସିବା ଅସହ୍ୟ ହେଲାଣି। ଏଠାକାର ଫ୍ଲାଟ୍‌ ବିକ୍ରିକରି ବେଙ୍ଗାଲୁରୁରେ ଗୋଟେ ଫ୍ଲାଟ୍‌ କିଣିବି ଭାବୁଛି। ସେଠି ଆମେ ସମସ୍ତେ ରହିବା।“ ପଟ୍ଟନାୟକବାବୁ ପୁଅର ପ୍ରସ୍ତାବରେ ଅରାଜିହେଲେ। ଘର ବିକ୍ରି ପାଇଁ ସହମତି ହେଲେନି। ମା’ବାପା ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଥା କଟାକଟି ହେଲା। ଶେଷରେ ବାପାମା’ଙ୍କୁ ଘରୁ ବେଦଖଲ କଲା ପୁଅ। ମଧ୍ୟସ୍ଥ ଲଗେଇ ଘର ବିକ୍ରିକରି ବେଙ୍ଗାଲୁରୁରେ ବଡ଼ ଫ୍ଲାଟ୍‌ କିଣିଲା। ପଟ୍ଟନାୟକବାବୁ ତେଣିକି ଅସହାୟ ହୋଇପଡ଼ିଲେ। ଦି ବଖରିଆ ଛୋଟ ଟିଣଘର ଭଡ଼ାନେଇ ନିଜ ପେନ୍‌ସନ ଅର୍ଥରେ ବୁଢ଼ାବୁଢ଼ୀ ଜୀବନ ଜିଇବା ଆରମ୍ଭ କଲେ। ସହକର୍ମୀ ବନ୍ଧୁମାନେ ପଟ୍ଟନାୟକବାବୁଙ୍କ ଏଭଳି ଅବସ୍ଥା ଦେଖି ତଟସ୍ଥ ହେଲେ। ସେତେବେଳେ ପଟ୍ଟନାୟକବାବୁ କହିଲେ – ”ଏସବୁ ଭାଗ୍ୟର ଦୋଷ ନୁହେଁ। ମୋର ଦୋଷ। ଫ୍ଲାଟ୍‌ କିଣିଲାବେଳେ ଯଦି ମୋ ନାମରେ କିଣିଥାନ୍ତି ତେବେ ଏତେ ଦୁର୍ଦ୍ଦଶା ହୋଇ ନ ଥାନ୍ତା। ପୁତ୍ରମୋହରେ ପଡ଼ି ଅତିଶୟ ବିଶ୍ୱାସରେ ଏକମାତ୍ର ପୁଅ ନାମରେ କିଣି ଦେଇଥିଲି ବୋଲି ସେ ମୋତେ ଘରୁ ବେଦଖଲ କରିପାରିଲା। ମୋ ଜୀବନର ୭୯ ବର୍ଷ ମଧ୍ୟରେ ମୁଁ କେବେ ଭାବି ନ ଥିଲି ଯେ ମୋର ଯାହା ଥିଲା ତାହା ଦାନ କରିବା ପରେ ମୋତେ ପାରିବାରିକ ବିବାଦକୁ କୋର୍ଟକୁ ନେବାକୁ ପଡ଼ିବ ଏବଂ ମୋ ମୁଣ୍ଡ ଉପରେ ଛାତ ମଧ୍ୟ ରହିବ ନାହିଁ “- ରେମଣ୍ଡ କମ୍ପାନୀର ମାଲିକ ବିଜୟପତ୍‌ ସିଂଘାନିଆ ମିଡିଆକୁ ଏମିତି କହିଥିଲେ। ୬୦୦୦ କୋଟି ଟଙ୍କାର ମାଲିକ ଏବେ ଘରଭଡ଼ାରେ ରହୁଛନ୍ତି। ବିଶିଷ୍ଟ ଶିଳ୍ପପତି ବିଜୟପତ୍‌ ସିଂଘାନିଆ ଓ ତାଙ୍କ ପୁଅ ଗୌତମ ସିଂଘାନିଆଙ୍କ ସହ ଚାଲିଥିବା ସମ୍ପତ୍ତି ବିବାଦ ଦେଶବ୍ୟାପୀ ମାତାପିତାଙ୍କ ପାଇଁ ବାର୍ତ୍ତା ହେଉଛି ‘ଆପଣ ପିଲାମାନଙ୍କୁ ଭଲ ପାଆନ୍ତୁ ଏବଂ ସେମାନଙ୍କ ଯତ୍ନ ନିଅନ୍ତୁ, କିନ୍ତୁ ସେମାନଙ୍କୁ ଏତେ ଭଲ ପାଆନ୍ତୁ ନାହିଁ ଯେ ତୁମେ ଅନ୍ଧ ହୋଇଯିବ। ’
ପୁତ୍ରମୋହ ହେଉଛି ଏକ ଅବସ୍ଥା ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ପୁଅ ପ୍ରତି ଏତେ ଆକର୍ଷିତ ହୋଇଯାଏ ଯେ ସେ ନ୍ୟାୟ, ଉପଯୁକ୍ତ ଆଚରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଭୁଲିଯାଏ। ଏହା ଏକ ବିପଜ୍ଜନକ ଭାବନା ହୋଇପଡ଼ିଛି। ପୁଅ ପାଇଁ ପିତା ନିଜସ୍ବ ଧର୍ମ ତ୍ୟାଗକରେ ଏବଂ ଦୁନିଆ ସହ ଲଢ଼ିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଏ। ଏହି କାରଣରୁ ଅନେକ ନକାରାତ୍ମକ ପରିଣାମ ସମାଜରେ ଘଟୁଛି। ରାମଙ୍କ ପ୍ରେମରୁ ରାଜା ଦଶରଥ ନିଜ ଜୀବନକୁ ବଳିଦାନ ଦେଇଥିଲେ। ଧୃତରାଷ୍ଟ୍ର ତାଙ୍କ ପୁଅ ପ୍ରତି ଅତିଶୟ ପ୍ରେମ ହେତୁ ମହାଭାରତ ଯୁଦ୍ଧ ସୃଷ୍ଟିକରିଥିଲେ। ପୁତ୍ର ମୋହରେ ଦ୍ରୋଣାଚାର୍ଯ୍ୟ ଯୁଦ୍ଧରୁ ଓହରିଗଲେ ଏବଂ ତାଙ୍କର ଅସ୍ତ୍ର ତ୍ୟାଗକଲେ। କର୍ଣ୍ଣଙ୍କ ପାଇଁ ଅଧିରଥ ପ୍ରତ୍ୟେକ ଯନ୍ତ୍ରଣା ସହିଥିଲେ। ଭାରତରେ ରାଜନେତାଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ପୁତ୍ରମୋହରେ କ୍ଷତାକ୍ତ ହୋଇଛନ୍ତି ଅନେକେ। ଏମିତିରେ ପୁରାଣ ବର୍ଣ୍ଣିତ କାହାଣୀ ମନେପଡିଯାଏ।
ମହାରାଜା ଚିତ୍ରକୂଟ ନିଃସନ୍ତାନ ଥିଲେ। ମହର୍ଷି ଅଙ୍ଗିରାଙ୍କୁ ସେ ବାରମ୍ବାର ପୁତ୍ର ପାଇଁ ନିବେଦନ କଲେ। ମହର୍ଷି ପୁତ୍ରମୋହରେ ଆଦୌ ନ ପଡ଼ିବାକୁ ପରାମର୍ଶ ଦେଲେ। କହିଲେ – ମହାରାଜା! ଯେଉଁମାନଙ୍କର ପୁଅ ଅଛି ସେମାନେ ପୁତ୍ରହୀନ ଲୋକଙ୍କ ପରି ଦୁଃଖୀ। ଏଇ ମାୟାଠାରୁ ଦୂରରେ ରହିବା ଭଲ। ତଥାପି ରାଜାଙ୍କ ପୁତ୍ରମୋହ ଦେଖି ସେ ଆଶୀର୍ବାଦ କଲେ। ପରେ ପୁତ୍ରସନ୍ତାନ ଜନ୍ମହେଲା। ରାଜା ଖୁସିହେଲେ। କିନ୍ତୁ ଖୁସି ବେଶିଦିନ ରହିଲା ନାହିଁ। ରାଜାଙ୍କ ଦ୍ୱିତୀୟ ରାଣୀ ପୁତ୍ରକୁ କୌଶଳରେ ମାରିବାରେ ସଫଳ ହେଲେ। ସେଠୁ ମହାରାଜା ପୁତ୍ରମୋହରେ ପୁନଶ୍ଚ ଅଧୀର ହୋଇଉଠିଲେ। ଦେବର୍ଷି ନାରଦ ରାଜାଙ୍କୁ ବୁଝାଇବାକୁ ଯାଇ କହିଲେ, ଦୁନିଆରେ ଚାରି ପ୍ରକାର ପୁତ୍ର ଅଛନ୍ତି। ପ୍ରଥମ ହେଲା ପୂର୍ବଜନ୍ମର ଶତ୍ରୁ, ଯିଏ ନିଜ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ପୁତ୍ର ହୋଇ ଜନ୍ମ ନେଇଥାଏ। ତାକୁ ଶତ୍ରୁପୁତ୍ର କୁହାଯାଏ। ଦ୍ୱିତୀୟ ହେଲା ପୂର୍ବ ଜୀବନର ଋଣୀ। ସେ ତାଙ୍କର ଋଣ ଆଦାୟ କରିବାକୁ ଆସିଥାନ୍ତି। ହିସାବ ସ୍ଥିର ହୋଇଥାଏ। ପୁତ୍ର ଜୀବନବ୍ୟାପୀ ଦୁଃଖ ଦେଇ ଚାଲିଯାଏ। ଇଏ ଏକ ଭିନ୍ନ ପ୍ରକାର ପୁଅ। ତୃତୀୟ ପ୍ରକାର ପୁଅ ହେଉଛି ଏକ ଉଦାସୀନ ପୁଅ। ବିବାହ ପୂର୍ବରୁ ପିତାମାତାଙ୍କର। ବିବାହ କରିବା ମାତ୍ରେ ସେ ଆଉ କାହାର। ନିଜ ପିତାମାତାଙ୍କଠାରୁ ଅଲଗା ହୋଇଯାଏ। ତା’ସହ ମିଶିବା ସମ୍ଭବ ହୋଇପାରେନା। ପୁଅମାନେ ସେତେବେଳେ ପଶୁ ପରି ହୋଇଯାଆନ୍ତି। ଚତୁର୍ଥ ପ୍ରକାର ପୁଅମାନେ ହେଉଛନ୍ତି ଦାସ ପୁଅ। ଦାସ ପୁଅ ନିଜ ମାତାପିତାଙ୍କଠାରେ ପରମେଶ୍ୱରଙ୍କୁ ଦେଖେ। ସେବାକରେ। ସେମାନଙ୍କ ପାଇଁ ମାତାପିତାଙ୍କର ସେବା ହେଉଛି ଈଶ୍ୱରଙ୍କ ସେବା। ଏବେ ଆମ ସମାଜରେ ଦାସପୁତ୍ର କମ୍‌ ଦେଖିବାକୁ ମିଳୁଛି। ଅବଶିଷ୍ଟ ତିନି ପ୍ରକାର ପୁତ୍ରର ଭାଗ ଆଜିକାଲି ବେଶି। ଏଇ କାରଣରୁ ଅଭାଗା ମାତାପିତାମାନେ ପରିଣତ ବୟସରେ ଶଢୁଛନ୍ତି ପୁତ୍ର ପ୍ରଦତ୍ତ କଷ୍ଟରେ।
କୁହାଯାଏ ମାତାପିତାମାନଙ୍କୁ ସନ୍ତାନମାନଙ୍କର ସୁଖ ନିଜ କର୍ମ ଅନୁସାରେ ମିଳିଥାଏ। ଜୋର ଜବରଦସ୍ତ ପ୍ରତିଜ୍ଞା ଦ୍ୱାରା ନୁହେଁ। ଯଦି କେହି ଏହା ପାଏ ତେବେ ଏହା କେତେଦିନ ରହିବ ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟି ନ ଥାଏ। ଏ ଉକ୍ତିଠାରୁ ଆଉ ଦି’ପାଦ ଆଗକୁ ଯାଇ ଆମ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ମନୋଜବାବୁ ନିଜ ଅଭିଜ୍ଞତାରୁ ସେଦିନ କହିଲେ-”ଆଜ୍ଞା! ଆଜିକାଲି ପିତାପୁତ୍ର ମଧ୍ୟରେ ସମ୍ପତ୍ତି ବିବାଦ ବଢ଼ିଚାଲିଛି। ତେଣୁ ମୋ ନିକଟକୁ ଆଇନ ସହାୟତା ଲୋଡିବାକୁ ଆସୁଥିବା ପିତାମାନଙ୍କୁ ଏକ ମାତ୍ର ମାଗଣା ପରାମର୍ଶ ଦିଏ ଯାହା କରୁଛ କର ପଛେ ନିଜ ନାମ ବ୍ୟତୀତ ଆଉ କାହା ନାମରେ ଜମିବାଡ଼ି ରେଜିଷ୍ଟ୍ର୍ରେଶନ କର ନାହିଁ। ବେଳକାଳ ଯାହା ହେଲାଣି ନିଜ ଛାଇକୁ ବି ବିଶ୍ୱାସ କରିବା ଉଚିତ ନୁହେଁ।“ ମନୋଜବାବୁଙ୍କ କଥାଟି ଅସ୍ବାଭାବିକ ଲାଗିଲେ ବି ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ନିରାଟ ସତ। ସେଥିପାଇଁ ବୋଧେ କୁହାଯାଏ ପୁତ୍ରଯୋଗ୍ୟ ଥିଲେ କି ଲୋଡ଼ା ସମ୍ପତ୍ତି। ପୁତ୍ର ଅଯୋଗ୍ୟ ହେଲେ କି ଲୋଡ଼ା ରଖିବା ସାଇତି ସମ୍ପତ୍ତି। ଅତଏବ ପୁତ୍ରମୋହରେ ଅନ୍ଧ ହେବାଠାରୁ ଆଗରୁ ସର୍ତକ ହେବା ଉଚିତ।

ଡ. ଦ୍ୱିତୀଚନ୍ଦ୍ର ସାହ
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri