ସୋମନାଥ ସ୍ବାଭିମାନ ପର୍ବ ୧୦୦୦ ବର୍ଷ (୧୦୨୬-୨୦୨୬)ର ଏକ ଅତୁଟ ଆସ୍ଥା

ସୋମନାଥ… ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ। ଏହା ହେଉଛି ଭାରତର ଆତ୍ମାର ଶାଶ୍ୱତ ଆହ୍ବାନ। ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମ୍‌ରେ ସାରା ଭାରତରେ ଥିବା ୧୨ଗୋଟି ଜ୍ୟୋତିର୍ଲିଙ୍ଗଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ସ୍ତୋତ୍ର ଏପରି ଭାବରେ ଆରମ୍ଭ: ‘ସୌରାଷ୍ଟ୍ରେ ସୋମନାଥଂ ଚ…’ ଯାହା ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବରେ ସୋମନାଥଙ୍କୁ ଆମ ସଭ୍ୟତା ତଥା ଆଧ୍ୟାତ୍ମିକ ସଙ୍କେତ ଭାବରେ ଉପସ୍ଥାପନ କରେ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି:
ସୋମଲିଙ୍ଗଂ ନରୋ ଦୃଷ୍ଟ୍ବା ସର୍ବପାପୈ ପ୍ରମୁଚ୍ୟତେ।
ଲଭତେ ଫଳଂ ମନୋବାଞ୍ଛିତଂ ମୃତଃ ସ୍ବର୍ଗଂ ସମାଶ୍ରୟେତ୍‌॥
ଏହାର ଅର୍ଥ ହେଉଛି: କେବଳ ସୋମନାଥ ଶିବଲିଙ୍ଗଙ୍କ ଦର୍ଶନ ମାତ୍ରେ ଜଣେ ବ୍ୟକ୍ତି ତା’ର ସକଳ ପାପରୁ ନିଶ୍ଚିତ ରୂପେ ମୁକ୍ତ ହୋଇଥାଏ ଏବଂ ଏଥି ସହିତ ତା’ର ମନର ସକଳ ସକାରାତ୍ମକ କାମନା ପୂର୍ଣ୍ଣ ହେବା ସହିତ ସେ ମୃତ୍ୟୁ ପରେ ସ୍ବର୍ଗଲୋକ ପ୍ରାପ୍ତ ହୋଇଥାଏ।
କ୍ଷୋଭର କଥା, ଏହି ସୋମନାଥ, ଯାହାଙ୍କୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା ଓ ଉପାସନା କରିଆସୁଥିଲେ, ତାହାକୁ ବିଦେଶାଗତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ, କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହାକୁ ଧ୍ୱଂସ କରିବା, କେବଳ ଏହି ମନ୍ଦିରର ଉପାସନାକୁ ବନ୍ଦ କରିବା ନୁହେଁ।
ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ। ଏହି ମହାନ୍‌ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି। ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜ୍‌ନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ୍‌ ସଙ୍କେତକୁ ଧ୍ୱଂସ କରିଦେବାକୁ ଚାହିଁଥିଲେ। ଏଥି ନିମନ୍ତେ ଯେତେ ରକ୍ତପାତ ଓ ବର୍ବର ଆକ୍ରମଣ କରାଯାଇପାରେ, ସେ ତାହା ଆପଣାଇଥିଲେ।
ତଥାପି, ଏହି ଘଟଣାର ୧ ହଜାର ବର୍ଷ ପରେ ସୁଦ୍ଧା, ସେହି ମନ୍ଦିର ପୂର୍ବ ଗୌରବର ସହିତ ସେଠାରେ ଦଣ୍ଡାୟମାନ, କାରଣ ସୋମନାଥ ମନ୍ଦିରର ଭବ୍ୟତାକୁ ବଜାୟ ରଖିବା ସକାଶେ ଅତୀତରେ ଅସଂଖ୍ୟ ପୁନର୍ଗଠନ ପ୍ରୟାସ କରାଯାଇଆସିଛି। ଏଭଳି ଏକ ପ୍ରୟାସର ମାଇଲଖୁଣ୍ଟ ୨୦୨୬ ମସିହାରେ ୭୫ ବର୍ଷ ପୂରଣ କରୁଛି। ସେହିଭଳି ପ୍ରୟାସ ୧୯୫୧ ମସିହା ମେ ୧୧ ତାରିଖ ଦିନ ଏକ ଉତ୍ସବରେ ସମ୍ପାଦନ କରାଯାଇଥିଲା ଏବଂ ତାହା ସମ୍ପାଦନ କରାଯାଇଥିଲା ଭାରତର ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ। ସେଦିନ ଏହି ପୁନଃବିନ୍ୟାସକୃତ ମନ୍ଦିରର ଦ୍ୱାରକୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲାଯାଇଥିଲା।
ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ଘଟିଥିଲା ୧୦୨୬ ଖ୍ରୀଷ୍ଟାବ୍ଦରେ। ସେତେବେଳେ ଏହି ନଗରୀର ଲୋକମାନଙ୍କ ଉପରେ ନିଷ୍ଠୁର ଆକ୍ରମଣ କରାଯାଇଥିଲା। ସେତେବେଳେ ଏହି ମନ୍ଦିରକୁ ଯେଉଁଭଳି ବୀଭତ୍ସ ଭାବରେ ଧ୍ୱଂସ କରାଯାଇଥିଲା ତାହାର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ଐତିହାସିକ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ରହିଛି। ଆପଣମାନେ ତାହା ପଢ଼ିଲେ, ଛାତି ଥରିଉଠେ। ଏହାର ପ୍ରତ୍ୟେକ ଧାଡ଼ିରେ ଦୁଃଖ, କ୍ରୂରତା ଭରିରହିଛି ଏବଂ ଏହି ଦୁଃଖ ସମୟ ସହିତ କେବେ ପ୍ରଶମିତ ହୋଇଯାଇ ନାହିଁ।
ଆପଣମାନେ କଳ୍ପନା କରି ପାରିବେ ଯେ ଭାରତ ଉପରେ ଏହା କି ପ୍ରକାର ପ୍ରଭାବ ପକାଇଥିଲା ଏବଂ ଲୋକମାନଙ୍କ ଭାବନାକୁ କେତେ ଆଘାତ ଦେଇଥିଲା। କାହିଁକି ନା, ସୋମନାଥ ସେମାନଙ୍କ ପାଇଁ ଅଚିନ୍ତନୀୟ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ। ଏହି ତଟ ମଧ୍ୟ ସମାଜକୁ ପର୍ଯ୍ୟାପ୍ତ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସୁଥିଲା। ଏହି ସମୁଦ୍ର ଦେଇ ବଣିକମାନେ, ନାବିକମାନେ ଭାରତର ଭବ୍ୟ ଗାଥାକୁ ଦୂର ଦୂରାନ୍ତକୁ ବହନ କରି ନେଉଥିଲେ।
ତଥାପି, ମୁଁ ଗର୍ବର ସହିତ ଏବଂ ବିନା ଦ୍ୱିଧାରେ ଏକଥା କହିବାକୁ ଚାହେଁ ଯେ ସୋମନାଥଙ୍କ ଗାଥା, ଏହା ଉପରେ ବିଦେଶୀ ଲୁଣ୍ଠନକାରୀଙ୍କ ଆକ୍ରମଣର ୧ ହଜାର ବର୍ଷ ବିତି ସାରିଥିଲେ ସୁଦ୍ଧା, ସେହି ଧ୍ୱଂସ ଦ୍ୱାରା ସଂଜ୍ଞା ନିରୂପିତ ହୁଏନାହିଁ। ଭାରତ ମାତାଙ୍କ କୋଟି କୋଟି ସନ୍ତାନଙ୍କ ଅତୁଟ ସାହସ ଦ୍ୱାରା ହିଁ ଏହାର ସଂଜ୍ଞା ନିରୂପିତ।
ଏହି ମଧ୍ୟଯୁଗୀୟ ବର୍ବରତା ଯାହା ଆଜକୁ ହଜାର ବର୍ଷ ପୂର୍ବେ ୧୦୨୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ତାହା ସୋମନାଥ ମନ୍ଦିର ଉପରେ ଅନ୍ୟମାନଙ୍କୁ ବାରମ୍ବାର ଆକ୍ରମଣ କରିବାକୁ ‘ପ୍ରେରଣା’ ଯୋଗାଇଥିଲା। ଆମର ଜନସାଧାରଣ ଏବଂ ଏହାର ସଂସ୍କୃତିକୁ ଦାସତ୍ୱର ବେଡ଼ିରେ ବାନ୍ଧି ରଖିବା ନିମନ୍ତେ ଏହା ଥିଲା ପ୍ରଥମ ପ୍ରୟାସ। ପ୍ରତ୍ୟେକ ଥର ଏହି ମନ୍ଦିର ଉପରେ ହେଉଥିବା ଆକ୍ରମଣ ବେଳେ, ଆମମାନଙ୍କ ନିକଟରେ ଏହାକୁ ବିରୋଧ କରିବା ଏବଂ ସୁରକ୍ଷା ପ୍ରଦାନ କରିବା ସକାଶେ ମହାନ୍‌ ବୀର ଓ ବୀରାଙ୍ଗନାମାନେ ଉପଲବ୍ଧ ଥିଲେ ଏବଂ ପ୍ରତ୍ୟେକ ଥର, ପିଢ଼ି ପରେ ପିଢ଼ି, ଆମର ଏହି ମହାନ୍‌ ସଭ୍ୟତାର ଲୋକମାନେ, ନିଜକୁ ସେଭଳି ଆକ୍ରାନ୍ତାମାନଙ୍କ ବିରୋଧରେ ଠିଆ ହୋଇଥିଲେ ଏବଂ ଧ୍ୱଂସ ମନ୍ଦିରକୁ ପୁନର୍ବାର ଭବ୍ୟତାର ସହିତ ପୁନଃନିର୍ମାଣ ପୂର୍ବକ ଠିଆ କରାଇଥିଲେ। ଏହା ଆମମାନଙ୍କର ପରମ ସୌଭାଗ୍ୟ ଯେ ଅହଲ୍ୟାବାଈ ହୋଲକାରଙ୍କ ଭଳି ମହାନ୍‌ ବ୍ୟକ୍ତିତ୍ୱ ଯେଉଁ ଭୂମିରେ ଜନ୍ମ ଗ୍ରହଣ କରିଥିଲେ ଆମେ ସେହି ଭୂମିରେ ଭୂମିଷ୍ଠ ହୋଇଛେ। ଅହଲ୍ୟାବାଈ ହୋଲକାର ସୋମନାଥ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଯେଉଁ ଆଦର୍ଶ ପ୍ରୟାସ କରିଥିଲେ ତାହା ପ୍ରଶଂସନୀୟ, ଯାହା ଫଳରେ ଶ୍ରଦ୍ଧାଳୁମାନେ ପୁନର୍ବାର ମନ୍ଦିରରେ ପୂଜାର୍ଚ୍ଚନା କରିପାରିଥିଲେ।
୧୮୯୦ ଦଶକରେ ସ୍ବାମୀ ବିବେକାନନ୍ଦ ସୋମନାଥ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ତାହା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେ ତାଙ୍କର ସେହି ଅନୁଭବକୁ ୧୮୯୭ ମସିହାରେ ଚେନ୍ନାଇଠାରେ ଏକ ଭାଷଣରେ ପ୍ରଦାନ କରିଥିଲେ। ସେ କହିଥିଲେ, ‘ଦକ୍ଷିଣ ଭାରତର କେତେକ ପ୍ରାଚୀନ ମନ୍ଦିର ଏବଂ ଗୁଜରାଟର ସୋମନାଥ ଭଳି ମନ୍ଦିର ଆମମାନଙ୍କୁ ଜ୍ଞାନର ବିପୁଳ ଶିକ୍ଷା ପ୍ରଦାନ କରେ। ସେହିସବୁ ମନ୍ଦିର ଆମମାନଙ୍କୁ ମାନବ ଜାତିର ପ୍ରାଚୀନ ଇତିହାସ ମଧ୍ୟକୁ ଗଭୀର ଭାବରେ ଅନ୍ତର୍କ୍ଷେପଣ ନିମନ୍ତେ ପ୍ରେରିତ କରେ, ଯାହା ଆମେ କୌଣସି ଗ୍ରନ୍ଥରୁ କେବେ ପାଇପାରିବା ନାହିଁ। ଲକ୍ଷ୍ୟ କରିବା କଥା ଯେ ସେହିସବୁ ମନ୍ଦିର କିପରି ଏଭଳି ଆକ୍ରାନ୍ତମାନଙ୍କ ହଜାର ହଜାର ଆକ୍ରମଣର ସ୍ବାକ୍ଷର ନିଜ ବକ୍ଷରେ ବହନ କରି ରଖିଛନ୍ତି ଏବଂ ଶହ ଶହ ପିଢ଼ି ଧରି ତାହା ଜାରି ରହିଛି। ସେମାନେ ନିରବଚ୍ଛିନ୍ନ ଭାବରେ ଏହାକୁ ଧ୍ୱଂସ କରିଚାଲିଥିଲେ ଏବଂ ସେହି ଧ୍ୱଂସ ସ୍ତୂପ ଭିତରୁ ତାହା ପୁଣି ଥରେ ମୁଣ୍ଡ ଟେକିଥାଏ, ପୁନଃଜାଗରିତ ହୋଇ ଆହୁରି ମଜଭୁତ ହୋଇଥାଏ! ଏହା ହେଉଛି ଜାତୀୟ ମାନସିକତା, ତାହା ହିଁ ହେଉଛି ରାଷ୍ଟ୍ରୀୟ ଜୀବନ ସ୍ରୋତ। ଏହାକୁ ଅନୁସରଣ କରନ୍ତୁ ଏବଂ ଏହା ଆମକୁ ମହିମାମଣ୍ଡିତ କରିବା ଆଡ଼କୁ ଆଗେଇନିଏ। ଏହାକୁ ତ୍ୟାଗ କରନ୍ତୁ ଏବଂ ଦେଖିବେ, ତୁମର ବିନାଶ ଘଟିବ। ମୃତ୍ୟୁ ହେଉଛି ଏହାର ଏକମାତ୍ର ପରିଣାମ। ବିନାଶ ଏହାର ଏକମାତ୍ର ପରିଣାମ- ଯେଉଁ ମୁହୂର୍ତ୍ତରେ ସେହି ଜୀବନ ସ୍ରୋତରୁ ତୁମେ ଦୂରେଇଯିବ।
ଦେଶ ସ୍ବାଧୀନତା ଲାଭ କରିବା ପରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ପବିତ୍ର କାର୍ଯ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ୧୯୪୭ ମସିହାରେ ସେ ଦୀପାବଳି ସମୟରେ ଯେତେବେଳେ ସେହି ମନ୍ଦିରକୁ ଏକତା ଦର୍ଶନ ପାଇଁ ଯାଇଥିଲେ ଏହାର ଧ୍ୱଂସାବଶେଷ ଦେଖି ସେ ଏତେ ମାତ୍ରାରେ ମ୍ରିୟମାଣ ହୋଇ ପଡ଼ିଥିଲେ ଯେ ସେ ସେହିଠାରେ ଘୋଷଣା କରିଥିଲେ, ଏହି ମନ୍ଦିରର ପୁନଃନିର୍ମାଣ କରାଯିବ। ପରିଶେଷରେ, ୧୯୫୧ ମସିହା ମେ ୧୧ ତାରିଖ ଦିନ, ସେହିଠାରେ ଭବ୍ୟ ସୋମନାଥ ମନ୍ଦିର ଉନ୍ମୋଚିତ, ନିର୍ମିତ ହୋଇ ଏହାର ଦ୍ୱାର ଶ୍ରଦ୍ଧାଳୁମାନଙ୍କ ପାଇଁ ଉନ୍ମୋଚିତ ହୋଇଥିଲା। ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ଅବସରରେ ସେଠାରେ ଉପସ୍ଥିତ ଥିଲେ। ମହାନ୍‌ ସର୍ଦ୍ଦାର ସାହେବ ସେହି ଐତିହାସିକ ଦିନର ଅବସରକୁ ଦେଖିବା ସକାଶେ ସେତେବେଳକୁ ଜୀବିତ ନ ଥିଲେ, କିନ୍ତୁ ତାଙ୍କ ସ୍ବପ୍ନ ସାକାରିତ ହୋଇ ରାଷ୍ଟ୍ର ସମ୍ମୁଖରେ ସଗର୍ବେ ଦଣ୍ଡାୟମାନ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ, ଏଭଳି ଘଟଣାକ୍ରମରେ ବିଶେଷ ଖୁସି ନ ଥିଲେ। ସେ ଚାହୁଁ ନ ଥିଲେ ଯେ ମାନ୍ୟବର ରାଷ୍ଟ୍ରପତି ତଥା ଅନ୍ୟ ମନ୍ତ୍ରୀଗଣ ଏଭଳି ବିଶେଷ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୁଅନ୍ତୁ। ସେ ମତ ପୋଷଣ କରିଥିଲେ ଯେ ଏହା ଭାରତ ସମ୍ପର୍କରେ ଏକ ଖରାପ ଧାରଣା ସୃଷ୍ଟି କରିବ। କିନ୍ତୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦୃଢ଼ ଭାବରେ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ ଏବଂ ଯାହା ଘଟିଥିଲା, ତାହା ଆଜି ଇତିହାସ। କେ.ଏମ. ମୁନ୍‌ସୀଙ୍କ ପ୍ରୟାସ ବିନା ସୋମନାଥ ମନ୍ଦିର ସମ୍ପର୍କିତ କୌଣସି ପ୍ରସଙ୍ଗ କଦାପି ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଇ ପାରିବ ନାହିଁ। ସେ ସକ୍ରିୟତାର ସହିତ ସର୍ଦ୍ଦାର ପଟେଲଙ୍କୁ ସମର୍ଥନ ଜ୍ଞାପନ କରିଥିଲେ। ସୋମନାଥଙ୍କ ସମ୍ପର୍କିତ ତାଙ୍କର ରଚନାବଳୀ, ଏଥିରେ ‘ସୋମନାଥ: ଶାଶ୍ୱତ ଧାମ’ ପୁସ୍ତକ ସାମିଲ, ଅତୀବ ସୂଚନାଧର୍ମୀ ଏବଂ ଶିକ୍ଷଣୀୟ।
ମୁନ୍‌ସୀଜୀଙ୍କ ଏହି ପୁସ୍ତକର ନାମ ହିଁ ଆମମାନଙ୍କୁ ଏହା ସୂଚାଏ ଯେ ଆମେ ଏଭଳି ଏକ ସଭ୍ୟତା ଯାହା ଏକ ଶାଶ୍ୱତ ଚିନ୍ତାଧାରା ଏବଂ ବିଚାରବୋଧ ସଦାବେଳେ ଧାରଣ କରିଆସିଛୁ। ଆମେ ଏକଥା ଦୃଢ଼ତାର ସହ ବିଶ୍ୱାସ କରୁ ଯେ ଯାହା ଶାଶ୍ୱତ ତାହା କଦାପି କ୍ଷୟଶୀଳ ନୁହେଁ। ଏହା ଆମର ପ୍ରସିଦ୍ଧ ଗୀତା ଗ୍ରନ୍ଥରେ ମଧ୍ୟ ବର୍ଣ୍ଣିତ ରହିଛି: ‘ନୈନଂ ଚ୍ଛିନ୍ଦନ୍ତି ଶସ୍ତ୍ରାଣି…’। ଆମ ସଭ୍ୟତାର ଅଦମ୍ୟ ଭାବନା ସମ୍ପର୍କରେ ସୋମନାଥ ବ୍ୟତୀତ ଅନ୍ୟ କୌଣସି ଉତ୍ତମ ଉଦାହରଣ ଦିଆଯାଇ ପାରିବ ନାହିଁ, ଯାହା ବର୍ତ୍ତମାନ ସୁଦ୍ଧା ଗୌରବର ସହିତ, ସକଳ ପ୍ରକାର ପ୍ରତିକୂଳ ଶକ୍ତିଙ୍କ ପ୍ରଭାବ ଓ ସଂଘର୍ଷ ସତ୍ତ୍ୱେ ଦଣ୍ଡାୟମାନ ରହିଛି।
ସେହି ମାନସିକତା ହିଁ ଆମ ରାଷ୍ଟ୍ରର ପରିକଳ୍ପନାରେ ଜଳଜଳ ହୋଇ ଦୃଶ୍ୟମାନ। ଏହା ବୈଶ୍ୱିକ ବିକାଶର ଉଜ୍ଜ୍ୱଳତମ ବିନ୍ଦୁ ଭାବରେ ବିଦ୍ୟମାନ। ଏହା ଶତାବ୍ଦୀ ଶତାବ୍ଦୀ ଧରି ଆକ୍ରମଣ ଏବଂ ଉପନିବେଶବାଦୀ ଲୁଣ୍ଠନର ଶିକାର ହୋଇ ସୁଦ୍ଧା ନିଜକୁ ଅତୁଟ ରଖିପାରିଛି। ଏହା ଆମର ମୂଲ୍ୟବୋଧ ଧାରା ଏବଂ ଜନସାଧାରଣଙ୍କ ପ୍ରତିବଦ୍ଧତା, ଯାହା ଆଜି ଭାରତକୁ ବୈଶ୍ୱିକ ଧ୍ୟାନର କେନ୍ଦ୍ରବିନ୍ଦୁରେ ପରିଣତ କରିଛି। ବିଶ୍ୱ ଆଜି ଆଶା ଓ ସକାରାତ୍ମକ ଭାବନାର ସହିତ ଭାରତକୁ ଦେଖୁଛି। ସେମାନେ ଭାରତର ନବାଚାରଧର୍ମୀ ଯୁବଗୋଷ୍ଠୀଙ୍କ ଉପରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ। ଆମର କଳା, ସଂସ୍କୃତି, ସଙ୍ଗୀତ ଏବଂ ଅସୁମାରି ଉତ୍ସବ ଦିନକୁ ଦିନ ବୈଶ୍ୱିକ ହେବାରେ ଲାଗିଛି। ଯୋଗ ଓ ଆୟୁର୍ବେଦ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଚାଲିଛି ଏବଂ ନିରାମୟ ଜୀବନ ଧାରଣକୁ ଶକ୍ତି ଯୋଗାଉଛି। ସବୁଠାରୁ କେତେଗୋଟି ଜଟିଳ ବୈଶ୍ୱିକ ଚାଲେଞ୍ଜର ସମାଧାନ ଭାରତରୁ ହିଁ ଆସିପାରିଛି।
କାହିଁ କେଉଁ ଅସୁମାରି ଅତୀତଠାରୁ ସୋମନାଥ ବିଭିନ୍ନ ବର୍ଗର ଲୋକମାନଙ୍କୁ ଏକତ୍ରିତ କରିଛି। ଆଜକୁ ଶହ ଶହ ବର୍ଷ ପୂର୍ବେ, କଳିକାଳ ସର୍ବାଙ୍ଗ ହେମଚନ୍ଦ୍ରାଚାର୍ଯ୍ୟ ନାମକ ଜନୈକ ଜୈନ ମୁନି ସୋମନାଥ ମନ୍ଦିରକୁ ଆସିଥିଲେ। କୁହାଯାଏ ଯେ ସେଠାରେ ପ୍ରାର୍ଥନା କରିବା ପରେ, ସେ ଗାନ କରିଥିଲେ, ‘ଭବବୀଜାଙ୍କୁଜନନାରାଗାଦ୍ୟାଃ କ୍ଷୟମୁପଗତା ଯସ୍ୟ’। ଏହାର ଅର୍ଥ ହେଲା ସେହି ଶକ୍ତିଙ୍କୁ ନମସ୍କାର ଯାହାଙ୍କୁ ଦର୍ଶନ ମାତ୍ରେ ସକଳ ପ୍ରକାର ଜାଗତିକ ବୀଜର ବିନାଶ ଘଟେ, ଯାହାଙ୍କ କରୁଣାରୁ ସକଳ ପ୍ରକାର ସାଂସାରିକ ବନ୍ଧନ ଓ ଲୋଭ ମନରୁ ଉଭେଇଯାଏ।’ ଆଜି ସୁଦ୍ଧା, ସୋମନାଥ ସେହି ସାମର୍ଥ୍ୟକୁ ବହନ କରିଛି ଏବଂ ଆମମାନଙ୍କ ମନ ଓ ଆତ୍ମା ଭିତରେ ଏକ ଦିବ୍ୟ ଓ ବିରାଟ ଜାଗରଣ ସୃଷ୍ଟି କରୁଛି।
୧୦୨୬ ଖ୍ରୀଷ୍ଟାବ୍ଦର ସେହି ପ୍ରଥମ ଆକ୍ରମଣର ଏକ ହଜାର ବର୍ଷ ପରେ, ସୋମନାଥର ସମୁଦ୍ର ତଥାପି ସେହିଭଳି ସ୍ବରରେ ଉଦ୍‌ଘୋଷଣା କରୁଛି, ଯାହା ଅତୀତରେ କରିଆସୁଥିଲା। ଯେଉଁ ଢେଉ ଆସି ସୋମନାଥଙ୍କ ପାଦରେ ମଥା ପିଟୁଛି, ତାହା ସେହି ଗୋଟିଏ କାହାଣୀ ହିଁ ବଖାଣୁଛି। ଯାହା ହେଉ ନା କାହିଁକି, ସେହି ଢେଉ ଭଳି ତାହା ବାରମ୍ବାର ମଥା ପିଟି ଚାଲିଛି, ସଙ୍ଗୀତ ଗାନ କରିଚାଲିଛି।
ଅତୀତର ସେହିସବୁ ଆକ୍ରାନ୍ତାମାନେ ବର୍ତ୍ତମାନ ସମୟର ପବନରେ କାହିଁ ରେଣୁ ଭାବରେ କୁଆଡ଼େ ହଜି ଯାଇଛନ୍ତି, ସେମାନଙ୍କର ନାମ କେବଳ ଧ୍ୱଂସ ସହିତ ତୁଳନୀୟ। ଇତିହାସର ପାଦଟିକାରେ ହିଁ ସେମାନେ ରହିଯାଇଛନ୍ତି, ଯଦ୍ୟପି ସୋମନାଥ ସେହିଭଳି ଉଜ୍ଜ୍ୱଳ, ଦୀପ୍ତିମାନ ହୋଇ ଦୂର ଦିଗ୍‌ବଳୟ ପର୍ଯ୍ୟନ୍ତ ସବୁକିଛି ଆଲୋକିତ କରୁଛି। ତାହା ଆମମାନଙ୍କୁ ସେହି ଶାଶ୍ୱତ ଭାବନାକୁ ସ୍ମରଣ କରାଇ ଦେଉଛି ଯେ ୧୦୨୬ର ଆକ୍ରମଣ ସତ୍ତ୍ୱେ ଆମର ଭାବନା ସେହିଭଳି ଅତୁଟ ରହିଛି ଏବଂ ରହିଥିବ। ସୋମନାଥ ହେଉଛି ଆଶାର ସଙ୍ଗୀତ ଯାହା ଆମକୁ ସୂଚାଏ ଯେ ଘୃଣା ଏବଂ ଧର୍ମାନ୍ଧତା ନିକଟରେ ସାମୟିକ ଶକ୍ତି ଥାଇପାରେ, କିନ୍ତୁ ଆସ୍ଥା ଓ ବିଶ୍ୱାସ ନିକଟରେ ଥିବା ସୁସାମର୍ଥ୍ୟ ହେଉଛି ସେହି ଶାଶ୍ୱତ ଶକ୍ତି ଯାହା ଅନନ୍ତକାଳ ପର୍ଯ୍ୟନ୍ତ ଉଜ୍ଜୀବିତ ରହିଥିବ।
ଯଦି ସୋମନାଥ ମନ୍ଦିର, ଯାହା ଆଜକୁ ୧ହଜାର ବର୍ଷ ପୂର୍ବେ ଏକଦା ଆକ୍ରମଣର ଶିକାର ହୋଇଥିଲା ଏବଂ ଏହା ପରେ ବାରମ୍ବାର ଆକ୍ରମଣକୁ ଅଙ୍ଗେ ନିଭାଇଥିଲା, ତାହା ଯଦି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇପାରେ, ତେବେ ଆମେମାନେ ଆମର ମହାନ୍‌ ରାଷ୍ଟ୍ରକୁ ମଧ୍ୟ ଗୌରବଶାଳୀ କରି ପୁଣି ଥରେ ଠିଆ କରାଇ ପାରିବା, ଯାହା ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମଠାରେ ଥିଲା। ଶ୍ରୀସୋମନାଥ ମହାଦେବଙ୍କ ଆଶୀର୍ବାଦ ସହିତ ଆମେ ଆଗକୁ ପୁନଃସଂକଳ୍ପର ସହ ଅଗ୍ରସର ହେବା ଏବଂ ବିକଶିତ ଭାରତ ନିର୍ମାଣ କରିବା, ଯେଉଁଠାରେ ଆମ ସଭ୍ୟତାର ପ୍ରଜ୍ଞା ଆମକୁ ମାର୍ଗ ପ୍ରଦର୍ଶନ କରିବ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ସହାୟକ ହେବ।
ଜୟ ସୋମନାଥ!
(ଭାରତର ପ୍ରଧାନମନ୍ତ୍ରୀ ଏବଂ
ଶ୍ରୀସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ)

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୪୮ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର, ୨୧ା୨ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ। ଏବେ ରାଜ୍ୟରେ ପାଗ ମୁଖ୍ୟତଃ…

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ସୁପ୍ରିମକୋର୍ଟଙ୍କ ଉପରେ ବର୍ଷିଲେ ଟ୍ରମ୍ପ, କହିଲେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୧।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ନିରାଶାଜନକ।…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri