ତୈଳସର୍ବସ୍ୱ

ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଉତ୍ତର ଆମେରିକୀୟ ରାଷ୍ଟ୍ର ଆମେରିକାର ଆକ୍ରମଣ ୩ ଜାନୁଆରୀ ୨୦୨୬ରେ ବିଶ୍ୱବ୍ୟାପୀ କେବଳ ଏକ ଖବର ହୋଇ ରହିଥାଆନ୍ତା। କିନ୍ତୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ସ୍ତ୍ରୀ ସିଲିଆ ଫ୍ଲୋରେସ୍‌ଙ୍କୁ ଆମେରିକୀୟ ସେନା ଉଠାଇନେବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆରେ ମାଦୁରୋଙ୍କ ବନ୍ଦୀ ଫଟୋ ପୋଷ୍ଟ କରିବା ଅକଳ୍ପନୀୟ ବଡ଼ ଖବର ପାଲଟିଯାଇଛି। ମାଦୁରୋ ମନମୁଖି ଶାସନ ଚଳାଇବା ଓ ଡ୍ରଗ୍ସ ଚାଲାଣକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରି ଆମେରିକା ବାରମ୍ବାର ଭେନେଜୁଏଲା ଶାସକଙ୍କୁ ଚେତାବନୀ ଦେଇ ଆସୁଥିଲା। ହେଲେ ଆମେରିକା ତା’ର ଅସରନ୍ତି ଶକ୍ତି ଚାହିଦାକୁ ମେଣ୍ଟାଇବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଜିତିଥିବା ମାଦୁରୋଙ୍କୁ ଆମେରିକା ସୈନ୍ୟ ଜୋର୍‌ ଜବରଦସ୍ତ ବନ୍ଦୀ କରି ନ୍ୟୁୟର୍କ ନେଇଗଲେ। ପ୍ରଥମେ ୩୬ ବର୍ଷ ପୂର୍ବେ ଆମେରିକୀୟ ସେନା ଏହିଭଳି ଢଙ୍ଗରେ ପାନାମାର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ମାନୁଏଲ ନୋରିଏଗାଙ୍କୁ ନିଜ ପ୍ରାସାଦରୁ ଟେକି ନେଇଥିଲା। ନୋରିଏଗାଙ୍କୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌ ବନ୍ଦୀ କରିବାର ନିର୍ଦ୍ଦେଶ ଜାରି କରିଥିଲେ। ସେହି ଘଟଣା ଏବେକାର ଭେନେଜୁଏଲା ଭଳି ଡିସେମ୍ବର ୧୯୮୯ ଶେଷ ଓ ଜାନୁଆରୀ ୧୯୯୦ ଆରମ୍ଭରେ ଘଟିଥିଲା। ପାନାମା ହେଉଛି ମଧ୍ୟ-ଆମେରିକୀୟ ଦେଶ। ଅନ୍ୟପଟେ ଭେନେଜୁଏଲା ହେଉଛି ଦକ୍ଷିଣ ଆମେରିକୀୟ ରାଷ୍ଟ୍ର। ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ କେବେହେଲେ କୌଣସି ଦକ୍ଷିଣ ଆମେରିକୀୟ ଦେଶର ଶାସନ ପରିବର୍ତ୍ତନ ପାଇଁ ସିଧାସଳଖ ସେନା ବ୍ୟବହାର କରି ନ ଥିଲା। ଆଜିର ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ୍‌ ନିଜର ଭାବମୂର୍ତ୍ତିକୁ ଯୁଦ୍ଧ ବିରୋଧୀ ଭାବେ ଦେଖାଇ ଆସିଛନ୍ତି। ଟ୍ରମ୍ପ୍‌ ବାରମ୍ବାର ଦାବି କରିଚାଲିଛନ୍ତି ଯେ, ପୃଥିବୀର ବିଭିନ୍ନ ଯୁଦ୍ଧକୁ ରୋକିବାରେ ତାଙ୍କର ସକ୍ରିୟ ଭୂମିକା ରହିଛି। କିନ୍ତୁ ଭେନେଜୁଏଲାରେ ଯେଉଁଭଳି ଭାବେ ଆମେରିକା ହସ୍ତକ୍ଷେପ କରି ଶାସନ ବଦଳାଇଦେଲା ତାହା ସେଠାକାର ଜନସାଧାରଣଙ୍କ ପାଇଁ ମାରାତ୍ମକ ହେବ ବୋଲି ଏବେଠାରୁ କହିହେଉଛି। ଏହାର କାରଣ ବୁଝିବାକୁ ଚାହିଁଲେ ଅଳ୍ପ କେତୋଟି ଦଶନ୍ଧିର ଇତିହାସର ପୃଷ୍ଠା ଲେଉଟାଇବାକୁ ପଡ଼ିବ। ଇରାକରେ ସଦ୍ଦାମ ହୁସେନ, ଲିବ୍ୟାରେ ମୁଆମାର ଗଦ୍ଦାଫିଙ୍କଠାରୁ ଆରମ୍ଭ କରି ବିଶ୍ୱର ବିଭିନ୍ନ ସ୍ଥାନରେ ଆମେରିକାର ହସ୍ତକ୍ଷେପ ସବୁବେଳେ ସମ୍ପୃକ୍ତ ଦେଶର ଅର୍ଥନୀତି, ପରିଚାଳନା ବ୍ୟବସ୍ଥା ଏବଂ ସଭ୍ୟ ସମାଜର ସ୍ଥିତିକୁ ବରବାଦ କରିଦେଇଛି।
କୁହାଯାଉଛି ଯେ ଆମେରିକାର ଏହି ମାଦୁରୋ ବିରୋଧୀ କାର୍ଯ୍ୟାନୁଷ୍ଠାନ ପଛରେ ‘ପେଟ୍ରୋ ଡଲାର’ ରହିଛି। ଭେନେଜୁଏଲାର ଅର୍ଥନୀତି ତୈଳସର୍ବସ୍ବ। ଆମେରିକା ଶକ୍ତି ସୂଚନା ପ୍ରଶାସନ ତଥ୍ୟ ଅନୁଯାୟୀ ଭେନେଜୁଏଲା ନିକଟରେ ୩୦୩ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଅଛି, ଯାହା ବିଶ୍ୱ ତୈଳ ଭଣ୍ଡାରଣର ପ୍ରାୟ ୧୭ ପ୍ରତିଶତ। ଭେନେଜୁଏଲାରେ ବହୁ ପରିମାଣରେ ତୈଳକୁ ଅନିଶା କରି ଆମେରିକା ମାଦୁରୋ ବିରୋଧୀ ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ଆମେରିକାର ହାତମୁଠାରୁ ସ୍ବାଧୀନ ହେବା ପାଇଁ ମାଦୁରୋ ତାଙ୍କ ଦେଶର ପେଟ୍ରୋଲିୟମକୁ ଆମେରିକୀୟ ଡଲାର ବ୍ୟତୀତ ଅନ୍ୟ ମୁଦ୍ରା ବ୍ୟବହାର କରି ବ୍ୟବସାୟ କରିବାକୁ ଚେଷ୍ଟା କରୁଥିଲେ। ଅନୁରୂପ ଆକାରରେ ମୁଆମାର ଗଦ୍ଦାଫି ମଧ୍ୟ ଏହି ଉଦ୍ୟମକୁ ଆରମ୍ଭ କରିଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଗାଦିଚ୍ୟୁତ କରି ହତ୍ୟା କରିବାରେ ବ୍ରିଟେନ ଓ ଫ୍ରାନ୍ସକୁ ବ୍ୟବହାର କରି ଆମେରିକା ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲା।
ଆମେରିକାରୁ ଭେନେଜୁଏଲାର ଦୂରତ୍ୱ ୪,୫୦୧ କିଲୋମିଟର ଓ ଆକାଶ ପଥରେ ଏହା ୨, ୭୯୭ ମାଇଲ । ଗୋଟେ ମହାଦେଶରୁ ଅନ୍ୟ ମହାଦେଶର ଏକ ରାଷ୍ଟ୍ର ଉପରେ ଦୃଷ୍ଟି ପକାଇ ତା’ର ତୈଳ ଭଣ୍ଡାରକୁ ଅକ୍ତିଆର କରିବାର ଚିନ୍ତା ଟ୍ରମ୍ପ୍‌ଙ୍କ ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ସୂଚାଉଛି। ସମସ୍ତେ ଜାଣନ୍ତି ହ୍ୟୁଗୋ ଚାଭେଜଙ୍କ ପରେ ନିକୋଲାସ ମାଦୁରୋ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇ ୫ ମାର୍ଚ୍ଚ ୨୦୧୩ରୁ ୩ ଜାନୁଆରୀ ୨୦୨୬ ଯାଏ ଭେନେଜୁଏଲାକୁ ଶାସନକୁ କରିଆସୁଥିଲେ। ତେବେ ସେଠାକାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ଦୀର୍ଘବର୍ଷ ଧରି ମାଦୁରୋ ସରକାରଙ୍କୁ ବିରୋଧ କରିଆସୁଛନ୍ତି। ଦେଶରେ ସୁଦୃଢ଼ ଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ସେ ନେଉଥିବା ପଦକ୍ଷେପକୁ ସମ୍ମାନ ଜଣାଇ ତାଙ୍କୁ ୨୦୨୫ ସକାଶେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଏଠାରେ ଆଉ ଏକ ବିଷୟକୁ ଅନିଶା କରାଯିବାର ଚିନ୍ତା ଜନ୍ମୁଛି। ମାଚାଡୋ ଯେବେ ଶାନ୍ତି ପୁରସ୍କାର ପାଇବେ ବୋଲି ଘୋଷଣା ହେଲା, ସେହି ଦିନ ସେ ଉକ୍ତ ସମ୍ମାନକୁ ଭେନେଜୁଏଲାବାସୀ ଓ ଟ୍ରମ୍ପ୍‌ଙ୍କୁ ଉତ୍ସର୍ଗ କରିଥିଲେ। ଏଠାରେ କୁହାଯାଇପାରେ ଯେ, ବିଭିନ୍ନ ଶତ୍ରୁ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବାରେ ତାଙ୍କ ଅବଦାନ ରହିଛି ବୋଲି କହି ଟ୍ରମ୍ପ୍‌ ବାରମ୍ବାର ୨୦୨୫ ନୋବେଲ ଶାନ୍ତି ପୁରସ୍କାର ଲାଗି ଦାବିଦାର ଥିଲେ। ଯେତେବେଳେ ଟ୍ରମ୍ପ୍‌ଙ୍କୁ ସେହି ସମ୍ମାନ ମିଳିଲା ନାହିଁ ଓ ପରୋକ୍ଷରେ ମାଚାଡୋ ତାଙ୍କୁ ଉକ୍ତ ସମ୍ମାନ ଉତ୍ସର୍ଗ କଲେ, ଏଥିରୁ ଉଭୟ ନେତାଙ୍କ ମଧ୍ୟରେ ଭେନେଜୁଏଲା ଆଭ୍ୟନ୍ତରୀଣ ବିଷୟରେ ଭଲ ବୁଝାମଣା ରହିଛି ବୋଲି ଆଲୋଚନା ହେଉଛି। ଏତେ ସତ୍ତ୍ୱେ ଯାହା ନିରାଟ ସତ୍ୟକୁ ଉନ୍ମୋଚନ କରୁଛି ତାହା ହେଲା ଆମେରିକାର ତୈଳ ଭୋକ। ମାଦୁରୋ ଓ ତାଙ୍କ ସ୍ତ୍ରୀଙ୍କୁ ଉଠାଇ ନେଇ ଆମେରିକୀୟ ସେନା ଯେଉଁ କାଣ୍ଡ କଲା ତାହା ବାସ୍ତବିକ ନିନ୍ଦନୀୟ। ଅନ୍ୟ ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ସିଧାସଳଖ ଆକ୍ରମଣ ଓ ତା’ର ଶାସନ ମୁଖ୍ୟଙ୍କୁ ବନ୍ଦୀ କରାଯିବା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି।
ଗଣତନ୍ତ୍ର, ବାକ୍‌ ସ୍ବାଧୀନତା, ମାନବ ଅଧିକାର ସୁରକ୍ଷା ଭଳି ଦିଗ ବିଷୟରେ ଆମେରିକା ସର୍ବଦା ଭାଷଣ ଦେଇ ଆସିଥାଏ। କିନ୍ତୁ ବାସ୍ତବ କ୍ଷେତ୍ରରେ ସେହି ଦେଶ ନିଜ ସ୍ବାର୍ଥ ସାଧନ ପାଇଁ ବହୁ ସମୟରେ ମୂଲ୍ୟବୋଧର ଉଲ୍ଲଂଘନ କରିଚାଲିଛି। ମାଦୁରୋଙ୍କ ବିରୋଧରେ ଭେନେଜୁଏଲାରେ କେତେକ ବିକ୍ଷୋଭ ହୋଇଛି। ସେହିଭଳି ଦେଖିବାକୁ ଗଲେ ବୋଧହୁଏ ସବୁ ଦେଶରେ ଶାସକ ବିରୋଧୀ ଜନସାଧାରଣ ସରକାର ବିରୋଧରେ ପ୍ରତିବାଦ କରିଥାଆନ୍ତି। ଭାରତରେ ସେଭଳି ଅନେକ ଥର ହୋଇଛି ଓ ଏବେ ଇରାନରେ ମୁଲ୍ଲା ଶାସନ ବିରୋଧରେ ମଧ୍ୟ ଆନ୍ଦୋଳନ ହେଉଛି। କିନ୍ତୁ ନିଜକୁ କ୍ଷମତାଶାଳୀ ଭାବି ଅନ୍ୟ ଦେଶର ସମ୍ପଦ ଉପରେ ଲୋଭ ରଖି ଯେଉଁଭଳି ଭେନେଜୁଏଲା ଉପରେ ଆମେରିକା ଆକ୍ରମଣ କଲା, ତାହା ଅନ୍ୟ ବଡ଼ ଦେଶକୁ ଅବିଚାର କରିବା ଲାଗି ସୁଯୋଗ ଦେଇଦେଲା ବୋଲି କୁହାଯାଇପାରେ। ଏଭଳି ସ୍ଥଳେ ବିଶ୍ୱ ସମୁଦାୟ ଏହାର କୌଣସି ବଡ଼ ସମାଧାନ ଆଣିବ ବୋଲି ବିଶ୍ୱାସ ହେଉ ନାହଁ। କାରଣ ଭୂରାଜନୈତିକ ସ୍ଥିତିକୁ ଦେଖିଲେ ସବଳ ରାଷ୍ଟ୍ରଗୁଡ଼ିକ ଦୁର୍ବଳଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଚାଲିଛନ୍ତି। ଏଭଳି ସ୍ଥଳେ ନିଜ ଦେଶବାସୀଙ୍କ ଉପରେ ନିର୍ଭର କରେ ସେମାନେ ପରିବର୍ତ୍ତନ କିଭଳି ଚାହୁଁଛନ୍ତି। ଭେନେଜୁଏଲାବାସୀ ଏହି ଘଟଣାରୁ ଶିକ୍ଷା ଗ୍ରହଣ କରିବା ଦରକାର।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?