କେବେ ଧମକ-କେବେ ଆଲୋଚନା…ମିଡିଲ୍‌ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍‌ଫ୍ୟୁଜ୍‌ ନୀତି!

ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ କରିଥିବା ସୁପରପାଓ୍ବାର ନା ଯୁଦ୍ଧକୁ ଡେଇଁ ଇରାନକୁ ସମ୍ପୂର୍ଣ୍ଣ ଭାବେ ବରବାଦ କରି ଦେବାର କାମ କରିବ। ଏବେ ଦୁଇଟି ବିକଳ୍ପ ଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ବି ଚୟନ କରିପାରୁନାହାନ୍ତି।

ନିଜେ ଟ୍ରମ୍ପ ଏବଂ ତାଙ୍କୁ ଜାଣିଥିବା ବ୍ୟକ୍ତି ଏହାକୁ ଅନ୍‌ପ୍ରେଡିକ୍ଟେବଲ୍‌ ନୀତି କହିଥାନ୍ତି। ଏମିତି ଲାଗୁଛି ଟ୍ରମ୍ପଙ୍କ ମୁଣ୍ଡରେ କ’ଣ ଚାଲିଛି ଯେକେହି କହିଦେବ। ହେଲେ ଅସଲରେ ଏହାର ଓଲଟା ହେଉଛି। କେହି ଟ୍ରମ୍ପଙ୍କ ନୀତିକୁ ସେତେବେଳେ ବୁଝିପାରନ୍ତା ଯେତେବେଳେ ସେଥିରେ ସ୍ଥିରତା ଥାନ୍ତା। ହେଲେ ପ୍ରତିଦିନ ଟ୍ରମ୍ପ ନିଜର ବୟାନ ବଦଳାଉଛନ୍ତି। ସେମିତି ନୀତି ମଧ୍ୟ ବଦଳୁଛି।

ପ୍ରଥମେ ଟ୍ରମ୍ପ କହିଥିଲେ ଯେ ଇରାନକୁ ତାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ହେଲେ ଏବେ ସେ କହୁଛନ୍ତି ଯେ ସେ ଇରାନ ଉପରେ ଆକ୍ରମଣ କରିବାକୁ କିଛି ଯୋଜନାରେ ହଁ ଭରି ନାହାନ୍ତି। ଦୁଇ ସପ୍ତାହ ମଧ୍ୟରେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ସେହିଭଳି ଆଉ ଏକ ଚକିତ କଲାଭଳି ଘଟଣାକ୍ରମରେ ଟ୍ରମ୍ପ ଲଗାତାର ଯୁଦ୍ଧ ରୋକିବାର କଥା କହୁଛନ୍ତି, ନିଜ ପାଇଁ ନୋବେଲ ପିସ୍‌ ପ୍ରାଇଜ୍‌ ମଧ୍ୟ ଦାବି କରୁଛନ୍ତି, ନିର୍ବାଚନ ପ୍ରଚାର ସମୟରେ ସେ ଆମେରିକାବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇ ସାରିଛନ୍ତି। ଏଣୁ ଟ୍ରମ୍ପଙ୍କ ଏହି କନ୍‌ଫ୍ୟୁଜ୍‌ ନୀତି ମିଡିଲ୍‌ ଇଷ୍ଟକୁ ଅଡ଼ୁଆରେ ପକାଇପାରେ।

ସ୍ପଷ୍ଟ ଭାବେ କହିଲେ ଆମେରିକା ଏବେ ଇସ୍ରାଏଲର ସହାୟତା କରିବ ନାହିଁ। ଇରାନ ଉପରେ ଆକ୍ରମଣ କରିବ କି ନାହିଁ ସେ ବିଷୟରେ ସ୍ପଷ୍ଟ ସୂଚନା ନାହିଁ। ଯୁଦ୍ଧ ରୋକିବାରେ ଟ୍ରମ୍ପଙ୍କ ନୀତି ମଧ୍ୟ ସ୍ପଷ୍ଟ ନାହିଁ। ଅସଲରେ ସମ୍ପୂର୍ଣ୍ଣ ମିଡିଲ୍‌ ଇଷ୍ଟ ପାଇଁ ଏହା ବଡ଼ ବିପଦ ହୋଇପାରେ।

ଆମେରିକାର ଆକ୍ରମଣ ଡରରେ ଇରାନ କିଛି ଏପରି କରିପାରେ ଯାହା ସେ ଚିନ୍ତା ବି କରିଥାଇ ନ ପାରେ। ଏମିତିରେ ସ୍ପଷ୍ଟ ନୀତି ହିଁ ଶାନ୍ତି ଫେରାଇ ଆଣିପାରେ ବୋଲି କୁହାଯାଉଛି। ହେଲେ ଟ୍ରମ୍ପ ଏଭଳି କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri