କେବେ ଧମକ-କେବେ ଆଲୋଚନା…ମିଡିଲ୍‌ ଇଷ୍ଟ ପାଇଁ ବିପଦ ପାଲଟିଲାଣି ଟ୍ରମ୍ପଙ୍କ କନ୍‌ଫ୍ୟୁଜ୍‌ ନୀତି!

ଓ୍ବାଶିଂଟନ,୨୧।୬: ଇରାନ-ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଭୀଷଣ ଯୁଦ୍ଧ ଚାଲିଛି। ଏଥିରେ ଆମେରିକାର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ଟ୍ରମ୍ପଙ୍କ କଥାବାର୍ତ୍ତାରୁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ଏବେ ସେ ଶାନ୍ତି ସ୍ଥାପନ କରିଥିବା ସୁପରପାଓ୍ବାର ନା ଯୁଦ୍ଧକୁ ଡେଇଁ ଇରାନକୁ ସମ୍ପୂର୍ଣ୍ଣ ଭାବେ ବରବାଦ କରି ଦେବାର କାମ କରିବ। ଏବେ ଦୁଇଟି ବିକଳ୍ପ ଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ବି ଚୟନ କରିପାରୁନାହାନ୍ତି।

ନିଜେ ଟ୍ରମ୍ପ ଏବଂ ତାଙ୍କୁ ଜାଣିଥିବା ବ୍ୟକ୍ତି ଏହାକୁ ଅନ୍‌ପ୍ରେଡିକ୍ଟେବଲ୍‌ ନୀତି କହିଥାନ୍ତି। ଏମିତି ଲାଗୁଛି ଟ୍ରମ୍ପଙ୍କ ମୁଣ୍ଡରେ କ’ଣ ଚାଲିଛି ଯେକେହି କହିଦେବ। ହେଲେ ଅସଲରେ ଏହାର ଓଲଟା ହେଉଛି। କେହି ଟ୍ରମ୍ପଙ୍କ ନୀତିକୁ ସେତେବେଳେ ବୁଝିପାରନ୍ତା ଯେତେବେଳେ ସେଥିରେ ସ୍ଥିରତା ଥାନ୍ତା। ହେଲେ ପ୍ରତିଦିନ ଟ୍ରମ୍ପ ନିଜର ବୟାନ ବଦଳାଉଛନ୍ତି। ସେମିତି ନୀତି ମଧ୍ୟ ବଦଳୁଛି।

ପ୍ରଥମେ ଟ୍ରମ୍ପ କହିଥିଲେ ଯେ ଇରାନକୁ ତାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ହେଲେ ଏବେ ସେ କହୁଛନ୍ତି ଯେ ସେ ଇରାନ ଉପରେ ଆକ୍ରମଣ କରିବାକୁ କିଛି ଯୋଜନାରେ ହଁ ଭରି ନାହାନ୍ତି। ଦୁଇ ସପ୍ତାହ ମଧ୍ୟରେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ସେହିଭଳି ଆଉ ଏକ ଚକିତ କଲାଭଳି ଘଟଣାକ୍ରମରେ ଟ୍ରମ୍ପ ଲଗାତାର ଯୁଦ୍ଧ ରୋକିବାର କଥା କହୁଛନ୍ତି, ନିଜ ପାଇଁ ନୋବେଲ ପିସ୍‌ ପ୍ରାଇଜ୍‌ ମଧ୍ୟ ଦାବି କରୁଛନ୍ତି, ନିର୍ବାଚନ ପ୍ରଚାର ସମୟରେ ସେ ଆମେରିକାବାସୀଙ୍କୁ ଏଭଳି ସ୍ବପ୍ନ ଦେଖାଇ ସାରିଛନ୍ତି। ଏଣୁ ଟ୍ରମ୍ପଙ୍କ ଏହି କନ୍‌ଫ୍ୟୁଜ୍‌ ନୀତି ମିଡିଲ୍‌ ଇଷ୍ଟକୁ ଅଡ଼ୁଆରେ ପକାଇପାରେ।

ସ୍ପଷ୍ଟ ଭାବେ କହିଲେ ଆମେରିକା ଏବେ ଇସ୍ରାଏଲର ସହାୟତା କରିବ ନାହିଁ। ଇରାନ ଉପରେ ଆକ୍ରମଣ କରିବ କି ନାହିଁ ସେ ବିଷୟରେ ସ୍ପଷ୍ଟ ସୂଚନା ନାହିଁ। ଯୁଦ୍ଧ ରୋକିବାରେ ଟ୍ରମ୍ପଙ୍କ ନୀତି ମଧ୍ୟ ସ୍ପଷ୍ଟ ନାହିଁ। ଅସଲରେ ସମ୍ପୂର୍ଣ୍ଣ ମିଡିଲ୍‌ ଇଷ୍ଟ ପାଇଁ ଏହା ବଡ଼ ବିପଦ ହୋଇପାରେ।

ଆମେରିକାର ଆକ୍ରମଣ ଡରରେ ଇରାନ କିଛି ଏପରି କରିପାରେ ଯାହା ସେ ଚିନ୍ତା ବି କରିଥାଇ ନ ପାରେ। ଏମିତିରେ ସ୍ପଷ୍ଟ ନୀତି ହିଁ ଶାନ୍ତି ଫେରାଇ ଆଣିପାରେ ବୋଲି କୁହାଯାଉଛି। ହେଲେ ଟ୍ରମ୍ପ ଏଭଳି କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri