କିଛି କହିବା ଉଚିତ

କୌଣସି ଘଟଣା ବା ପ୍ରସଙ୍ଗ ଉପରେ କିଛି କହିବା ବା କିଛି ନ କହି ଚୁପ୍‌ ରହିବା, ଏ ଯୋଡିଏ ବିକଳ୍ପରୁ ଆମକୁ ଗୋଟିଏ ବିକଳ୍ପକୁ ଧରିବାକୁ ହେବ! ତେବେ ଆମେ ଦୈନନ୍ଦିନ ଜୀବନରେ ପ୍ରାୟ ଗୋଟିଏ ପ୍ରକାରର ସମସ୍ୟାକୁ ସାମ୍ନା କରୁ। ସେ ସମସ୍ୟାଟି ହେଲା, ଠିକ୍‌ ସମୟରେ ଠିକ୍‌ କଥା କହିପାରୁନାହୁଁ। କହିଲେ କାଳେ କେହି କିଛି ଭିନ୍ନ ଅର୍ଥରେ ନେବେ,ଗୋଟିଏ ପକ୍ଷକୁ ସୁହାଇଲା ଭଳି କହୁଛୁ ବୋଲି ପ୍ରତିପକ୍ଷ ଦୋଷାରୋପ କରିବେ, ସେଇ ଧର୍ମସଙ୍କଟରେ ପଡି ଚୁପ୍‌ ରହିବାକୁ ବୋଧହୁଏ ଆମେ ବାଧ୍ୟହେଉ!
ଆଜ୍ଞା, ଘରେ ତୁଚ୍ଛାଟାରେ ହେଉ କିମ୍ବା କୌଣସି କାରଣରୁ ହେଉ ଛୋଟ ପୁଅ ଓ କୁନି ଝିଅ ଭିତରେ ହେଉଥିବା ଯୁକ୍ତିତର୍କ, କଳିଗୋଳ, ଚିମୁଟାଚିମୁଟି, ଚାପଡ଼ା, ବିଧା ମରାମରି ଯାଏ ଯଦି କଥା ଗଲା ଏବଂ ସେସବୁ ଘଟଣାର ଆପଣ ପ୍ରତ୍ୟକ୍ଷଦର୍ଶୀ ଥାଆନ୍ତୁ କିମ୍ବା ନ ଥାଆନ୍ତୁ,ଦୁଇପକ୍ଷ ଯେତେବେଳେ ଆପଣଙ୍କ ପାଖକୁ ଆସି ପରସ୍ପର ପ୍ରତି ଆରୋପ,ପ୍ରତ୍ୟାରୋପ କରିବସିବେ, ସେତେବେଳେ ଆପଣ ନିଶ୍ଚେ ଅକଳିଆ ପରିସ୍ଥିତିରେ ପଡିବେ! ଭୁଲ କି ଦୋଷ କମ୍‌ କାହାର ଅଧିକ କାହାର, ସେ ନିର୍ଣ୍ଣୟ, ନିରୂପଣ କଥା ପଛକୁ ରଖି ଯୋଡିଏ ବିକଳ୍ପରୁ ଗୋଟିଏ ବିକଳ୍ପକୁ ଆପଣଙ୍କୁ ଅଲବତ ବାଛିବାକୁ ହେବ। ହୁଏତ ସମାନୁପାତରେ ଦୁଇଜଣଙ୍କୁ ଆପଣ ତାଗିଦ କି ଆକଟ କରି କହିବେ, ‘ଓହୋ, କାହିଁକି ଏମିତି ହେଉଛ କିରେ? ଯାଅ, ଯେ’ଝାର କାମ କର। ଏମିତି ଯଦି ଆଉ ହେବ, ମୋ ନଜରରେ ପଡିଲେ, ତୁମ ଦୁଇଜଣଙ୍କୁ ବହେ ବାଡାଇବି ହାଁ।’ କିମ୍ବା ଆପଣଙ୍କୁ ଦ୍ୱିତୀୟ ବିକଳ୍ପ ମୁତାବକ କାମ କରିବାକୁ ହେବ। ଅର୍ଥାତ୍‌ କୂଟନୀତି ପ୍ରୟୋଗ କରିବାକୁ ପଡିବ, ଦୁଇଜଣଙ୍କୁ ମନେଇବାକୁ ହେବ ସ୍ନେହ ଓ ଆଦରରେ। ଚାପମୁକ୍ତ ହୋଇ ସହଜ, ସାବଲୀଳ ଓ ମିଠା ସ୍ବରରେ ଆପଣଙ୍କୁ କହିବାକୁ ହେବ, ”ଆରେ ତୁମେ ଦୁଇଜଣ ପରା ସୁନା ପିଲା ! ସୁନା ପିଲାମାନେ କ’ଣ ଏଇ ଛୋଟଛୋଟ କଥାକୁ ନେଇ ବାକ୍‌ବିତଣ୍ଡା, ଖଣ୍ଡଯୁଦ୍ଧ କରନ୍ତି ? କେତେ ଅସୁନ୍ଦର କଥା କହିଲ? ଏଥର ଯାଅ, ପଢାପଢି କର।“ ଏହା ନ କହି ଯଦି ଆପଣ ଚୁପ୍‌ ରହିବେ, ତେବେ ସମସ୍ୟାଟି ହୁଏତ ବଢିଯାଇପାରେ ! ପୁଅ ପାଖରୁ କିମ୍ବା ଝିଅ ପାଖରୁ କିମ୍ବା ଉଭୟ ପକ୍ଷରୁ ଆପଣଙ୍କ ପ୍ରତି ହୁଏତ ଅତର୍କିତ ଆହ୍ବାନ ଆସିପାରେ ! କ୍ଷୋଭ,ବିଦ୍ରୋହ ଓ ଅଭିମାନର ସ୍ବର ହୁଏତ ଉଚ୍ଚାରିତ ହୋଇପାରେ, ‘ବାପା, କିଛି ଶୁଣୁନାହାନ୍ତି, କିଛି ବୁଝୁନାହାନ୍ତି, କିଛି କହୁନାହାନ୍ତି। ଆପଣଙ୍କ ପତ୍ନୀ ମଧ୍ୟ ଆପଣଙ୍କ ଉପରେ ବିରକ୍ତ ହୋଇ କହିପାରନ୍ତି, ‘ହଇହୋ, ଦୁଇଜଣଙ୍କର କଳି ଦେଖି ତୁମେ ନୀରବ ରହୁଛ କାହିଁକି? ନିଦାବିଷ୍ଣୁ ହୋଇଗଲ କି? ସେମାନଙ୍କୁ ଆଦର କରି କିମ୍ବା ଆକଟ କରି ଅନ୍ତତଃ ତୁମର କିଛି କହିବା ଉଚିତ। ତୁମେ କିଛି ନ କହିବା ବେଳକୁ ସେମାନଙ୍କର ମୁହଁ ଦିନକୁଦିନ ବଢିଯାଉଛି, ବୁଝିଲ?’
ଆଜ୍ଞା, ଘରକଥା ଯେମିତି ସମାଜ କଥା ବି ଠିକ୍‌ ସେମିତି। ସାମାଜିକ ଜୀବନରେ ଆମେ ଯୋଡିହୋଇ ରହିଛୁ ବିଭିନ୍ନ କ୍ଷେତ୍ରରେ। ତେବେ ବାହାର ଦୁନିଆରେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ‘ହାତେ ମାପି ଚାଖଣ୍ଡେ ଚାଲିବା’ ଏବଂ ‘ଆଲୋ ସଖୀ, ଆପଣା ମହତ ଆପେ ରଖି’ନୀତିକୁ ଆପଣେଇବାକୁ ଅଛି କିମ୍ବା ମୁହଁ ଖୋଲି ଅନ୍ତତଃ କିଛି କହିବା ଉଚିତ। ତେଣୁ ସୃଷ୍ଟ ପରିସ୍ଥିତିର ଠିକ୍‌ ସମୀକ୍ଷଣ କରି ଏବଂ ପ୍ରତ୍ୟୁତ୍ପନ୍ନମତିତା ପ୍ରୟୋଗ କରି କେଉଁ କ୍ଷେତ୍ରରେ ନୀରବ ରହିବାକୁ ଅଛି ତ ଆଉ କେଉଁ କ୍ଷେତ୍ରରେ ଅନ୍ତତଃ କିଛି କହିବାର ଆବଶ୍ୟକତା ରହୁଛି। ରୋକ୍‌ଠୋକ କହିବା କିମ୍ବା ସ୍ପଷ୍ଟବାଦିତାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହୁଛି ଆଜିର ସମୟରେ। ତେଣୁ କ’ଣ କହିବା, ତାହା ପୁଣି କେଉଁ ଢଙ୍ଗରେ କହିବା, କିଛି ନ କହି ଯଦି ନୀରବ ରହିବା, ତେବେ ନୀରବତାର ମୂଲ୍ୟାୟନ ଠିକ୍‌ ହେବ ନା ଅବମୂଲ୍ୟାୟନ ହେବ,ଏସବୁର ନିଷ୍ପତ୍ତି ବିଲକୁଲ ନିଜର। ଅନ୍ୟକଥାରେ ଭଳିଯାଇ ନିଜ ଇଚ୍ଛା ବିରୋଧରେ କିଛି କହିବା ବିପଦ ସୃଷ୍ଟି କରିବ ନିଶ୍ଚୟ। ତେଣୁ ଯେକୌଣସି ସୃଷ୍ଟ ପରିସ୍ଥିତିରେ, ମନ୍ତବ୍ୟ କିମ୍ବା ଉତ୍ତର ଦେବା ଆଗରୁ ଆମେ ଭଲଭାବେ ବିଚାର କରିବା ଉଚିତ। ତଦନୁଯାୟୀ କେଉଁ କ୍ଷେତ୍ରରେ ନୀରବ ରହିବା ଉଚିତ ଏବଂ କେଉଁକ୍ଷେତ୍ରରେ ମୁହଁ ଖୋଲିବା ଉଚିତ ତାହା ନିଜେ ହିଁ ନିରୂପଣ କରିବା ଆବଶ୍ୟକ।
ଚୁପ୍‌ ରହିବା ବା ନୀରବ ରହିବାର ମୂଲ୍ୟକୁ କେବେ କ’ଣ ଅବଜ୍ଞା କି ଅସ୍ବୀକାର କରିହେବ? ତେବେ ପ୍ରଶ୍ନ ଆସୁଛି, ନୀରବତା କେଉଁ କ୍ଷେତ୍ରରେ? ଆଜ୍ଞା, ପ୍ରତ୍ୟେକ ଜିନିଷ ବା କାମର ଗୋଟିଏ ନିର୍ଦ୍ଦିଷ୍ଟ ସୀମା ରହିଛି। ସୀମା ଟପିଗଲେ ପରିସ୍ଥିତି ଅସମ୍ଭାଳ ହୁଏ, ନିୟନ୍ତ୍ରଣ ବାହାରକୁ ଚାଲିଯାଏ! ସେ ସୀମା ବ୍ୟକ୍ତିଗତ ଜୀବନରେ ହେଉ ବା ପ୍ରଚଳିତ ସାମାଜିକ ବିଧି ବ୍ୟବସ୍ଥାରେ ହେଉ। ଜୀବନର ଯାତ୍ରାପଥରେ କେଉଁଠି ନା କେଉଁଠି ଅନ୍ୟାୟ, ଅନୀତି, ଅବ୍ୟବସ୍ଥା, ସ୍ବେଚ୍ଛାଚାରିତାକୁ ଆମେ ସାମ୍ନା କରିଚାଲିଛୁ। ନିତିଦିନ ସେସବୁ ବିରୋଧରେ ଅଲବତ ମୁହଁ ଖୋଲିବାକୁ ପଡିବ, କାରଣ ନିରବ ରହିବା ମହାବିପଦ। ଯାହା କହିବାକୁ ଅଛି, ତାହା ତତ୍‌କ୍ଷଣାତ୍‌ କହିଦେବା ଉଚିତ। ପରେ କହିଲେ, ହୁଏତ କଥାର ଗୁରୁତ୍ୱ କମିଯାଇପାରେ, ପରିସ୍ଥିତିରେ ହୁଏତ ମୋଡ଼ ଆସିଯାଇପାରେ।
ହେଲେ ଯାହା କହିବା ଉଚିତ ଓ ଯୁକ୍ତିଯୁକ୍ତ, ତାହା କ’ଣ ପ୍ରକୃତରେ ତତ୍‌କ୍ଷଣାତ୍‌ ଆମେ କହିପାରୁ କି? କିଛି କ୍ଷେତ୍ରରେ ହୁଏତ କହିପାରୁ, କିନ୍ତୁ ଅନେକ କ୍ଷେତ୍ରରେ ଆଦୌ କହି ନ ପାରି ଦୋ’ଦୋ’ ପାଞ୍ଚ ଅବସ୍ଥା ଭିତରେ ରହିଯାଉ। ଧର୍ମସଙ୍କଟ ଭିତରେ ଧନ୍ଦିହେବା ସାର ହୁଏ। ଅବଶ୍ୟ ଜୀବନର ଦୀର୍ଘ ଅନୁଭୂତିରୁ ଏଇ ଶିକ୍ଷା ମିଳେ ଯେ କେତେକ କ୍ଷେତ୍ରରେ କିଛି ନ କହି ନୀରବ ରହିବା ଫଳରେ ସମସ୍ୟାର ସମାଧାନ ଛାଆଁକୁ ଛାଆଁ ହୋଇଯାଏ। ହେଲେ ଯେଉଁଠି ଆତ୍ମସମ୍ମାନ କି ଆତ୍ମରକ୍ଷାର ପ୍ରଶ୍ନ ଉଠେ, ସେ କ୍ଷେତ୍ରରେ ନିଜ ପାଇଁ ନିଜକୁ କହିବାକୁ ହେବ। ନିଜ ପାଇଁ ଅନ୍ୟ କେହି କହିବେ ନାହିଁ। ତେଣୁ ଠିକ୍‌ ସମୟରେ ଠିକ୍‌ ପ୍ରତିକ୍ରିୟା ବା ଅଭିବ୍ୟକ୍ତି ପରିପ୍ରକାଶ କରିବା ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା।
ଆଜ୍ଞା,ଜୀବନର ଅନେକ କ୍ଷେତ୍ରରେ ଆମେ ନୀରବ ରହି ପରବର୍ତ୍ତୀ ସମୟରେ ଘୋର ପଶ୍ଚାତ୍ତାପ କରିବସିଛୁ ତ କେତେକ କ୍ଷେତ୍ରରେ ମୁହଁଖୋଲି ମହାଅଡୁଆ ପରିସ୍ଥିତିକୁ ଆହ୍ବାନ କରିବସିଛୁ। ଏସବୁ ସତ୍ତ୍ୱେ ବି ନୀରବ ବା ଚୁପ୍‌ ରହିବା କ’ଣ ଠିକ୍‌ ? ବରଂ ନୀରବତା ଭାଙ୍ଗି ମୁହଁଖୋଲି କିଛି କହିବା ଆଜିର ସମୟ ଆମ ସମସ୍ତଙ୍କୁ ବସ୍ତୁତଃ ବାଧ୍ୟ କରୁଛି ! କ’ଣ ଆଜ୍ଞା, ମୁଁ ଠିକ୍‌ କହିଲି ତ ?
ମୋ:୯୪୩୭୦୯୦୯୮୫


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri