Categories: ଫୁରସତ

ମଙ୍ଗଳ ଗ୍ରହ : କିଛି କଥା

ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯ ମିନିଟ୍‌ ୩୫ ସେକେଣ୍ଡ ସମୟ ନେଇଥାଏ, ଯାହା ପୃଥିବୀର ଦୈନିକ ଘୂର୍ଣ୍ଣନକାଳ ସଙ୍ଗେ ପ୍ରାୟ ସମାନ। ଫଳରେ ମଙ୍ଗଳରେ ପ୍ରତି ୧୨ ଘଣ୍ଟା ଅନ୍ତରାଳରେ ଦିନ ଓ ରାତିର ପରିବର୍ତ୍ତନ ଘଟିଥାଏ। ମଙ୍ଗଳର ପୃଥିବୀ ଭଳି ଏକ ବାୟୁମଣ୍ଡଳ ଅଛି। ଏହି ବାୟୁମଣ୍ଡଳ ଅତି ପତଳା। ପୃଥିବୀ ଭଳି ମଙ୍ଗଳର ଦୁଇ ମେରୁରେ ପ୍ରଚୁର ଜଳ ବରଫ ଆକାରରେ ଗଚ୍ଛିତ ଅଛି। ମଙ୍ଗଳର ଦୁଇଟି ଛୋଟ ଚନ୍ଦ୍ର ରହିଛି ଯଥା ଡିମସ୍‌ ଓ ଫୋବସ୍‌। ଫୋବସ୍‌ ଆକାରରେ ବଡ଼; ଏହାର ବିସ୍ତୃତି ଅତିବେଶିରେ ୨୭ କିଲୋମିଟର ଏବଂ ଏହା ଗ୍ରହଠାରୁ ୫୯୮୯ କି.ମି. ଊର୍ଦ୍ଧ୍ୱରେ ରହି ଗ୍ରହକୁ ପରିକ୍ରମା କରିଥାଏ। ମଙ୍ଗଳ ଚାରିପଟେ ଥରେ ପରିକ୍ରମା କରିବା ପାଇଁ ଫୋବସ୍‌କୁ ୭ ଘଣ୍ଟା ୩୯ ମିନିଟ୍‌ ସମୟ ଲାଗିଥାଏ। ସେହିପରି ଡିମସ୍‌ର ସର୍ବାଧିକ ବିସ୍ତୃତି ୧୫ କି.ମି. ଏବଂ ଏହା ଗ୍ରହଠାରୁ ୨୩,୪୬୦ କି.ମି. ଊର୍ଦ୍ଧ୍ୱରେ ରହି ଗ୍ରହକୁ ପ୍ରତି ୩୦ ଘଣ୍ଟାରେ ଥରେ ପରିକ୍ରମା କରିଥାଏ।
ପର୍ଯ୍ୟନ୍ତ ମନୁଷ୍ୟ ମଙ୍ଗଳ ଗ୍ରହକୁ ସମୁଦାୟ ୧୮ଟି ଅନ୍ତରୀକ୍ଷ ଅଭିଯାନ ପ୍ରେରଣ କରିଛି, ଯାହାମଧ୍ୟରୁ କେବଳ ୯ଟି ଅଭିଯାନ ସୁରକ୍ଷିତ ରୂପେ ଗ୍ରହର ପୃଷ୍ଠ ଉପରେ ଅବତରଣ କରିଛି। ଆଗାମୀ ୨୦୩୦ ମସିହା ସୁଦ୍ଧା ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳକୁ ଏକ ମାନବସ୍ଥିତ ଅଭିଯାନ ପ୍ରେରଣ କରିବା ପାଇଁ ଆଶା ବାନ୍ଧିଛି। ନାସାର ଏହି ଉଦ୍ୟମ ସଫଳ ହେଲେ ଆଗାମୀ ୨୦୩୦ରୁ ୨୦୪୦ ମସିହା ମଧ୍ୟରେ ପୃଥିବୀର ପ୍ରଥମ ମନୁଷ୍ୟ ମଙ୍ଗଳ ପୃଷ୍ଠରେ ପଦାର୍ପଣ କରିବ ବୋଲି ଆଶା କରାଯାଏ।

Share