Categories: ଜାତୀୟ

‘ମୋ କାମକୁ କେହି ଜଣେ ଚିହ୍ନିଲେ’

ନୂଆଦିଲ୍ଲୀ,୨୨।୩: ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି। ସେମାନଙ୍କୁ ସମ୍ମାନିତ କରୁଛି। ଏପରିକି ମୋ କାମକୁ କିଏ ଜଣେ ଚିହ୍ନି ପ୍ରଶଂସା କରିବା ପରି ଅନୁଭବ ହେଉଛି ବୋଲି ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ବରିଷ୍ଠ କଂଗ୍ରେସର ଗୁଲାମ ନବୀ ଆଜାଦ କହିଛନ୍ତି।

ଜୀବନର ବିଭିନ୍ନ ସୋପାନରେ ଉତଥାନ ପତନ ଦେଖିଛି । ହେଲେ ସବୁବେଳେ ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା ଜାରି ରଖିଛି। ତାହା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ହୋଇପାରେ ବୋଲି କହିଛନ୍ତି ଆଜାଦ।

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ରାଜନୀତିରେ ସକ୍ରିୟ ରହିଛନ୍ତି। ସେ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ୨୦୧୪ରୁ ସେ ରାଜ୍ୟସଭାରେ ବିପକ୍ଷ ନେତା ପଦ ମଧ୍ୟ ସମ୍ଭାଳି ସାରିଛନ୍ତି।

Share