ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ବାସ୍ତବରେ ଗତ ୨ବର୍ଷ ହେଲା ଧନୁଯାତ୍ରା ମହୋତ୍ସବରେ ଏହା ପରିଲକ୍ଷିତ ହୋଇଛି। ଗତବର୍ଷରୁ ଧନୁଯାତ୍ରା ସାଜସଜ୍ଜାର ଗରିମା ବୃଦ୍ଧି ପାଇଛି, ଏହାକୁ କେହି ବି ଅସ୍ବୀକାର କରିପାରିବେନି। ହେଲେ ଅନ୍ୟକ୍ଷେତ୍ରରେ ଧନୁଯାତ୍ରା ଫିକା ପଡ଼ି ଯାଇଛି। ବାସ୍ତବରେ ମଥୁରାନଗରୀ ପାଲଟିଥିବା ବରଗଡ଼ ସହର ଦ୍ୱାପର ଯୁଗକୁ ଫେରି ଯାଇଛି। ଗତଥର ଧନୁଯାତ୍ରା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମଥୁରାନଗରୀକୁ ଯେଉଁଦିନ ଆସିଥିଲେ, ସେହିଦିନ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ୨ଦିନ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କ ପତ୍ତା ମିଳିଥିଲା। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ଗତ ୩ଦିନତଳେ ମଥୁରାନଗରୀକୁ ଆସିଥିଲେ, ଆଉ ସେହିଦିନ ହିଁ ମଥୁରାନଗରୀ ମିନାବଜାର(ଜର୍ଜ ହାଇସ୍କୁଲ ପଡ଼ିଆ)ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ନିୟୋଜିତ ଜଣେ ମହିଳା ସ୍ବେଚ୍ଛାସେବୀଙ୍କ ପ୍ରତି ଅନ୍ୟଜଣେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉତ୍ତମ ମଧ୍ୟମ ଦେଇ ଯେତେବେଳେ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ମିନାବଜାର ପୋଲିସ ଆଉଟପୋଷ୍ଟକୁ ପହଞ୍ଚିଥିଲେ ସେତେବେଳେ ଭାରପ୍ରାପ୍ତ ପୋଲିସ ଅଧିକାରୀଙ୍କ ବ୍ୟବହାର ତ ଦୂରର କଥା, ବରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଦେଖାଇଥିବା ବ୍ୟବହାରକୁ ନେଇ ଏବେ ସବୁଠି ଜୋର୍‌ ଚର୍ଚ୍ଚା। ତେବେ ଏହା ନୂଆଁ ନ ଥିଲା। ଗତଥର ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଯେଉଁଦିନ ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇଥିଲେ, ସେହିଦିନ ହିଁ ଜଣେ ଅବିବାହିତ ଯୁବତୀ ନିଖୋଜ ହୋଇଥିଲେ ଏବଂ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସହର ଉପକଣ୍ଠ ଏକ ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ପ୍ରଚାର, ପ୍ରସାର କମିଟିର ବଡ଼ ତ୍ରୁଟି ଧନୁଯାତ୍ରା ମହୋତ୍ସବରେ ପ୍ରତିବର୍ଷ ଏକ ସ୍ମରଣିକା ପ୍ରକାଶିତ ହୋଇଥାଏ। ମହୋତ୍ସବର ପ୍ରଚାର, ପ୍ରସାର କମିଟି ଏହାର ଦାୟିତ୍ୱ ନିର୍ବାହ କରିଥାଏ। ତେବେ ଗତବର୍ଷରେ ପ୍ରକାଶିତ ସ୍ମରଣିକାରେ ଅନେକ ତ୍ରୁଟି ପଦାକୁ ଆସିଥିଲା ଏବଂ ତାହା ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏଥର ସେଭଳି ଭାଷାଗତ ତ୍ରୁଟି ସାମ୍ନାକୁ ଆସି ନ ଥିଲେ ମଧ୍ୟ ସ୍ମରଣିକାରେ ଯେଉଁ ତ୍ରୁଟି ରହିଛି, ତାହା ସମସ୍ତଙ୍କୁ ଚକିତ କରି ପକାଇଛି। ସ୍ମରଣିକାରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟିରେ ରହିଥିବା କର୍ମକର୍ତ୍ତା ଏବଂ ସଭ୍ୟଙ୍କ ନାମ ଉଲ୍ଲିଖିତ ରହିଛି। କିଛିଜଣଙ୍କ ନାମ ସ୍ବତନ୍ତ୍ରଭାବେ ଅର୍ଥାତ୍‌ ବୋଲ୍ଡ ଅକ୍ଷରରେ ମଧ୍ୟ ସ୍ମରଣିକାରେ ସ୍ଥାନୀତ ହୋଇଛି। ହେଲେ ଧନୁଯାତ୍ରା ପ୍ରଚାର ପ୍ରସାର ବିଭାଗର ରଙ୍ଗୋଲିଠାରୁ ଆରମ୍ଭ କରି ଚିତ୍ରକଳା, ସାଂସ୍କୃତିକ ଶୋଭାଯାତ୍ରା ଏବଂ ଖବରଦାତାଙ୍କ ପାଇଁ ଆୟୋଜିତ ରାତ୍ରିଭୋଜନରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ବଦ୍ରିପ୍ରସାଦ ସାହୁ ପ୍ରଚାର ପ୍ରସାର କମିଟିରେ ଦୀର୍ଘଦିନରୁ ଏବେ ସୁଦ୍ଧା ରହି ଆସିଥିଲେ ସୁଦ୍ଧା ସ୍ମରଣିକାରେ ତାଙ୍କ ନାମକୁ ବାଦ୍‌ ଦିଆଗଲା, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟିର ଆବାହକ ତଥା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସେହି ତ୍ରୁଟି ତାଙ୍କ ଅଜ୍ଞାତରେ ହୋଇଥିବା କହିଥିବାବେଳେ ପ୍ରଚାର, ପ୍ରସାର କମିଟିରେ ବଦ୍ରିପ୍ରସାଦଙ୍କ ଭୂମିକାକୁ ସେ ଅନ୍ୟମାନଙ୍କଠାରୁ ଅଧିକ ପ୍ରଶଂସା କରିଛନ୍ତି ଏବଂ ସେଭଳି ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।
ରେକର୍ଡ ରଚିଲା କଂସ ଅଭିନୟରେ ଟ୍ରୋଲ୍‌ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧଭାବେ ଖ୍ୟାତି ଅର୍ଜନ କରିଛି। ଅନ୍ୟବର୍ଷ ଭଳି ଏଥର ମଧ୍ୟ ମଥୁରାନଗରୀ, ଗୋପପୁରକୁ ବିଦେଶୀ ପର୍ଯ୍ୟଟକମାନେ ଆସିଛନ୍ତି। କିନ୍ତୁ ତାହା ଦୃଷ୍ଟି ଆଢୁଆଳେ ରହି ଯାଇଛି। ଅନ୍ୟପଟେ ବରଗଡ଼ ଧନୁଯାତ୍ରା ମହୋତ୍ସବ କଂସ ଅଭିନୟ ଏଥର ରେକର୍ଡ ରଚିଛି। ସାମାଜିକ ଗଣମାଧ୍ୟମ ହେଉ କିମ୍ବା ଅନ୍ୟ ଗଣମାଧ୍ୟମ ହେଉ, ଧନୁଯାତ୍ରାର ପ୍ରଚାର ପ୍ରସାର ନେଇ କଂସଙ୍କ ସମେତ ଅନ୍ୟ ଦୃଶ୍ୟାବଳୀର ଦୃଶ୍ୟାଭିନୟ ପ୍ରଚାର କରୁଛନ୍ତି। ହେଲେ ଏଥର ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟକୁ ଦର୍ଶକମାନେ ଯେଭଳି ଟ୍ରୋଲ କରୁଛନ୍ତି, ତାହା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ଏହି ଦୃଷ୍ଟିରୁ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନ୍ୟକ୍ଷେତ୍ରରେ ନ ହେଲେ ମଧ୍ୟ ଏଥର କଂସ ଅଭିନୟ ଟ୍ରୋଲରେ ରେକର୍ଡ ରଚିଲା ବୋଲି ଚା ଖଟିଠାରୁ ଆରମ୍ଭ କରି ସର୍ବତ୍ର ଚର୍ଚ୍ଚା ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri