ମାନବିକତାର ନିଦର୍ଶନ ଦେଖାଇଲେ ଖବରଦାତା: ଅଙ୍ଗଦାନ ପାଇଁ ନେଲେ ଶପଥ

ଭବାନୀପାଟଣା/ଥୁଆମୂଳ ରାମପୁର,୩ା୧ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି):ମୃତ୍ୟୁ ପରେ ପରାର୍ଥେ ନିଜକୁ ଉତ୍ସର୍ଗ କରିବା ଭଳି ମାନବିକତାର ନିଦର୍ଶନ ଦେଖାଇଛନ୍ତି କଳାହାଣ୍ଡି ଜିଲା ଥୁଆମୂଳ ରାମପୁରର ଯୁବ ଖବରଦାତା କୀର୍ତ୍ତି ଚନ୍ଦ୍ର ଦୁର୍ଗା (ଦୁର୍ଗା କୀର୍ତ୍ତି)। ସ୍ବର୍ଗତ ଧବଳେଶ୍ୱର ଦୁର୍ଗାଙ୍କ କନିଷ୍ଠ ପୁତ୍ର ତଥା ତାଳବନ୍ଧ ପଡ଼ାର ବାସିନ୍ଦା ହେଉଛନ୍ତି କୀର୍ତ୍ତି। ସେ ନିଜ ମୃତ୍ୟୁ ପରେ ଶରୀରର ମୂଲ୍ୟବାନ ଅଙ୍ଗ ଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥା ନିକଟରେ ଶପଥ ଗ୍ରହଣ କରିଛନ୍ତି। ଗତ ୫ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମ ସହ ଦୈନିକ ଖବରକାଗଜ ‘ଧରିତ୍ରୀ’ରେ ଜଡ଼ିତ ରହି ଅସହାୟ ଓ ନିଷ୍ପେସିତଙ୍କ ସ୍ବର ସାଜିଛନ୍ତି। ଏ ସମ୍ପର୍କରେ କୀର୍ତ୍ତି ଥୁଆମୂଳ ରାମପୁର ଥାନାରେ ଲିଖିତ ଆବେଦନ କରି ପୋଲିସ ପ୍ରଶାସନକୁ ଅବଗତ କରାଇଛନ୍ତି। କୌଣସି ଅଘଟଣ କ୍ଷେତ୍ରରେ ତାଙ୍କର ଯକୃତ, ବୃକକ୍‌, ହୃଦୟ, ଫୁସ୍‌ଫୁସ୍‌, ଅଗ୍ନାଶୟ ସମେତ ଚକ୍ଷୁ ଓ ପ୍ରମୁଖ ଟିସୁଗୁଡ଼ିକୁ ସରକାରୀ ପ୍ରକ୍ରିୟା ମାଧ୍ୟମରେ ସଂଗ୍ରହ କରାଯାଇ ଅନ୍ୟର ଜୀବନ ରକ୍ଷା ପାଇଁ ବିନିଯୋଗ କରିବାକୁ ସେ ଅନୁମତି ପ୍ରଦାନ କରିଛନ୍ତି। ‘ଜୀବନ ପରେ ବି ବଞ୍ଚତ୍ବାର ସୁଯୋଗ’ ନାରାକୁ ସାର୍ଥକ କରିଥିବା ଏହି ଯୁବ ଖବରଦାତାଙ୍କ ପଦକ୍ଷେପକୁ କଳାହାଣ୍ଡି ଜିଲାରେ ପ୍ରଶଂସା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI

ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri