ବରଗଡ଼ ଧନୁଯାତ୍ରା: କିଛି କଥା, କିଛି ବ୍ୟଥା

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବରଗଡ଼ ସହର ମଥୁରାନଗରୀ ପାଲଟିଥାଏ। ଏଠାରେ କଂସ ରାଜୁତି ଚାଲିଥାଏ ଏବଂ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଥାଏ। ଏହା ପୌରାଣିକ କଥାବସ୍ତୁ ହେଲେ ମଧ୍ୟ ବାସ୍ତବରେ ଗତ ୨ବର୍ଷ ହେଲା ଧନୁଯାତ୍ରା ମହୋତ୍ସବରେ ଏହା ପରିଲକ୍ଷିତ ହୋଇଛି। ଗତବର୍ଷରୁ ଧନୁଯାତ୍ରା ସାଜସଜ୍ଜାର ଗରିମା ବୃଦ୍ଧି ପାଇଛି, ଏହାକୁ କେହି ବି ଅସ୍ବୀକାର କରିପାରିବେନି। ହେଲେ ଅନ୍ୟକ୍ଷେତ୍ରରେ ଧନୁଯାତ୍ରା ଫିକା ପଡ଼ି ଯାଇଛି। ବାସ୍ତବରେ ମଥୁରାନଗରୀ ପାଲଟିଥିବା ବରଗଡ଼ ସହର ଦ୍ୱାପର ଯୁଗକୁ ଫେରି ଯାଇଛି। ଗତଥର ଧନୁଯାତ୍ରା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମଥୁରାନଗରୀକୁ ଯେଉଁଦିନ ଆସିଥିଲେ, ସେହିଦିନ ଜଣେ ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ୨ଦିନ ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କ ପତ୍ତା ମିଳିଥିଲା। ଅନୁରୂପଭାବେ ମୁଖ୍ୟମନ୍ତ୍ରୀ ଗତ ୩ଦିନତଳେ ମଥୁରାନଗରୀକୁ ଆସିଥିଲେ, ଆଉ ସେହିଦିନ ହିଁ ମଥୁରାନଗରୀ ମିନାବଜାର(ଜର୍ଜ ହାଇସ୍କୁଲ ପଡ଼ିଆ)ରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରକ୍ତଦାନ ଶିବିରରେ ନିୟୋଜିତ ଜଣେ ମହିଳା ସ୍ବେଚ୍ଛାସେବୀଙ୍କ ପ୍ରତି ଅନ୍ୟଜଣେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉତ୍ତମ ମଧ୍ୟମ ଦେଇ ଯେତେବେଳେ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ମିନାବଜାର ପୋଲିସ ଆଉଟପୋଷ୍ଟକୁ ପହଞ୍ଚିଥିଲେ ସେତେବେଳେ ଭାରପ୍ରାପ୍ତ ପୋଲିସ ଅଧିକାରୀଙ୍କ ବ୍ୟବହାର ତ ଦୂରର କଥା, ବରଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଦେଖାଇଥିବା ବ୍ୟବହାରକୁ ନେଇ ଏବେ ସବୁଠି ଜୋର୍‌ ଚର୍ଚ୍ଚା। ତେବେ ଏହା ନୂଆଁ ନ ଥିଲା। ଗତଥର ଧନୁଯାତ୍ରା ମହୋତ୍ସବ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଯେଉଁଦିନ ରାଜ ଦରବାରରେ ରାଜ ଅତିଥିଭାବେ ଯୋଗଦେଇଥିଲେ, ସେହିଦିନ ହିଁ ଜଣେ ଅବିବାହିତ ଯୁବତୀ ନିଖୋଜ ହୋଇଥିଲେ ଏବଂ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସହର ଉପକଣ୍ଠ ଏକ ଗ୍ରାମ୍ୟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ପ୍ରଚାର, ପ୍ରସାର କମିଟିର ବଡ଼ ତ୍ରୁଟି ଧନୁଯାତ୍ରା ମହୋତ୍ସବରେ ପ୍ରତିବର୍ଷ ଏକ ସ୍ମରଣିକା ପ୍ରକାଶିତ ହୋଇଥାଏ। ମହୋତ୍ସବର ପ୍ରଚାର, ପ୍ରସାର କମିଟି ଏହାର ଦାୟିତ୍ୱ ନିର୍ବାହ କରିଥାଏ। ତେବେ ଗତବର୍ଷରେ ପ୍ରକାଶିତ ସ୍ମରଣିକାରେ ଅନେକ ତ୍ରୁଟି ପଦାକୁ ଆସିଥିଲା ଏବଂ ତାହା ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ଏଥର ସେଭଳି ଭାଷାଗତ ତ୍ରୁଟି ସାମ୍ନାକୁ ଆସି ନ ଥିଲେ ମଧ୍ୟ ସ୍ମରଣିକାରେ ଯେଉଁ ତ୍ରୁଟି ରହିଛି, ତାହା ସମସ୍ତଙ୍କୁ ଚକିତ କରି ପକାଇଛି। ସ୍ମରଣିକାରେ ଧନୁଯାତ୍ରା ପ୍ରଚାର ପ୍ରସାର କମିଟିରେ ରହିଥିବା କର୍ମକର୍ତ୍ତା ଏବଂ ସଭ୍ୟଙ୍କ ନାମ ଉଲ୍ଲିଖିତ ରହିଛି। କିଛିଜଣଙ୍କ ନାମ ସ୍ବତନ୍ତ୍ରଭାବେ ଅର୍ଥାତ୍‌ ବୋଲ୍ଡ ଅକ୍ଷରରେ ମଧ୍ୟ ସ୍ମରଣିକାରେ ସ୍ଥାନୀତ ହୋଇଛି। ହେଲେ ଧନୁଯାତ୍ରା ପ୍ରଚାର ପ୍ରସାର ବିଭାଗର ରଙ୍ଗୋଲିଠାରୁ ଆରମ୍ଭ କରି ଚିତ୍ରକଳା, ସାଂସ୍କୃତିକ ଶୋଭାଯାତ୍ରା ଏବଂ ଖବରଦାତାଙ୍କ ପାଇଁ ଆୟୋଜିତ ରାତ୍ରିଭୋଜନରେ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ବଦ୍ରିପ୍ରସାଦ ସାହୁ ପ୍ରଚାର ପ୍ରସାର କମିଟିରେ ଦୀର୍ଘଦିନରୁ ଏବେ ସୁଦ୍ଧା ରହି ଆସିଥିଲେ ସୁଦ୍ଧା ସ୍ମରଣିକାରେ ତାଙ୍କ ନାମକୁ ବାଦ୍‌ ଦିଆଗଲା, ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିନ୍ତୁ ଧନୁଯାତ୍ରା ମହୋତ୍ସବ ପ୍ରଚାର ପ୍ରସାର କମିଟିର ଆବାହକ ତଥା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସେହି ତ୍ରୁଟି ତାଙ୍କ ଅଜ୍ଞାତରେ ହୋଇଥିବା କହିଥିବାବେଳେ ପ୍ରଚାର, ପ୍ରସାର କମିଟିରେ ବଦ୍ରିପ୍ରସାଦଙ୍କ ଭୂମିକାକୁ ସେ ଅନ୍ୟମାନଙ୍କଠାରୁ ଅଧିକ ପ୍ରଶଂସା କରିଛନ୍ତି ଏବଂ ସେଭଳି ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି।
ରେକର୍ଡ ରଚିଲା କଂସ ଅଭିନୟରେ ଟ୍ରୋଲ୍‌ ବରଗଡ଼ ଧନୁଯାତ୍ରା ମହୋତ୍ସବ ବିଶ୍ୱପ୍ରସିଦ୍ଧଭାବେ ଖ୍ୟାତି ଅର୍ଜନ କରିଛି। ଅନ୍ୟବର୍ଷ ଭଳି ଏଥର ମଧ୍ୟ ମଥୁରାନଗରୀ, ଗୋପପୁରକୁ ବିଦେଶୀ ପର୍ଯ୍ୟଟକମାନେ ଆସିଛନ୍ତି। କିନ୍ତୁ ତାହା ଦୃଷ୍ଟି ଆଢୁଆଳେ ରହି ଯାଇଛି। ଅନ୍ୟପଟେ ବରଗଡ଼ ଧନୁଯାତ୍ରା ମହୋତ୍ସବ କଂସ ଅଭିନୟ ଏଥର ରେକର୍ଡ ରଚିଛି। ସାମାଜିକ ଗଣମାଧ୍ୟମ ହେଉ କିମ୍ବା ଅନ୍ୟ ଗଣମାଧ୍ୟମ ହେଉ, ଧନୁଯାତ୍ରାର ପ୍ରଚାର ପ୍ରସାର ନେଇ କଂସଙ୍କ ସମେତ ଅନ୍ୟ ଦୃଶ୍ୟାବଳୀର ଦୃଶ୍ୟାଭିନୟ ପ୍ରଚାର କରୁଛନ୍ତି। ହେଲେ ଏଥର ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟକୁ ଦର୍ଶକମାନେ ଯେଭଳି ଟ୍ରୋଲ କରୁଛନ୍ତି, ତାହା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ଏହି ଦୃଷ୍ଟିରୁ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନ୍ୟକ୍ଷେତ୍ରରେ ନ ହେଲେ ମଧ୍ୟ ଏଥର କଂସ ଅଭିନୟ ଟ୍ରୋଲରେ ରେକର୍ଡ ରଚିଲା ବୋଲି ଚା ଖଟିଠାରୁ ଆରମ୍ଭ କରି ସର୍ବତ୍ର ଚର୍ଚ୍ଚା ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?