କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ

ନୂଆଦିଲ୍ଲୀ: ସୋମବାର ଜିଏସ୍‌ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍‌ଟି କ୍ଷତିପୂରଣ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିକଳ୍ପ ପ୍ରଦାନ କରିଛନ୍ତି। ଏହାକୁ ଅଣଭାଜପା ଶାସିତ ରାଜ୍ୟ ଯଥା, କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ପ୍ରମୁଖ ବିରୋଧ କରିବେ ବୋଲି ଜଣାପଡିଛି। ଭାଜପା ଶାସିତ ୨୧ ରାଜ୍ୟ କେନ୍ଦ୍ରର ବିକଳ୍ପ ସପକ୍ଷରେ ରହିଛି। ରାଜ୍ୟଗୁଡିକୁ ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ଭଳି ୨ଟି ବିକଳ୍ପ ପ୍ରଦାନ କରାଯାଇଥିଲା। ୯୭ ହଜାର କୋଟି ଋଣ ସପକ୍ଷରେ ୨୧ ରାଜ୍ୟ ରହିଛନ୍ତି। ଅନ୍ୟ କିଛି ରାଜ୍ୟ କେନ୍ଦ୍ରର ପ୍ରସ୍ତାବକୁ ଏହି ବୈଠକରେ ବିରୋଧ କରିବା ସ୍ଥିତିରେ ରହିଛନ୍ତି। ଏହି ରାଜ୍ୟଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଟିଏ ବିକଳ୍ପକୁ ମଧ୍ୟ ଗ୍ରହଣ କରିନାହାନ୍ତି।
ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରର ପ୍ରସ୍ତାବକୁ କିଛି ରାଜ୍ୟ ବିରୋଧ କରୁଛନ୍ତି। ରାଜ୍ୟଗୁଡିକୁ ଅନ୍ୟ ବିକଳ୍ପ ପନ୍ଥା ଆପଣାଇ କ୍ଷତିପୂରଣ ପ୍ରଦାନ କରିବା ଲାଗି ଏହି ରାଜ୍ୟଗୁଡିକ ଦାବି ଉଠାଇବେ ବୋଲି କୁହାଯାଉଛି। ରାଜ୍ୟଗୁଡିକ କ୍ଷତିପୂରଣ ପ୍ରଦାନ କରିବା କେନ୍ଦ୍ରର ଦାୟିତ୍ୱ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ୨.୩୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ଯେଉଁ ବିଳଳ୍ପ ପ୍ରଦାନ କରିଛି ତାକୁ ବିରୋଧ କରି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତେଲଙ୍ଗାନା, ଛତିଶଗଡ ଏବଂ ତାମିଲନାଡୁ ରହିଛି। କେନ୍ଦ୍ର ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରୁ ବୋଲି ରାଜ୍ୟ ଚାହୁଁଛନ୍ତି। ହେଲେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ରାଜ୍ୟକୁ ଯାଉଥିବାରୁ କେନ୍ଦ୍ର ସରକାର କାହିଁକି ଋଣ କରିବେ ବୋଲି ଯୁକ୍ତି ବାଢିଛନ୍ତି। ନିଜ ଟିକସ ପରିସର ବାହାରେ କାହିଁକି ପ୍ରତିଭୂତି ଜାରି କରିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି।
ଜିଏସ୍‌ଟି ବ୍ୟବସ୍ଥାରେ ବର୍ତ୍ତମାନ ୫,୧୨,୧୮ ଏବଂ ୨୮ ଭଳି ସ୍ଲାବରେ ଟିକସ ଲାଗୁ ହେଉଛି। ସେହିଭଳି ବିଳାସପୂର୍ଣ୍ଣ ଏବଂ ଅବଗୁଣକାରୀ ସାମଗ୍ରୀଗୁଡିକ ଉପରେ କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି। ଜିଏସ୍‌ଟି ଲାଗୁ ପରେ ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତିକୁ ଭରଣା ଲାଗି ଏଭଳି ସେସ୍‌ ଲାଗୁ ହେଉଛି। ରାଜସ୍ବ କ୍ଷତି ହେଲେ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ ନୁହେଁ ବୋଲି ପୂର୍ବରୁ କେ.କେ.ଭେନୁଗୋପାଳ ଆଇନଗତ ମତ ରଖିଥିଲେ। କ୍ଷତିପୂରଣ ପ୍ରସଙ୍ଗ ଉପରେ ଜିଏସ୍‌ଟି ପରିଷଦ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଥିଲେ। ୨୦୧୯ ଅଗଷ୍ଟ ପରଠାରୁ ସେସ୍‌ ସଂଗ୍ରହରେ ବାଧା ଉପୁଜିଛି। ଫଳରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ବାଧା ଉପୁଜିଛି। ୨୦୧୯-୨୦ରେ କେନ୍ଦ୍ର ସରକାର ୧.୬୫ ଲକ୍ଷ କୋଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହି ଅବଧିରେ ୯୫,୪୪୪ କୋଟି ସେସ୍‌ ଆଦାୟ ହୋଇଥିଲା। ସେହିଭଳି ୨୦୧୮-୧୯ରେ ୬୯,୨୭୫ କୋଟି ଏବଂ ୨୦୧୭-୧୮ରେ ୪୧,୧୪୬ କୋଟି କ୍ଷତିପୂରଣ କେନ୍ଦ୍ର ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri