କ୍ଷତିପୂରଣ ବିକଳ୍ପକୁ ବିରୋଧ କରିବେ କିିଛି ରାଜ୍ୟ

ନୂଆଦିଲ୍ଲୀ: ସୋମବାର ଜିଏସ୍‌ଟି ପରିଷଦ ବୈଠକ ବସୁଛି। ଏହି ବୈଠକ ଅନେକ ଗୁରୁତ୍ୱ ବହନ କରିବ ବୋଲି ଜଣାପଡିଛି। ଜିଏସ୍‌ଟି କ୍ଷତିପୂରଣ ଭରଣା କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ବିକଳ୍ପ ପ୍ରଦାନ କରିଛନ୍ତି। ଏହାକୁ ଅଣଭାଜପା ଶାସିତ ରାଜ୍ୟ ଯଥା, କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ପ୍ରମୁଖ ବିରୋଧ କରିବେ ବୋଲି ଜଣାପଡିଛି। ଭାଜପା ଶାସିତ ୨୧ ରାଜ୍ୟ କେନ୍ଦ୍ରର ବିକଳ୍ପ ସପକ୍ଷରେ ରହିଛି। ରାଜ୍ୟଗୁଡିକୁ ରିଜର୍ଭ ବ୍ୟାଙ୍କ ଓ୍ବିଣ୍ଡୋରୁ ୯୭ ହଜାର କୋଟି ଟଙ୍କାର ଋଣ ଉଠାଣ କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କାର ଋଣ ଉଠାଣ ଭଳି ୨ଟି ବିକଳ୍ପ ପ୍ରଦାନ କରାଯାଇଥିଲା। ୯୭ ହଜାର କୋଟି ଋଣ ସପକ୍ଷରେ ୨୧ ରାଜ୍ୟ ରହିଛନ୍ତି। ଅନ୍ୟ କିଛି ରାଜ୍ୟ କେନ୍ଦ୍ରର ପ୍ରସ୍ତାବକୁ ଏହି ବୈଠକରେ ବିରୋଧ କରିବା ସ୍ଥିତିରେ ରହିଛନ୍ତି। ଏହି ରାଜ୍ୟଗୁଡିକ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗୋଟିଏ ବିକଳ୍ପକୁ ମଧ୍ୟ ଗ୍ରହଣ କରିନାହାନ୍ତି।
ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରର ପ୍ରସ୍ତାବକୁ କିଛି ରାଜ୍ୟ ବିରୋଧ କରୁଛନ୍ତି। ରାଜ୍ୟଗୁଡିକୁ ଅନ୍ୟ ବିକଳ୍ପ ପନ୍ଥା ଆପଣାଇ କ୍ଷତିପୂରଣ ପ୍ରଦାନ କରିବା ଲାଗି ଏହି ରାଜ୍ୟଗୁଡିକ ଦାବି ଉଠାଇବେ ବୋଲି କୁହାଯାଉଛି। ରାଜ୍ୟଗୁଡିକ କ୍ଷତିପୂରଣ ପ୍ରଦାନ କରିବା କେନ୍ଦ୍ରର ଦାୟିତ୍ୱ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି। ଚଳିତ ଆର୍ଥତ୍କ ବର୍ଷରେ ୨.୩୫ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି। ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ଯେଉଁ ବିଳଳ୍ପ ପ୍ରଦାନ କରିଛି ତାକୁ ବିରୋଧ କରି ୬ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଏହି ରାଜ୍ୟଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ତେଲଙ୍ଗାନା, ଛତିଶଗଡ ଏବଂ ତାମିଲନାଡୁ ରହିଛି। କେନ୍ଦ୍ର ଋଣ କରି ରାଜ୍ୟଗୁଡିକୁ ପ୍ରଦାନ କରୁ ବୋଲି ରାଜ୍ୟ ଚାହୁଁଛନ୍ତି। ହେଲେ ଜିଏସ୍‌ଟି କ୍ଷତିପୂରଣ ସେସ୍‌ ରାଜ୍ୟକୁ ଯାଉଥିବାରୁ କେନ୍ଦ୍ର ସରକାର କାହିଁକି ଋଣ କରିବେ ବୋଲି ଯୁକ୍ତି ବାଢିଛନ୍ତି। ନିଜ ଟିକସ ପରିସର ବାହାରେ କାହିଁକି ପ୍ରତିଭୂତି ଜାରି କରିବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି।
ଜିଏସ୍‌ଟି ବ୍ୟବସ୍ଥାରେ ବର୍ତ୍ତମାନ ୫,୧୨,୧୮ ଏବଂ ୨୮ ଭଳି ସ୍ଲାବରେ ଟିକସ ଲାଗୁ ହେଉଛି। ସେହିଭଳି ବିଳାସପୂର୍ଣ୍ଣ ଏବଂ ଅବଗୁଣକାରୀ ସାମଗ୍ରୀଗୁଡିକ ଉପରେ କ୍ଷତିପୂରଣ ସେସ୍‌ ଲାଗୁ କରାଯାଉଛି। ଜିଏସ୍‌ଟି ଲାଗୁ ପରେ ରାଜ୍ୟଗୁଡିକ ସହୁଥିବା ରାଜସ୍ବ କ୍ଷତିକୁ ଭରଣା ଲାଗି ଏଭଳି ସେସ୍‌ ଲାଗୁ ହେଉଛି। ରାଜସ୍ବ କ୍ଷତି ହେଲେ କ୍ଷତିପୂରଣ ପ୍ରଦାନ କରିବାକୁ କେନ୍ଦ୍ର ବାଧ୍ୟ ନୁହେଁ ବୋଲି ପୂର୍ବରୁ କେ.କେ.ଭେନୁଗୋପାଳ ଆଇନଗତ ମତ ରଖିଥିଲେ। କ୍ଷତିପୂରଣ ପ୍ରସଙ୍ଗ ଉପରେ ଜିଏସ୍‌ଟି ପରିଷଦ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଥିଲେ। ୨୦୧୯ ଅଗଷ୍ଟ ପରଠାରୁ ସେସ୍‌ ସଂଗ୍ରହରେ ବାଧା ଉପୁଜିଛି। ଫଳରେ ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ଲାଗି ବାଧା ଉପୁଜିଛି। ୨୦୧୯-୨୦ରେ କେନ୍ଦ୍ର ସରକାର ୧.୬୫ ଲକ୍ଷ କୋଟି କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହି ଅବଧିରେ ୯୫,୪୪୪ କୋଟି ସେସ୍‌ ଆଦାୟ ହୋଇଥିଲା। ସେହିଭଳି ୨୦୧୮-୧୯ରେ ୬୯,୨୭୫ କୋଟି ଏବଂ ୨୦୧୭-୧୮ରେ ୪୧,୧୪୬ କୋଟି କ୍ଷତିପୂରଣ କେନ୍ଦ୍ର ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri