Categories: ଖେଳ

ଆଇପିଏଲ ୨୦୨୪ରେ ଆସିବ କିଛି ନୂଆ ନିୟମ, ଗୋଟିଏ ଓଭରରେ ବୋଲିଂ କରିପାରିବେ ଦୁଇ ବାଉନ୍ସର!

ନୂଆଦିଲ୍ଲୀ,୧୯।୧୨: ଆଇପିଏଲ ୨୦୨୪ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅର୍ଥାତ୍‌ ୧୯ ଡିସେମ୍ବରରେ ଆୟୋଜିତ ହେବ, କିନ୍ତୁ ଏହାର ଠିକ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛ। ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଇପିଏଲର ଆଗାମୀ ସିଜନରେ କିଛି ନିୟମ ପରିବର୍ତ୍ତନ କରାଯିବ ଏବଂ କିଛି ନୂତନ ନିୟମ ଯୋଡାଯିବ। ତେବେ ଶେଷ ଆଇପିଏଲ ପୂର୍ବରୁ ମଧ୍ୟ ଇନପ୍ୟାକ୍ଟ ପ୍ଲେୟାର ଓ ନୋ ବଲ, ଓ୍ବାଇଡ ବଲକୁ ରିଭ୍ୟୁ କରିବାର ନିୟମ ଲଗା ଯାଇଥିଲା।

ଅର୍ଥାତ୍‌ ଆଇପିଏଲ ୨୦୨୪ରୁ ବୋଲରମାନେ ଆଇପିଏଲ ମ୍ୟାଚର ପ୍ରତ୍ୟେକ ଓଭରରେ ସର୍ବାଧିକ ୨ ବାଉନ୍ସର୍‌ ବୋଲିଂ କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇ ନ ଥିଲା। ଅଦ୍ୟାବଧି, ଆଇପିଏଲରେ ଅନ୍ତର୍ଜାତୀୟ କ୍ରିକେଟ ଭଳି ସମାନ ନିୟମ ପାଳନ କରାଯାଉଥିଲା, ଯାହା ଅନୁଯାୟୀ ବୋଲରମାନେ ଏକ ଓଭରରେ ସର୍ବାଧିକ ଗୋଟିଏ ବାଉନ୍ସର୍‌ ବୋଲିଂ କରିପାରିବେ, ଏହାଠାରୁ ଅଧିକ ବୋଲିଂ ନୋ ବଲ ବୋଲି ବିବେଚନା କରାଯାଉଥିଲା। ଅବଶ୍ୟ, ଏହା ବର୍ତ୍ତମାନ ଆଇପିଏଲରେ ଘଟିବ ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ଏହି ନୂତନ ନିୟମ ସମ୍ପର୍କରେ ବିସିସିଆଇରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।
ପ୍ରତିବର୍ଷ ଆଇପିଏଲରେ କିଛି ନୂଆ ନିୟମ ଯୋଡାଯାଉଛି । ଗତ ବର୍ଷ ଆଇପିଏଲ ମ୍ୟାଚରେ ଇନପ୍ୟାକ୍ଟ ପ୍ଲେୟାର୍‌ ନିୟମ ବହୁତ ପ୍ରଭାବ ପକାଇଥିଲା। କିଛି ଲୋକ ଏହି ନିୟମକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାକୁ ବିରୋଧ କରିଥିଲେ। ଏଥି ସହିତ, ଓ୍ବାଇଡ ଓ ନୋ ବଲ କ୍ଷେତ୍ରରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କୁ ରିଭ୍ୟୁ କରିବାର ଅଧିକାର ଦିଆଯାଇଥିଲା, ଯାହା ଦ୍ୱାରା ଯଦି ତାଙ୍କର ସନ୍ଦେହ ଥାଏ, ତେବେ ସେ ନିଜେ ସମାଧାନ କରିପାରିବେ।

Share