ଜମି ଲାଗି ଅଟକିଛି ମଡର୍ନ ବସ୍‌ ପୋର୍ଟ

ଭୁବନେଶ୍ୱର, ୨।୧୦(ବ୍ୟୁରୋ):ଓଡ଼ିଶାରେ ମଡର୍ନ ବସ୍‌ ପୋର୍ଟ ହେବାରେ ଏବେ ଜମି ଅଧିଗ୍ରହଣ ବାଧକ ସାଜିଛି। କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଡର୍ନ(ଅତ୍ୟାଧୁନିକ) ବସ୍‌ ପୋର୍ଟ ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇସାରିଛି। ଅତ୍ୟଧିକ ଯାନବାହନ ଚଳାଚଳଜନିତ ପ୍ରଦୂଷଣ ରୋକିବା ଲାଗି ସାଧାରଣ ପରିବହନକୁ ପ୍ରୋତ୍ସାହନ ଦେବା ସକାଶେ କେନ୍ଦ୍ର ସରକାର ଏଭଳି ପ୍ରଚେଷ୍ଟା କରିଥିଲେ। ଏହି ବସ୍‌ ପୋର୍ଟ ନିର୍ମାଣ ଲାଗି ୪୨ ଏକର ପଡ଼ିଆ କିମ୍ବା ଆଗରୁ କୌଣସି କାର୍ଯ୍ୟରେ ବ୍ୟବହୃତ ଜମି ନେବା ଲାଗି କୁହାଯାଇଥିଲା। ମାତ୍ର ଜମି ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକୁ ଓଡ଼ିଶାରେ ବନ୍ଦ ରଖାଯାଇଛି। ଗୋଟିଏ ଥର ରାଜ୍ୟ ପକ୍ଷରୁ ଜମିର ତଥ୍ୟ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା। ସେଥିରେ ରାଜ୍ୟ ସରକାର ଜମିର ଭୁଲ୍‌ ତଥ୍ୟ ଦେଇଥିବା କାରଣରୁ ଏହି କାର୍ଯ୍ୟ ଏ ଯାଏ ବନ୍ଦ ରହିଛି। ଏବେ ରାଜ୍ୟ ସରକାର ତୁରନ୍ତ ଜମି ଯୋଗାଡ଼କରି କେନ୍ଦ୍ରକୁ ତଥ୍ୟ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ପରିବହନ ମନ୍ତ୍ରଣାଳୟର ପ୍ରସ୍ତାବ ମୁତାବକ କଟକ ଜିଲା ଗୋପାଳପୁରଠାରେ ଏକ ବସ୍‌ ପୋର୍ଟ(ପଡ଼ିଆ ଜମି) ଗଠନ ହେବା ଲାଗି ସ୍ଥିର କରାଯାଇଛି। ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଜମି ଦେବେ ଏବଂ ଏଥିଲାଗି ଖର୍ଚ୍ଚ ହେବାକୁ ଥିବା ଅଂଶ କେନ୍ଦ୍ର ସରକାର ବହନ କରିବା ବ୍ୟବସ୍ଥା ରହିଛି। ଏଥିପାଇଁ ଆବଶ୍ୟକ ଅର୍ଥ କେତେକ ଘରୋଇ ସଂସ୍ଥା (ଯେଉଁମାନେ ବସ୍‌ ପୋର୍ଟରେ ବ୍ୟବସାୟ କରିବେ)ଙ୍କ ନିକଟରୁ ଆଦାୟ ହେବାର ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପରେ ଆନୁମାନିକ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣେ ପରିବହନ ଅଧିକାରୀ ସୂଚନା ଦେଇଛନ୍ତି। ଏହାସହ ବହୁ ସୁବିଧା ଏହି ବସ୍‌ ପୋର୍ଟରେ ରହିବ। ସେଠାରେ ହୋଟେଲ, ଉଚ୍ଚକୋଟିର ଶୌଚାଳୟ, ଯାତ୍ରୀମାନେ ବିଶ୍ରାମନେବା ଲାଗି ବ୍ୟବସ୍ଥା ରହିବ। ଡ୍ରାଇଭରମାନଙ୍କ ଲାଗି ବିଶ୍ରାମକକ୍ଷ, ସିଏନ୍‌ଜି ଷ୍ଟେଶନ, ବିଦ୍ୟୁତ୍‌ଚାଳିତ ଗାଡ଼ି ଚାର୍ଜ କରିବା ପାଇଁ ଭିତ୍ତିଭୂମି ବିକଶିତ କରାଯିବ। ଗୁଜରାଟର ଭଦୋଦରାଠାରେ ରହିଥିବା ବସ୍‌ ପୋର୍ଟ ଢାଞ୍ଚାରେ ଏହା କରାଯିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ୨୦୧୭ରେ ସବୁ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ କରିଥିବା ଏକ ବୈଠକରେ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ସବୁ ରାଜ୍ୟ ପକ୍ଷରୁ ଗ୍ରହଣ କରାଯିବା ପରେ ଏଥିପାଇଁ ନିର୍ଦ୍ଦେଶନାମା ବାହାରିଥିଲା।
ସୂଚନାଥାଉ କି, ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ପ୍ରବଳ ଭିଡ଼ ହେଉଥିବା ଯୋଗୁ ଗୋପାଳପୁରକୁ ଏହି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ଲାଗି ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିପାଇଁ ଗୋପାଳପୁର ମୌଜା ପ୍ଲଟ୍‌ ନମ୍ବର ୮୪୩, ଖାତା ନମ୍ବର ୧୦୪୬ ଜମି ସରକାର ୨୦୧୩ ଫେବୃୟାରୀରୁ ଚିହ୍ନଟ କରିଥିଲେ। ଉକ୍ତ ଜମି ରାଜ୍ୟ ପରିବହନ ବିଭାଗକୁ ୨୦୧୫ ଜୁଲାଇରେ ହସ୍ତାନ୍ତର କରାଗଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଗୋପାଳପୁର ବସ୍‌ଷ୍ଟାଣ୍ଡ ପାଇଁ ଫିଜିକାଲ ପୋଜେସନ ମିଳିଥିଲା। ପରବର୍ତ୍ତୀ ସମୟରେ ମଡର୍ନ ବସ୍‌ ପୋର୍ଟ କରିବା ପ୍ରସ୍ତାବ କେନ୍ଦ୍ରରୁ ଆସିବାପରେ ଉକ୍ତ ଜମି ବ୍ୟବହାର ପାଇଁ ରାଜ୍ୟ ପକ୍ଷରୁ ସ୍ଥିର ହେଲା। ମାତ୍ର ଏ ସମ୍ପର୍କିତ ଫାଇଲ କେନ୍ଦ୍ରରୁ ପ୍ରଦାନ କରାଯିବା ପରେ ଏହି ଜମି ୪୨ ଏକର ଥିବା ଉଲ୍ଲେଖ ଥିଲେ ମଧ୍ୟ ତାହା ଭୁଲ୍‌ ତଥ୍ୟ ବୋଲି ଜଣାପଡିଥିଲା। ବର୍ତ୍ତମାନର ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ଥିବା ସତ୍ୟବ୍ରତ ସାହୁ କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ ଏହି ଫାଇଲ ଫେରାଇ ଦେଇଥିବା ଜଣାପଡିଛି। କେନ୍ଦ୍ରୀୟ ଟିମ୍‌ ଆସି ଯେତେବେଳେ ଜମି ମାପଚୁପ କରିଥିଲେ ତାହା ୨୩ ଏକର ବୋଲି ଜଣାପଡ଼ିଥିଲା। ଯେତେବେଳେ ପୁନର୍ବାର ରାଜ୍ୟ ସରକାର ଜମିର ତଥ୍ୟ ଯାଞ୍ଚ କଲେ ଜଣାପଡ଼ିଥିଲା ଯେ, ତାହା ୨୩ ଏକର ଠାରୁ ସାମାନ୍ୟ ଅଧିକ। ଏହାପରେ ଉକ୍ତ ଜମିରେ ବାଉଣ୍ଡରି ଓ୍ବାଲ୍‌ କରିବା ପାଇଁ ରାଜ୍ୟ ପୋଲିସ ହାଉସିଂ କର୍ପୋରେଶନକୁ ଦାୟିତ୍ୱ ମିଳିଥିଲା। ବାଉଣ୍ଡରି ଓ୍ବାଲ୍‌ କରିବା ସମୟରେ ମଧ୍ୟ ସରକାରଙ୍କ ପାଖରେ ୨୩ ଏକର ଜମି ଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ ସରକାର ଘନଘନ ବୈଠକ କରିବାପରେ ଜଣାପଡିଲା ଯେ, ବାକି ୧୯.୩୨ ଜମି ପୂର୍ବତଟ ରେଲଓ୍ବେ ହାତକୁ ପୂର୍ବରୁ ଟେକି ଦିଆଯାଇଛି। ମାତ୍ର ରେଲଓ୍ବେ ସେହି ଜମିକୁ ବ୍ୟବହାର କରିନାହିଁ।
୨୦୨୦ ଜୁନ୍‌ ୪ରେ ବସ୍‌ ପୋର୍ଟ ପାଇଁ ଆବଶ୍ୟକ ଥିବା ଜମି ସମ୍ପର୍କରେ ପରିବହନ ବିଭାଗ ସଚିବ, କଟକ ଜିଲାପାଳ, ଆର୍‌ଟିଓ କଟକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗତ ମାସ ୧୭ ତାରିଖରେ ପରିବହନ ସଚିବ ପୂର୍ବତଟ ରେଲଓ୍ବେ ଏମ୍‌ଡିଙ୍କୁ ଏକ ଚିଠି ଲେଖି କାମରେ ଲାଗି ନ ଥିବା ଉକ୍ତ ୧୯.୩୨ ଏକର ଜମି ଯଥାଶୀଘ୍ର ରାଜ୍ୟ ସରକାରଙ୍କୁ ଫେରାଇଦେବା ପାଇଁ କହିଛନ୍ତି। ଏହାସହ ସରକାରଙ୍କ ନାମରେ ଏନ୍‌ଓସି (ନୋ ଅବଜେକ୍ସନ ସାର୍ଟିଫିକେଟ) ଦେବା ଲାଗି ମଧ୍ୟ କହିଛନ୍ତି। ତେବେ ଜଣେ ସରକାରୀ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ସେହି ଜମି ଉପରେ ଅନେକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହାର ଶୁଣାଣି ମଧ୍ୟ ପ୍ରକଳ୍ପ ବିଳମ୍ବର ଅନ୍ୟତମ କାରଣ। ଏହି ବସ୍‌ଷ୍ଟାଣ୍ଡ ହେବା ଦ୍ୱାରା ଆନ୍ତଃରାଜ୍ୟ ପରିବହନଠାରୁ ଅନେକ ସୁବିଧା ସରକାର ପାଇବା ସହିତ ଲୋକମାନେ କାରରେ ଅଧିକ ଦୂର ସ୍ଥାନ ଯିବା କମିଯିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ପ୍ରକଳ୍ପ କେବେ ସରିବ ତାକୁ ନେଇ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିବା ମଧ୍ୟ ଜଣାପଡିଛି। ପରିବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ଯୋଜନା ଜମି ପାଇଁ ଅଟକି ରହିଛି। ଖୁବ୍‌ଶୀଘ୍ର ଜମି ସମସ୍ୟା ଦୂରହୋଇ ଏହି କାମ ଆରମ୍ଭ ହେବ। ପୋଲିସ ହାଉସିଂ କର୍ପୋରେଶନ ଅଧା ପାଚେରି କାର୍ଯ୍ୟ ସାରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri