କେହି ବିଶ୍ୱାସ ଭାଙ୍ଗିଲେ ତାଙ୍କୁ ଧନ୍ୟବାଦ ଦିଅନ୍ତୁ…

ସୁଖଦୁଃଖଭରା ଏଇ ଜୀବନରେ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ। ସେଥିପାଇଁ ଜ୍ଞାନୀଗୁଣୀ ବ୍ୟକ୍ତିମାନେ ଅନେକ ନୀତିଶୀକ୍ଷା କହିଯାଇଛନ୍ତି, ତନ୍ମଧ୍ୟରୁ କିଛିଟା ଆସନ୍ତୁ ଜାଣିବା…

*ଯଦି କେହି ଆମର ବିଶ୍ୱାସ ଭାଙ୍ଗନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍‌, କାରଣ ସେ ଆମକୁ ଶିକ୍ଷା ଦିଅନ୍ତି ଯେ ବିଶ୍ୱାସ ଅତି ଯତ୍ନର ସହ କରିବା ଦରକାର।

*ଠିକ୍‌ ଚିନ୍ତାଧାରା, ଠିକ୍‌ ସମୟ ଏବଂ ଠିକ୍‌ ମାର୍ଗ ସାହାଯ୍ୟରେ ଯେ କୌଣସି ବ୍ୟକ୍ତି ସଫଳ ହୋଇପାରିବେ।

*ଜୀବନରେ କିଛି ବଡ଼ ଜିନିଷ ପାଇଲେ ଛୋଟକୁ ଭୁଲିବା ଆଦୌ ଉଚିତ୍‌ ନୁହେଁ, କାରଣ ଯେଉଁଠାରେ ଛୁଞ୍ଚତ୍ କାମ କରେ, ସେଠି ଖଣ୍ଡା କାମ କରେ ନାହିଁ।

*ଯଦି କଠିନ ପରିଶ୍ରମ ଅଭ୍ୟାସରେ ପରିଣତ ହୋଇଯାଏ, ତା’ହେଲେ ସଫଳତା ‘ଭାଗ୍ୟ’ ପାଲଟିଯାଏ।

*ଦୁନିଆର ସର୍ବୋତ୍ତମ ପୁସ୍ତକ ହେଉଛି ଆମେ ନିଜେ। ଯଦି ଆମେ ନିଜେ ନିଜକୁ ବୁଝିପାରିଲେ, ତା’ହେଲେ ସମସ୍ତ ସମସ୍ୟାର ସମାଧାନ ସହଜରେ ହୋଇଯିବ।

*ଜୀବନଟା ବହୁତ ଛୋଟ। ପିଣ୍ଡରୁ ଥରେ ପ୍ରାଣବାୟୁ ବାହାରିଗଲେ ଆଉ ତାହା ଫେରିବ ନାହିଁ। ତେଣୁ ମନରେ କୌଣସି ରାଗ କିମ୍ବା ଅହଂଭାବ ନ ରଖି ଉପଯୁକ୍ତ କର୍ମ କରିଚାଲିଲେ ସୁଖଶାନ୍ତିରେ ଜୀବନ କଟିଥାଏ।