କଟକ ସବ୍‌ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କଲେ ସୋମାଲିକା

କଟକ/ଜଗତ୍‌ସିଂହପୁର,୮ା୧୦(କାର୍ତ୍ତିକ ସାହୁ/ପ୍ରମୋଦ କୁମାର ନାୟକ)ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାସ। ସୋମାଲିକା ଶନିବାର କଟକସ୍ଥିତ ସବ୍‌ରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବିବାହ ଆବେଦନ ବିରୋଧରେ ଅଭିଯୋଗ କରିଛନ୍ତି। ସୋମାଲିକାଙ୍କ ପରିବର୍ତ୍ତେ ବିଜୟ ଶଙ୍କର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିବା ଜଣାପଡ଼ିବା ପରେ ସେ ଏହି ଅଭିଯୋଗ କରିଥିବା କହିଛନ୍ତି।
ଗଣମାଧ୍ୟମକୁ କହିଛନ୍ତି, ବିଜୟ ମୋତେ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଉଭୟ ପରିବାର ମଧ୍ୟରେ ଏନେଇ କଥା ହୋଇଥିଲା। ୧୭ା୫ା୨୦୨୨ରେ ଜଗତ୍‌ସିଂହପୁର ସ୍ବତନ୍ତ୍ର ବିବାହ ଅଧିକାରୀ (ଡିଏସ୍‌ଆର୍‌)ଙ୍କ ପାଖରେ ବିବାହ ପାଇଁ ଆବେଦନ କରାଯାଇଥିଲା। ଆବେଦନର ୩୦ଦିନ ଭିତରେ କାହାରି କିଛି ଆପତ୍ତି ଅଭିଯୋଗ ନ ଥିଲେ ୩୧ ଦିନରୁ ୯୦ ଦିନ ମଧ୍ୟରେ ଯେକୌଣସି ସମୟରେ ଉଭୟ ବିବାହ କରିପାରିବେ ବୋଲି କୁହାଯାଇଥିଲା। ଆବେଦନର ୩୧ତମ ଦିନ ସୋମାଲିକା ତାଙ୍କ ସମ୍ପର୍କୀୟଙ୍କ ସହ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟରେ ବିବାହ ପାଇଁ ପହଞ୍ଚତ୍ଥିଲେ। ସକାଳୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଜୟଶଙ୍କରଙ୍କୁ ସୋମାଲିକା ଅପେକ୍ଷା କରି ନିରାଶ ହୋଇଥିଲେ। ବିଜୟଶଙ୍କର ତାଙ୍କୁ ପ୍ରତାରଣା କରିଥିବା ଜାଣିବା ପରେ ଜଗତ୍‌ସିଂହପୁର ଥାନାରେ ସୋମାଲିକା ଅଭିଯୋଗ କରିଥିଲେ। ହେଲେ ସେ ଶାସକ ଦଳର ବିଧାୟକ ହୋଇଥିବାରୁ ପୋଲିସ କୌଣସି ପଦକ୍ଷେପ ନେଲା ନାହିଁ। ଫଳରେ ସୋମାଲିକା ବିଧାୟକଙ୍କ ନାଁରେ କୋର୍ଟରେ ମାମଲା ଦାୟର କରିବା ପରେ ତାହା ଏବେ ବିଚାରାଧୀନ ରହିଛି। ଏପରିସ୍ଥଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଧାୟକ ବିଜୟଶଙ୍କର କଟକ ସବ୍‌ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି। ମୋତେ ନ୍ୟାୟ ଦରକାର। ସେ କ’ଣ ମୋ ଜୀବନକୁ ନଷ୍ଟ କରି ଅନ୍ୟ ଜଣଙ୍କ ସହ ତାଙ୍କ ସଂସାର ବସାଇବେ ବୋଲି ସୋମାଲିକା କହିଛନ୍ତି। ଏଥିସହିତ ସୋମାଲିକା ଜଗତ୍‌ସିଂହପୁର ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜୟଶଙ୍କର ଅନ୍ୟ କାହାକୁ ବିବାହ କରିପାରିବେ ନାହିଁ ସୋମାଲିକା କହିଛନ୍ତି।

ଅନୁସାରେ, ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ନିଜର ଜଣେ ସହପାଠିନୀଙ୍କୁ ବିବାହ କରିବା ନିମନ୍ତେ ଗତ ସେପ୍ଟେମ୍ବର ୨୧ ତାରିଖରେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍‌ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ଆବେଦନ ତାରିଖଠୁ ଏକମାସର ନୋଟିସ ଅବଧି ଶେଷ ପରେ ବିଧାୟକ ଦାସ ତାଙ୍କୁ ବିବାହ କରିବେ। ଅନ୍ୟ ପକ୍ଷରେ ତିର୍ତ୍ତୋଲ ବିଧାୟକ ଦାସ ଗତବର୍ଷ ମେ’ ୧୭ ତାରିଖରେ ତାଙ୍କ ଦୀର୍ଘଦିନର ପ୍ରେମିକା ସୋମାଲିକା ଦାସଙ୍କୁ ବିବାହ କରିବାକୁ ଜଗତ୍‌ସିଂହପୁର ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ହେଲେ ଏକମାସର ନୋଟିସ ଅବଧି ପରେ ସେ ବିବାହ ପାଇଁ ଉପସ୍ଥିତ ହୋଇନଥିଲେ, ଯାହାକୁ ନେଇ ସୋମାଲିକା ଜଗତ୍‌ସିଂହପୁର ଥାନାରେ ଯୌନ ନିର୍ଯାତନା, ବଳାତ୍କାର ମାମଲା ଦାଏର କରିଥିଲେ। ଏହାକୁ ନେଇ ରାଜନୈତିକ ହଟଚମଟ ହୋଇଥିଲା। ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିି ନ ଥିଲା। ରାଜ୍ୟ ସରକାର ବି କୌଣସି ପଦକ୍ଷେପ ନେଇ ନ ଥିଲେ। ଫଳରେ ସୋମାଲିକା ନ୍ୟାୟ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?