Posted inଫୁରସତ

ଏଣିକି ବିପଦପୂର୍ଣ୍ଣ ସ୍ଥାନରେ ଶହୀଦ ହେବେ ନାହିଁ ସୈନିକ, ଜଗିବେ ରୋବୋ ଡଗ୍‌

ଯେକୌଣସି ଦେଶର ସୁରକ୍ଷା ଏହାର ସୈନ୍ୟମାନଙ୍କ ଉପରେ ନିର୍ଭର କରିଥାଏ। ଦେଶସେବାରେ ନିୟୋଜିତ ସୈନିକମାନେ ନିଜ ଜୀବନକୁ ଖାତିର ନ କରି ପ୍ରତ୍ୟେକ ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥାନ୍ତି। ସେମାନଙ୍କ ପାଇଁ ଦେଶର ସୁରକ୍ଷା ନିଜ ଜୀବନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ସମୟରେ ଏପରି କିଛି ଅଘଟଣ ଘଟେ, ଯେଉଁଥିରେ ଏହି ସୈନିକମାନଙ୍କୁ ପ୍ରାଣ ହରାଇବାକୁ ପଡ଼ିଥାଏ। ବାସ୍ତବରେ ଅନେକ ଦେଶରେ ଶତ୍ରୁମାନେ ଯାଇ ଏପରି ସ୍ଥାନଗୁଡିକରେ ଲୁଚି ରହିଥାନ୍ତି ଯାହା ନିଛାଟିଆ। ସୈନିକମାନେ ସେମାନଙ୍କ ବିଷୟରେ ଅଧିକ ଜାଣି ନ ଥାନ୍ତି। ଏଭଳି ପରିସ୍ଥିତିରେ ଶତ୍ରୁମାନେ ଏହି ଅଞ୍ଚଳରେ ଆକ୍ରମଣ କରନ୍ତି ଏବଂ ସୈନିକମାନେ ଶହୀଦ ହୋଇଥାନ୍ତି।

ROBODOGS

କିନ୍ତୁ ବର୍ତ୍ତମାନ ଆଉ ଏପରି ଘଟିବ ନାହିଁ। ସୈନିକମାନଙ୍କ ଜୀବନ ବଞ୍ଚାଇବା ପାଇଁ ରୋବୋ ଡଗ୍‌ ତିଆରି କରାଯାଉଛି। ଏହି ରୋବୋଟିକ୍‌ କୁକୁରମାନେ ଏହି ଅଞ୍ଚଳରେ ବୁଲିବେ ଏବଂ କୌଣସି ପ୍ରକାର ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ସଙ୍କେତ ଦେବେ। ଫଳରେ ସୈନିକମାନେ ଆଉ ପ୍ରାଣ ହରାଇବେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋବୋଡଗ୍‌ଗୁଡ଼ିକ ଏହି ସୈନିକମାନଙ୍କ ମନ ଦ୍ୱାରା ନିୟନ୍ତ୍ରିତ ହେବେ। ଅର୍ଥାତ୍‌ ଏକ ସୁରକ୍ଷିତ ସ୍ଥାନରେ ବସି ସୈନିକମାନେ ଏହି ବିପଜ୍ଜନକ ସ୍ଥାନଗୁଡ଼ିକରେ ବୁଲାବୁଲି କରିପାରିବେ।

NYPD पहले ही कर चुका है डीजीडॉग्स का इस्तेमाल (इमेज- ऑस्ट्रेलियाई मिलिट्री)

ଅଷ୍ଟ୍ରେଲୀୟ ସୈନ୍ୟବାହିନୀ ରୋବୋ ଡଗ୍‌ଙ୍କୁ ବ୍ୟବହାର ଆରମ୍ଭ କରିଛନ୍ତି। ଯଦି ଏହି କୌଶଳ ସଫଳ ହୁଏ, ତେବେ ଭାରତରେ ଏହାର ବ୍ୟବହାର ଦ୍ୱାରା ଅନେକ ସୈନିକଙ୍କ ଜୀବନ ରକ୍ଷା ହୋଇପାରିବ। ଏହି ଟେକ୍ନୋଲୋଜି କେବେ ଭାରତକୁ ଆସିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri