ସୈନିକ ସ୍କୁଲ ପ୍ରତିଷ୍ଠା, ବିଏସ୍‌ଏନ୍‌ଏଲ୍‌ ଭିତ୍ତିଭୂମି ସୁଦୃଢ଼ ଦାବି

ରସୁଲପୁର,୧୦ା୧୨(ଡି.ଏନ.ଏ.):ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସଂସଦର ଶୀତକାଳୀନ ଅଧିବେଶନରେ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଦୁର୍ବଳ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି। ନିଗମ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିଭୂମିରେ ସୁଧାର ଆଣିବାକୁ ସେ ଦାବି କରିଛନ୍ତି। ଦୁର୍ବଳ ସେବା ଦୂର ପାଇଁ ଘରକୁ ଘର ଫାଇବର ସଂଯୋଗ (ଏଫ୍‌ଟିଟିଏଚ)କୁ ଗୁରୁତ୍ୱ ଦେବା ସହ ଆବଶ୍ୟକ ସ୍ଥଳେ ଅଧିକ ଟାୱାର ସ୍ଥାପନ ପାଇଁ ନିବେଦନ କରିଛନ୍ତି। ନିଗମର ଦୁର୍ବଳ ଭିତ୍ତିଭୂମି ଯୋଗୁ ଜିଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଗ୍ରାହକ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଡାକ ସେବାରେ ବ୍ୟାଘାତ ଘଟୁଛି। ବିଶେଷକରି କରୋନା କାଳରେ ବିଦ୍ୟାର୍ଥୀଙ୍କ ପାଠପଢ଼ାରେ ସର୍ବାଧିକ ବାଧା ସୃଷ୍ଟି ହେଉଛି। ତେଣୁ ଏଦିଗରେ ଗୁରୁତ୍ୱ ଦିଆଯାଇ ବିଏସ୍‌ଏନଏଲ୍‌ ସେବାକୁ ବ୍ୟବସ୍ଥିତ କରିବାକୁ ସେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଏମ୍‌ପିଙ୍କ ଦାବି ମୁତାବକ ଯାଜପୁର ଜିଲା ଖଣିଜ ସମ୍ପଦରେ ଭରପୂର ରହିଛି। ଜିଲାର ଶିକ୍ଷା, କଳା, ସଂସ୍କୃତିରେ ରାଜ୍ୟର ଏକ ଅଗ୍ରଣୀ ଜିଲା ଭାବରେ ଖ୍ୟାତି ରହିଛି। ମାତ୍ର ଟେଲି ସଂଯୋଗର ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ବହୁ ଉନ୍ନୟମୂଳ କାର୍ଯ୍ୟରେ ବାଧା ଉପୁଜୁଛି। ଲଗାତାର ଦୁର୍ବଳ ସେବା ପ୍ରଦାନ କରାଯାଉଥିବାରୁ ଏମ୍‌ପି ସେଠୀ ବିଏସ୍‌ଏନ୍‌ଏଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଏହା ସତ୍ତ୍ୱେ ବି ସେବାରେ ସୁଧାର ଆସିପାରୁ ନାହିଁ ବୋଲି ସେ ଦର୍ଶାଇଛନ୍ତି।
ସେହିପରି ଏମ୍‌ପି ସେଠୀ ଜିଲାରେ ସୈନିକ ସ୍କୁଲ ସ୍ଥାପନ ପାଇଁ ସଂସଦରେ ସ୍ବର ଉଠାଇଛନ୍ତି। ଜିଲାରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ହେଲେ ଗୋଟିଏ ହେଲେ ସୈନିକ ସ୍କୁଲ ସ୍ଥାପନ ହୋଇନାହିଁ। ଏହାଦ୍ୱାରା ସେନାକର୍ମଚାରୀ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଏହି ବର୍ଗର ପିଲାଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ଶିକ୍ଷା ପ୍ରଦାନ ଲାଗି ଜିଲାରେ ଏକ ସୈନିକ ସ୍କୁଲ ତୁରନ୍ତ ପ୍ରତିଷ୍ଠା ପାଇଁ ସେ ଲୋକସଭା ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏମ୍‌ପି ସେଠୀଙ୍କ ଦାବି ମୁତାବକ ଦେଶ ସୁରକ୍ଷା ଦିଗରେ କାର୍ଯ୍ୟରତ ସୈନିକ ଓ ସୈନ କ୍ଷେତ୍ରରେ ଜିଲାର ଗୌରବମୟ ପରମ୍ପରା ଯୋଡ଼ି ହୋଇ ରହିଛି। ଦେଶ ମାତୃକା ପାଇଁ ଜିଲାରୁ ବହୁ ବୀର ସୈନିକ ଶହୀଦ ହୋଇଛନ୍ତି। ସେ ଶହୀଦ ଶଶାଙ୍କ ଶେଖର ସାମଲଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ସେ ଲଦାଖରେ କର୍ତ୍ତବ୍ୟରତ ଥିବା ବେଳେ ଦେଶମାତୃକା ପାଇଁ ଲଢ଼େଇ କରି ଶହୀଦ ହୋଇଛନ୍ତି। ତେବେ ସୈନିକ ବିଦ୍ୟାଳୟ ନ ଥିବାରୁ ସେନାକର୍ମଚାରୀଙ୍କ ପିଲା ଘରୋଇ ବିଦ୍ୟାଳୟରେ ପଢିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri