Categories: ଜାତୀୟ

ସ୍ତ୍ରୀଙ୍କୁ ଗୁଳି କଲେ ଯବାନ

ପାଟନା, ୬।୯: ଭାରତୀୟ ସେନାର ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ସମେତ ୩ ମହିଳାଙ୍କୁ ଗୁଳି କରିଛନ୍ତି। ବିହାର ଚମ୍ପାରନ୍‌ ଜିଲାରେ ଏହି ଘଟଣା ଘଟିଛି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ପୋଷ୍ଟିଂ ହୋଇଥିବା ଅଭିଯୁକ୍ତ ଯବାନ ନରେଶ ଶାହା ଛୁଟିରେ ବିହାର ଆସିଥିଲେ। ସୋମବାର ସକାଳେ ସେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ଅନୀତାଙ୍କୁ ମାଡ଼ ମାରିଥିଲେ। ଅନୀତା କୌଣସି ପ୍ରକାରେ ଘରୁ ବାହାରିଆସି ଗାଁର ମହିଳାମାନଙ୍କ ପଛରେ ଲୁଚିଯାଇଥିଲେ। ଏହି ସମୟରେ ନରେଶ ରାଇଫଲ ଧରି ତାଙ୍କ ପଛରେ ଗୋଡ଼ାଇବା ସହ ଅନ୍ୟ ମହିଳାମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ସେମାନେ ନ ଯିବାରୁ ନରେଶ ଗୁଳି ଚଳାଇଥିଲେ। ଅନୀତାଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଦୁଇ ମହିଳା ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଗିରଫ କରିଛି।

Share