ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ଯବାନ, ଭୁବନେଶ୍ୱର ଏୟାରଲିଫ୍ଟ

ରାୟଗଡ଼ା/ମୁନିଗୁଡ଼ା,୬।୩(ଆଶିଷ ରଞ୍ଜନ ପଣ୍ଡା/ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନଠାରେ ଗୁରୁବାର ଚଳନ୍ତା ଟ୍ରେନ୍‌ରୁ ଖସି ପଡି ଜଣେ ବିଏସଏଫ୍‌ ଯବାନ ଗୁରୁତର ଆହତ ହୋଇଛନ୍ତି। ବିଏସ୍‌ଏଫ୍‌ ଷ୍ଟାଫ୍‌ଙ୍କ ସମେତ ସ୍ଥାନୀୟ ରେଲଓ୍ବେ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପୋଲିସଙ୍କ ସହାୟତାରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜେକେପୁର ଅସ୍ଥାୟୀ ହେଲିପ୍ୟାଡ୍‌ରୁ ବିଏସ୍‌ଏଫ୍‌ ହେଲିକପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଛି। ଆହତ ଯବାନ ଜଣକ ହେଲେ ଅଶୋକ କୁମାର ମୀନା ।

ସେ କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ୧୩୬ ବାଟାଲିୟନ ବିଏସ୍‌ଏଫ୍‌ର କନଷ୍ଟେବଲ ବୋଲି ଜଣାପଡିଛି । ଅଶୋକ ଗୁରୁବାର ଜଗଦଲପୁର-ହାଓଡା ସମଲେଶ୍ୱରୀ ଏକ୍ସପ୍ରେସ୍‌ ଯୋଗେ ବାଟାଲିୟନର ଅନ୍ୟ ୬ଜଣଙ୍କ ସହ ମିଶି କୋରାପୁଟରରୁ ମୁନିଗୁଡାକୁ ଆସୁଥିଲେ। ଟ୍ରେନଟି ମୁନିଗୁଡା ରେଳ ଷ୍ଟେଶନରେ ପହଞ୍ଚି ଥିବା ବେଳେ କୌଣସି କାରଣବଶତଃ ଯବାନ ଅଶୋକ ଭାରସାମ୍ୟ ହରାଇ ଟ୍ରେନ ଚକା ତଳେ ଖସି ପଡିଥିଲେ । ଫଳରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବେ କଟିଯାଇଛି।

ଆର୍‌ପିଏଫ୍‌ ଏଏସ୍‌ଆଇ କେ.ସ୍ବୟଂମ ପ୍ରକାଶ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନଙ୍କୁ ଉଦ୍ଧାରକରି ଅନ୍ୟ ଆର୍‌ପିଏଫ୍‌ ଅଧିକାରୀ ଡି.କେ.ଗୁର୍ଜରଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ନିମନ୍ତେ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏ ନେଇ ମୁନିଗୁଡା ଆର୍‌ପିଏଫ୍‌ ଥାନା କେସ୍‌ ନମ୍ବର ୪/୨୦୨୫ରେ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ କେ.ସ୍ବୟଂମ ପ୍ରକାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri