୩ ବର୍ଷ ହେଲା ସୋଲାର ପାଣିଟାଙ୍କି ଅଚଳ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ

କେସିଙ୍ଗା,୫ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ପରଲସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଳାମାଲ ଗ୍ରାମରେ ଗତ ୨୦୧୯.୨୦ ଆର୍ଥିକ ବର୍ଷରେ ସୋଲାର ସିଷ୍ଟମ water supply ଫଣ୍ଡରୁ ୪ଲକ୍ଷ ୫୦ହଜାର ବ୍ୟୟ ଅଟକଳରେ ନିର୍ମାଣ କରାଯାଇ ଥିଲା। ନଳକୂପ ଭିତରେ ମୋଟର ସଂଯୋଗ ମଧ୍ୟ କରାଯାଇଛି। କିନ୍ତୁ ଦୁଇ ବର୍ଷ ଠିକ୍‌ ଭାବେ ଚାଲିଲା ପରେ ଆଜକୁ ତିନି ବର୍ଷ ହେଲା ନଳକୂପ ଭିତରେ ମୋଟର ଫସି ରହି ଯାଇ ଖରାପ ହେବାରୁ ନଳକୂପରୁ ପାଣି ଆଉ ବାହାରିଲା ନାହିଁ। ମେକାନିକ୍‌ ଆସି ମୋଟରକୁ କାଢ଼ିବା ପାଇଁ ବହୁ ଚେଷ୍ଟା କଲେ ତଥାପି ମୋଟର କାଢ଼ିବା ବହୁତ କଷ୍ଟ ହେବାରୁ ଦୀର୍ଘ ତିନି ବର୍ଷ ହେଲା ମୋଟର ଅଚଳ ହୋଇ ପଡ଼ିରହିଛି। ଯାହାଫଳରେ ପାଣି ବାହାରିବା କଷ୍ଟ ହେଉଛି। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ସମସ୍ୟାକୁ ଦୂର କରିବା ପାଇଁ ପରଲସିଙ୍ଗା ପଞ୍ଚାୟତ ପକ୍ଷରୁ ନୂତନ ଭାବେ ଆଉ ଏକ ନଳକୂପ ଖୋଳାଗଲା କିନ୍ତୁ ପାଣି ବାହାରିଲା ନାହିଁ। ବେଳାମାଲ ଗ୍ରାମ ଚାରି ପଟେ ପଥୁରିଆ ହୋଇଥିବାରୁ ପାଣି ବାହାରିବା ବହୁତ କଷ୍ଟ ହେଉଛି। ନଳକୂପ ଭିତରେ ମୋଟର ଫସି ରହି ଥିବାରୁ କମ୍‌ ପରିମାଣରେ ପାଣି ବାହାରୁଛି। ଉକ୍ତ ଗ୍ରାମର ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଛନ୍ତି।

ଏ ସଂକ୍ରାନ୍ତରେ ପରଲସିଙ୍ଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଝସକେତନ ସାହୁଙ୍କୁ ପଚାରିବାରୁ ଲୋକଙ୍କ ସୁବିଧା ପାଇ ନୂତନ ଏକ ନଳକୂପ ଖୋଳାଯାଇଛି, କିନ୍ତୁ ପାଣି ନ ବାହାରିବାରୁ ପୁଣି ବିଧାୟକଙ୍କୁ ଆଉ ଗୋଟାଏ ନଳକୂପ ମଞ୍ଜୁର କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri