ପ୍ରସ୍ତାବରେ ସୀମିତ ସୋଲାର ପିଡବ୍ଲ୍ୟୁଏସ୍‌

ଯାଜପୁର ଅଫିସ,୧୯ା୫: ରାଜ୍ୟର ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଉପକୂଳବର୍ତ୍ତୀ ୯ ଜିଲାର ପାଇପ୍‌ ଜଳଯୋଗାଣ ପ୍ରକଳ୍ପ (ପିଡବ୍ଲୁଏସ୍‌)ରେ ବିଦ୍ୟୁତ୍‌ ସହ ସୋଲାର ପମ୍ପ୍‌ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ୨୦୧୯ ମେ’ ମାସରେ ରାଜ୍ୟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲୁଏସ୍‌ଏସ୍‌) ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ପ୍ରସ୍ତାବ ଦେଇଥିଲେ। ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲାର ୪୩୧୫ ପ୍ରକଳ୍ପ ପାଇଁ ୱାଲର୍‌ଡ ବ୍ୟାଙ୍କ ଅନୁଦାନରୁ ପ୍ରାୟ ୩୪୫.୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତ୍ୟେକ ପ୍ରକଳ୍ପ ପିଛା ୦.୦୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଛି । ଏହି ମହତ୍‌ କାର୍ଯ୍ୟ କେବଳ ପ୍ରସ୍ତାବରେ ସୀମିତ ରହିଛି।

ଉପକୂଳବର୍ତ୍ତୀ ଜିଲାବାସୀ ପ୍ରାୟ ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ବନ୍ୟା ଓ ବାତ୍ୟା ସମୟରେ ବିଦ୍ୟୁତ୍‌ ବିଭ୍ରାଟ ବନ୍ୟା ବିପନ୍ନଙ୍କୁ ଦୁର୍ବିଷହ କରିଥାଏ। ବିଶେଷକରି ସ୍ବଚ୍ଛ ପାନୀୟଜଳ ଯୋଗାଣ ବନ୍ୟା ଅଞ୍ଚଳକୁ ବନ୍ଦ ହୋଇଯାଇଥାଏ। ବନ୍ୟା ବିପନ୍ନମାନେ ସ୍ବଚ୍ଛ ପାନୀୟଜଳ ପାଇଁ ଡହଳବିକଳ ହୋଇଥାନ୍ତି। ଏହି ଦୃଷ୍ଟିରୁ ଆର୍‌ଡବ୍ଲୁଏସ୍‌ଏସ୍‌ ପକ୍ଷରୁ ଏକ ଦୂରଦୃଷ୍ଟିସମ୍ପନ୍ନ ସୌରଚାଳିତ ପମ୍ପ୍‌ ବସାଇବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ତାହା ଫାଇଲ ତଳେ ରହିଯାଇଥିବାରୁ ବନ୍ୟାବିପନ୍ନ ଅଞ୍ଚଳରେ ପାନୀୟଜଳ ସମସ୍ୟା ଦୂର ଆଶା କ୍ଷୀଣ ହୋଇଯାଇଛି।

ଅନ୍ୟପକ୍ଷେ ଯାଜପୁର ଜିଲାରେ ୩ ପର୍ଯ୍ୟାୟରେ ପ୍ରାୟ ୨୦୦ଟି ସୌର ଯନ୍ତ୍ରଚାଳିତ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି ା ନିମ୍ନମାନର ଯନ୍ତ୍ରାଂଶ ଲଗାଇ ଦାୟିତ୍ୱରେ ଥିବା କମ୍ପାନୀ ମାଲାମାଲ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାନୀୟ ଜଳ ଚାହିଦା ପୂରଣ ହୋଇପାରିନାହିଁ। ଗତବର୍ଷ ଓଡ଼ିଶା ରିନେବଲ ଏନର୍ଜୀ ଡେଭେଲପ୍‌ମେଣ୍ଟ ଏଜେନ୍ସି(ଓରିଡା) ପକ୍ଷରୁ ସୌରଚାଳିତ ପ୍ରକଳ୍ପଗୁଡ଼ିକ ଉପରେ ସର୍ଭେ ହୋଇଥିଲା। ସେଥିରେ ସୌରଚାଳିତ ପ୍ରକଳ୍ପଗୁଡ଼ିକ ସର୍ବାଧିକ ୨୮୧ ଦିନ ଚାଲିଥିଲା । ଧର୍ମଶାଳା ବ୍ଲକରେ ଶାନ୍ତି ଆସୋସିଏଟ୍‌ ଦ୍ୱାରା ଯୋଗାଣ ହୋଇଥିବା ଏଣ୍ଡଲବା ବିଛାଖଣ୍ଡିର ମୁଣ୍ଡାସାହି ପ୍ରକଳ୍ପ ୨୧୯ ଦିନ, ପାଟପୁର ହରିଜନ ସାହି ପ୍ରକଳ୍ପ ୨୧୮ ଦିନ, ପାଟପୁର ବଡବାରିସାହି ପ୍ରକଳ୍ପ ମାତ୍ର ୧୩ ଦିନ ଚାଲିବା ପରେ ଅଚଳ ହୋଇପଡିଥିଲା । ସେହିପରି ସୁକିନ୍ଦା ବ୍ଲକ ଗୋବରଖାଟି ମିର୍ଗିଚର ପ୍ରକଳ୍ପ ୧୭୭ ଦିନ, ଚିଙ୍ଗୁଡିପାଳ ଛତନନଗର ମୁଣ୍ଡାସାହି ପ୍ରକଳ୍ପ ୧୬୯ ଦିନ ଓ ଖରଡି ପ୍ରକଳ୍ପ ୨୧୧ ଦିନ ପାଣି ଯୋଗାଣ କରିପାରିଥିଲା । ସେହିପରି ବଡ଼ଚଣା ବ୍ଲକର ପାରିଆ ସାବରସାହି ପ୍ରକଳ୍ପ ୨୮୧ ଦିନ, ଭୂଷଣପୁର ଆଦିବାସୀ ସାହି ପ୍ରକଳ୍ପ ୧୩୧ ଦିନ ଓ ଚାରିନଙ୍ଗଲ ଝାରକୁଳ ପ୍ରକଳ୍ପ ମାତ୍ର ୧୩ ଦିନ ଚାଲିଥିଲା । ତେଣୁ ବନ୍ୟା ଓ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରସ୍ତାବିତ ସୌରଚାଳିତ ପମ୍ପ ଉଚ୍ଚମାନର ସ୍ଥାପନ କରା ନ ଗଲେ କିଛିଦିନ କାର୍ଯ୍ୟକ୍ଷମ ହୋଇ ପୁଣି ଅଚଳ ହେବାର ସମ୍ଭାବନା ରହିଛି ବୋଲି ସେତେବେଳେ ମତପ୍ରକାଶ ପାଇଥିଲା । ଏ ସଂକ୍ରାନ୍ତରେ ଯାଜପୁର ଆର୍‌ଡବ୍ଲୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri