ଦୀପାବଳି ପରଦିନ ସୂର୍ଯ୍ୟଗ୍ରହଣ: ୨୭ ବର୍ଷ ପରେ ଏଭଳି ସଂଯୋଗ, ସତର୍କ ରୁହନ୍ତୁ ଏହି ୪ ରାଶି ଲୋକ

ଚଳିତ ବର୍ଷ ଅକ୍ଟୋବର ୨୪ରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଲାଗିବ। ତେବେ ଦୀପାବଳି ଏବଂ ସୂର୍ଯ୍ୟପରାଗର ଏଭଳି ସଂଯୋଗ ୨୭ ବର୍ଷ ପରେ ହୋଇଛି ବୋଲି କୁହାଯାଉଛି। ଏହାପୂର୍ବରୁ ୧୯୯୫ରେ ଏଭଳି ହୋଇଥିଲା। ଧାର୍ମିକ ମାନ୍ୟତା ଅନୁଯାୟୀ ଗ୍ରହଣ ଲାଗିବାକୁ ଅଶୁଭ ବୋଲି କୁହାଯାଏ। ଏଥିଲାଗି ଏହି ସମୟରେ ଅନେକ ଜିନିଷ ପ୍ରତି ସାବଧାନ ରହିବା ନେଇ ପରାମର୍ଶ ଦିଆଯାଇଥାଏ। ଆସନ୍ତୁ ଜାଣିବା ଏହି ସୂର୍ଯ୍ୟଗ୍ରହଣ କେଉଁ ରାଶି ଲାଗି ଅସୁବିଧା ସୃଷ୍ଟି କରିପାରେ:-

ସୂର୍ଯ୍ୟଗ୍ରହଣ ୨୦୨୨ ତାରିଖ ଏବଂ ସମୟ:
-ସୂର୍ଯ୍ୟଗ୍ରହଣ ଅକ୍ଟୋବର ୨୫ରେ ଲାଗିବ
-ଗ୍ରହଣ ଅକ୍ଟୋବର ୨୫ ଅପରାହ୍ନ ୪ଟା ୨୮ ମିନିଟ୍‌ରୁ ଆରମ୍ଭ ହେବ।
-ଅପରାହ୍ନ ୫ଟା ୨୯ରେ ଗ୍ରହଣ ଶେଷ ହେବ(କିଛି ସ୍ଥାନରେ ଭିନ୍ନ ହୋଇପାରେ)

କେଉଁ ରାଶି ଉପରେ ପଡ଼ିବ ପ୍ରଭାବ:
ବୃଷ ରାଶି: ସୂର୍ଯ୍ୟଗ୍ରହଣ ସମୟରେ ଆପଣଙ୍କୁ ବହୁତ ସତର୍କ ରହିବାକୁ ହେବ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବାକୁ ପନିବ। ଆପଣଙ୍କର ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି।

ମିଥୁନ: ସୂର୍ଯ୍ୟଗ୍ରହଣ ସମୟରେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି। ଆପଣଙ୍କ ଭାଗ୍ୟ ଆପଣଙ୍କ ସହ ରହିବ ନାହିଁ। ଏଥିଲାଗି ପ୍ରତିଟି କାର୍ଯ୍ୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଣୁ ଏହି ସମୟ ମଧ୍ୟରେ ସାବଧାନ ରୁହନ୍ତୁ।

କନ୍ୟା ରାଶି: ଆପଣଙ୍କର ଖର୍ଚ୍ଚ ହଠାତ ବଢ଼ିଯାଇପାରେ। ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ମାନସିକ ଚାପରେ ରହିବେ। ଏହି ସମୟ ମଧ୍ୟରେ ଟଙ୍କା ନେଣଦେଣ, ବିନିଯୋଗରୁ ଦୂରେଇ ରୁହନ୍ତୁ।

ତୁଳା ରାଶି: ଏହି ସମୟ ମଧ୍ୟରେ ଆପଣଙ୍କୁ ସତର୍କ ରହିବାକୁ ହେବ। ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ। ଟଙ୍କା ମାମଲାରେ ସତର୍କ ରହିବା ଆବଶ୍ୟକ।