ବଲାଙ୍ଗୀରରେ ଗଡ଼ିଲା ସୋଲାର ରଥ, ଓଡ଼ିଶାର ତୃତୀୟ ସ୍ଥାନରେ…

ବଲାଙ୍ଗୀର,୫ା୧୧(ସୁନିଲ କୁମାର ମହାନ୍ତି): ମୁକ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ ଟପ୍‌ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାଓ୍ବାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଓ୍ବେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ) ପକ୍ଷରୁ ବଲାଙ୍ଗୀର ଜିଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି।
ଗୁରୁବାର ବଲାଙ୍ଗୀର ଜିଲା କାର୍ଯ୍ୟାଳୟ ପରିସରରେ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର, ଆଇଏଏସ୍‌, ଏହି ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିପିଡବ୍ଲ୍ୟୁଓଡିଏଲର ଅନେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରଥମେ ସମ୍ବଲପୁରରେ ମାନ୍ୟବର ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଏହି ସୋଲାର ରଥର ଶୁଭ ଉଦ୍‌ଘାଟନ କରାଯାଇଥିଲା। ପରେ ପରେ ବରଗଡ଼, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, ନୂଆପଡ଼ା ଜିଲାରେ ଏହି ସୋଲାର ରଥ ଗଡ଼ିଥିଲା। ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକ ଅଞ୍ଚଳରେ ରୁଫ୍‌ଟପ୍‌ ସୋଲାର ଓ ପିଏମ୍‌ ସୂର୍ଯ୍ୟଘର ଯୋଜନା ସମ୍ପର୍କରେ ସୂଚନା ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।

ସୂଚନା ଥାଉକି, ୧୧ ହଜାର ସୋଲାର ପ୍ୟାନେଲ ସ୍ଥାପନ ସହ ସମଗ୍ର ପଶ୍ଚିମ ଓଡ଼ିଶାରେ ୩ୟ ସ୍ଥାନରେ ରହିଛି ବଲାଙ୍ଗୀର।

Dharitri – Odisha’s No.1 Odia Daily

Share