ପୋଲ ପାର୍ଶ୍ୱରୁ ଧୋଇଗଲା ମାଟି

ନୂଆଗାଁ,୧୩।୮ (ଡି.ଏନ.ଏ.) ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାଲଣ୍ଡାଠାରୁ ବରକୋଳାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ପୋଲ ପାର୍ଶ୍ୱରୁ ମାଟି ଧୋଇ ହୋଇଯାଇଛି । ଏହାପରେ ଉକ୍ତ ରାସ୍ତାରେ ଯାନବାହନ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି। କାଳେ କୌଣସି ଦୁର୍ଘଟଣା ଘଟିବ ସେହି ଆଶଙ୍କାରେ ଉକ୍ତ ପୋଲ ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇଛି।
ନୂଆଗାଁ ବ୍ଲକ ଗୁମି ପଞ୍ଚାୟତ ଜାମୁସାହି, କେସେଣ୍ଡା ଗ୍ରାମରୁ ଗୁମି ମୁଖ୍ୟରାସ୍ତାକୁ ଯିବାରେ ବାଧକ ସାଜୁଥିଲା ଡାହୁକା ନଦୀ। ସେଥିରେ ପୋଲ ହୋଇ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଏ ନେଇ ବାରମ୍ବାର ଅଭିଯୋଗ, ଏପରି କି ଭୋଟ ବର୍ଜନ ନିଷ୍ପତ୍ତି ଗ୍ରାମବାସୀ ନେବା ପରେ ସରକାରଙ୍କ ନଜର ପଡିଥିଲା । ପାରାଢିପି ପଞ୍ଚାୟତର ବାଲଣ୍ଡାଠାରୁ ଜାମୁସାହି, କେସେଣ୍ଡା, ଗୁମି ଦେଇ ବରକୋଳା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ସରକାର ଅନୁଦାନ ମଞ୍ଜୁର କଲେ। ୧୨.୭୦୦ କିଲୋମିଟର ମଧ୍ୟରୁ ୧୧.୪୫୦ କିଲୋମିଟର ପିଚୁ ହେବା ସହ ୧୧ଟି ପୋଲ ନିର୍ମାଣ ପାଇଁ ୬୪୫.୨୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଉକ୍ତ କାର୍ଯ୍ୟ ଅଗଷ୍ଟ ୨୦୧୯ରେ ଆରମ୍ଭ ହେବା ନେଇ ସୂଚନା ଫଳରେ ତଥ୍ୟ ରହିଥିବା ବେଳେ କାର୍ଯ୍ୟ ଶେଷ ହେବାର ଅବଧିର କୌଣସି ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ରାସ୍ତା କାମ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ବେଳେ ଅତ୍ୟାବଶ୍ୟକ ଥିବା ଡାହୁକା ନଦୀରେ ପୋଲର ଛାତ ପଡିଯାଇଛି । ଫଳରେ ଲୋକମାନେ ଯିବା ଆସିବା କରିବା ସହ ଯାନବାହନ ଯାତାୟତ କରୁଥିଲା । କିନ୍ତୁ ଲଗାଣ ବର୍ଷା ହେବା ଫଳରେ ପୋଲ ପାର୍ଶ୍ୱରେ ରାସ୍ତାକୁ ସଂଯୋଗ ପାଇଁ ଦିଆ ଯାଇଥିବା ମାଟି ଧୋଇ ହୋଇ ଯାଇଛି । ଫଳରେ ଉକ୍ତ ସ୍ଥାନଟି ଏକ ପ୍ରକାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଯାନବାହନ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ଲୋକମାନେ ଚାଲିକି ଯିବା ସମୟରେ ମାଟି ଧସି ଯିବାର ଆଶଙ୍କା ସୃଷ୍ଟି ହେଉଛି । ତେବେ ଠିକାଦାର ଯଦି ତାହାକୁ ମରାମତି ନ କରନ୍ତି ତା’ହେଲେ ଅଧିକ ବର୍ଷା ହେଲେ ସେହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ା ପୋଲ ନିକଟରେ ଧୋଇଯାଇଥିବା ମାଟିର ମରାମତି ବାବଦରେ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରେ ଏ ବିଷୟରେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟମାନେ ଅବଗତ ଅଛନ୍ତି । ବର୍ଷା ଛାଡିବା ପରେ ଯଥାଶୀଘ୍ର ସେଠାରେ ଏକ କାନ୍ଥ ନିର୍ମାଣ କରିବା ସହ ମାଟି ଖସିଥିବା ସ୍ଥାନର ମରାମତି କାମ ଆରମ୍ଭ କରାଯିବ। ଏଥିପାଇଁ ପାଇଁ ଠିକାଦାରକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri