ପୋଲ ପାର୍ଶ୍ୱରୁ ଧୋଇଗଲା ମାଟି

ନୂଆଗାଁ,୧୩।୮ (ଡି.ଏନ.ଏ.) ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାଲଣ୍ଡାଠାରୁ ବରକୋଳାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣଧୀନ ପୋଲ ପାର୍ଶ୍ୱରୁ ମାଟି ଧୋଇ ହୋଇଯାଇଛି । ଏହାପରେ ଉକ୍ତ ରାସ୍ତାରେ ଯାନବାହନ ଯାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଛି। କାଳେ କୌଣସି ଦୁର୍ଘଟଣା ଘଟିବ ସେହି ଆଶଙ୍କାରେ ଉକ୍ତ ପୋଲ ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇଛି।
ନୂଆଗାଁ ବ୍ଲକ ଗୁମି ପଞ୍ଚାୟତ ଜାମୁସାହି, କେସେଣ୍ଡା ଗ୍ରାମରୁ ଗୁମି ମୁଖ୍ୟରାସ୍ତାକୁ ଯିବାରେ ବାଧକ ସାଜୁଥିଲା ଡାହୁକା ନଦୀ। ସେଥିରେ ପୋଲ ହୋଇ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ । ଏ ନେଇ ବାରମ୍ବାର ଅଭିଯୋଗ, ଏପରି କି ଭୋଟ ବର୍ଜନ ନିଷ୍ପତ୍ତି ଗ୍ରାମବାସୀ ନେବା ପରେ ସରକାରଙ୍କ ନଜର ପଡିଥିଲା । ପାରାଢିପି ପଞ୍ଚାୟତର ବାଲଣ୍ଡାଠାରୁ ଜାମୁସାହି, କେସେଣ୍ଡା, ଗୁମି ଦେଇ ବରକୋଳା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ପାଇଁ ସରକାର ଅନୁଦାନ ମଞ୍ଜୁର କଲେ। ୧୨.୭୦୦ କିଲୋମିଟର ମଧ୍ୟରୁ ୧୧.୪୫୦ କିଲୋମିଟର ପିଚୁ ହେବା ସହ ୧୧ଟି ପୋଲ ନିର୍ମାଣ ପାଇଁ ୬୪୫.୨୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଉକ୍ତ କାର୍ଯ୍ୟ ଅଗଷ୍ଟ ୨୦୧୯ରେ ଆରମ୍ଭ ହେବା ନେଇ ସୂଚନା ଫଳରେ ତଥ୍ୟ ରହିଥିବା ବେଳେ କାର୍ଯ୍ୟ ଶେଷ ହେବାର ଅବଧିର କୌଣସି ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ରାସ୍ତା କାମ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ବେଳେ ଅତ୍ୟାବଶ୍ୟକ ଥିବା ଡାହୁକା ନଦୀରେ ପୋଲର ଛାତ ପଡିଯାଇଛି । ଫଳରେ ଲୋକମାନେ ଯିବା ଆସିବା କରିବା ସହ ଯାନବାହନ ଯାତାୟତ କରୁଥିଲା । କିନ୍ତୁ ଲଗାଣ ବର୍ଷା ହେବା ଫଳରେ ପୋଲ ପାର୍ଶ୍ୱରେ ରାସ୍ତାକୁ ସଂଯୋଗ ପାଇଁ ଦିଆ ଯାଇଥିବା ମାଟି ଧୋଇ ହୋଇ ଯାଇଛି । ଫଳରେ ଉକ୍ତ ସ୍ଥାନଟି ଏକ ପ୍ରକାର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଯାନବାହନ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ଲୋକମାନେ ଚାଲିକି ଯିବା ସମୟରେ ମାଟି ଧସି ଯିବାର ଆଶଙ୍କା ସୃଷ୍ଟି ହେଉଛି । ତେବେ ଠିକାଦାର ଯଦି ତାହାକୁ ମରାମତି ନ କରନ୍ତି ତା’ହେଲେ ଅଧିକ ବର୍ଷା ହେଲେ ସେହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ା ପୋଲ ନିକଟରେ ଧୋଇଯାଇଥିବା ମାଟିର ମରାମତି ବାବଦରେ ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପଚାରିବାରେ ଏ ବିଷୟରେ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଅନ୍ୟମାନେ ଅବଗତ ଅଛନ୍ତି । ବର୍ଷା ଛାଡିବା ପରେ ଯଥାଶୀଘ୍ର ସେଠାରେ ଏକ କାନ୍ଥ ନିର୍ମାଣ କରିବା ସହ ମାଟି ଖସିଥିବା ସ୍ଥାନର ମରାମତି କାମ ଆରମ୍ଭ କରାଯିବ। ଏଥିପାଇଁ ପାଇଁ ଠିକାଦାରକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri