ମାଟି, ବିହନ ଓ ପରିବେଶ

ବର୍ତ୍ତମାନ ସାରା ଦେଶରେ କୃଷି ସମ୍ବନ୍ଧରେ ତିନୋଟି ବିଷୟରେ ଆଲୋଚନା କରିବା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କଥା ହେଲା ମାଟି। ମାଟି ଦିନକୁ ଦିନ ଅଧିକ ପ୍ରଦୂଷିତ ହେବା ସହିତ ଏହାର ଗୁଣବତ୍ତା ନଷ୍ଟ ହେବାରେ ଲାଗିଛି। ସେହିଭଳି ବିହନକୁ ନେଇ ମଧ୍ୟ ସାରା ବିଶ୍ୱରେ ଉଦ୍‌ବେଗ ପ୍ରକାଶ ପାଉଛି। ଦେଶୀ ବିହନଗୁଡ଼ିକ ତଥା ପରମ୍ପରାଗତ ବିହନ ଓ ପରିବେଶ ସହନଶୀଳ ବିହନ ଲୋପ ପାଇଯାଉଛି। ବିହନକୁ ନେଇ ବ୍ୟବସାୟ ହେବା ସହିତ ବିହନର ଅଧିକାର ଚାଷୀ ବଦଳରେ ବ୍ୟବସାୟୀଙ୍କ ନିକଟରେ ରହୁଛି ଏବଂ ଅନେକ ଆଞ୍ଚଳିକ ଅନୁକୂଳ ବିହନ ଲୋପ ପାଇବାରେ ଲାଗିଛି! କିଛି ମହତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସ୍ଥାନୀୟ ବିହନକୁ ସଂରକ୍ଷଣ କରି ରଖିବା ପାଇଁ ପ୍ରୟାସ କରି ଚାଲିଛନ୍ତିି, କିନ୍ତୁ ତାହା ଯଥେଷ୍ଟ ହୋଇପାରୁନାହିଁ। କାରଣ ସରକାର କି ସମାଜ ହେଉ କିମ୍ବା ବ୍ୟବସାୟୀ ହୁଅନ୍ତୁ ବା ବିଜ୍ଞାପନଦାତା ନିଜର ସ୍ବାର୍ଥ ନିମନ୍ତେ ସମସ୍ତେ ହାଇବ୍ରିଡ ବିହନକୁ ଉତ୍ସାହିତ କରୁଛନ୍ତି ! ଅନ୍ୟ ଏକ ବିଶେଷ ଚିନ୍ତାର ବିଷୟ ହେଲା ପରିବେଶ ଅସନ୍ତୁଳିତ ହେବାରୁ ଏହାର ପ୍ରଭାବ ସାରା ବିଶ୍ୱରେ ପଡ଼ୁଛି।
ମିଳିତ ଜାତିସଂଘ ୨୦୧୯ରୁ ୨୦୨୮ ପର୍ଯ୍ୟନ୍ତ ଦଶନ୍ଧି ଧରି ଫ୍ୟାମିଲ ଫାର୍ମିଂକୁ ଗୁରୁତ୍ୱ ଦେଇଛି। ଏହି ପ୍ରେରଣାଯୁକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହିତ ଅନେକ ସାମାଜିକ ଅନୁଷ୍ଠାନ ମଧ୍ୟ ଫ୍ୟାମିଲି ଫାର୍ମିଂକୁ ଗୁରୁତ୍ୱ ଦେଉଛନ୍ତି। ଫ୍ୟାମିଲ ଫାର୍ମିଂର ମୂଳ ଲକ୍ଷ୍ୟ ହେଉଛି ଚିରସ୍ଥାୟୀ କୃଷି ଓ ପରିବେଶ ଅନୁକୂଳ ଚାଷକୁ ପ୍ରୋତ୍ସାହନ ଦେବା। ଏହା ଦ୍ୱାରା ଜଙ୍ଗଲ, ଗଛ, ଚାଷୀ ଓ ପରିବେଶ ବଞ୍ଚିବ। ଏହି କାର୍ଯ୍ୟକ୍ରମରେ ଯୁବ ବର୍ଗ, ମହିଳା ଚାଷୀଙ୍କୁ ମଧ୍ୟ ଅଧିକ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। କିନ୍ତୁ କଥା ଉଠୁଛି, ବର୍ତ୍ତମାନ ବିକାଶମୂଳକ କାର୍ଯ୍ୟକ୍ରମରେ ଓ ବୃହତ୍‌ କମ୍ପାନୀଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ତଥାକଥିତ ବିକାଶକୁ ଆଧାର କରି ବିଜ୍ଞାପନମୂଳକ ସମାଜରେ ଏଗୁଡ଼ିକ ସାଧାରଣ ଜନତାଙ୍କ ଦୃଷ୍ଟିକୋଣରେ ଗୌଣ ହୋଇଯାଉଛି!
ଗତ କିଛିବର୍ଷ ଧରି ମାଟିକୁ ସୁରକ୍ଷିତ ରଖିବା, ମାଟିକୁ ନେଇ ପରୀକ୍ଷା କରିବା, ମାଟିରେ କେଉଁ ସାର ଆବଶ୍ୟକ, କେଉଁ ମାଟିରେ କେଉଁ ଚାଷ ଭଲ ହୋଇପାରିବ, ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ମାଟିରେ ପ୍ରୟୋଗ ହେଉଥିବା ରାସାୟନିକ ବିପଦ ସୃଷ୍ଟି କରୁଛି। ଅନେକ ସମୟରେ ମାଟି ଲାଞ୍ଚୁଆ ହୋଇଯାଉଛି ବୋଲି କୃଷକମାନେ କୁହନ୍ତି। ନିକଟରେ ମୁଁ ରାୟଗଡ଼ା, କନ୍ଧମାଳ ଜିଲାର କୋଟଗଡ଼, ବିଷମକଟକ, ମୁନିଗୁଡ଼ା ଆଦି ଅଞ୍ଚଳରେ ଦେଖୁଥିଲି ସା ହୋଇଗଲେ ଜଙ୍ଗଲ, ପାହାଡ଼ରେ ନିଆଁ। ପ୍ରକୃତରେ ଏହା କେତେ ସମସ୍ୟା ସୃଷ୍ଟି କରୁଛି। ଲୋକଙ୍କ ମଧ୍ୟରେ ସଚେତନତା ନାହିଁ କିମ୍ବା କ୍ଷଣିକ ଲାଭ ନିମନ୍ତେ ବାଡ଼, ଜଙ୍ଗଲ, ପତ୍ର ପୋଡ଼ି ସଫା କରିବା ପାଇଁ ନିଆ ଲଗାଇ ଦେଉଛନ୍ତି। ଏ ସମ୍ପର୍କରେ ସ୍କୁଲ କିମ୍ବା ଗୋଷ୍ଠୀ ସ୍ତରରେ ସକାରାତ୍ମକ ଭାବରେ ଏହାକୁ ଆଲୋଚନା କରିବା ଉଚିତ। ବଣଜଙ୍ଗଲ ନିଆଁ କିପରି ପ୍ରଦୂଷଣ ବଢ଼ାଇବା ସହିତ ତାପ ବୃଦ୍ଧିକରୁଛି, ସେ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା କରାଯାଉ।
ନିକଟରେ ମାଟି, ବିହନ ଓ ପରିବେଶକୁ ସୁରକ୍ଷିତ ରଖିବା ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗାମୀ ତରଫରୁ ରାୟଗଡ଼ା ସହରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଥିଲା। ଏହି ଦୁଇଦିନିଆ ଆଲୋଚନାଚକ୍ରରେ ମାଟିକୁ କିପରି ସୁରକ୍ଷିତ ରଖିବା, ସ୍ଥାୟୀ ଚାଷ ଜୀବିକା ନିମନ୍ତେ ପରିବେଶ ଅନୁକୂଳ ଚାଷ କରିବା, ବିହନ ସଂରକ୍ଷଣ କରିବା ଏବଂ ପରିବେଶକୁ ସନ୍ତୁଳିତ କରିବା, ବାଡ଼ିବଗିଚା କୃଷିକୁ ପ୍ରାଧାନ୍ୟ ଦେବା, ଯାହାକି ପରିବେଶ ଅନୁକୂଳ ହୋଇପାରିବ, ଏହିପରି ଜଳବାୟୁ ଉପଯୋଗୀ ନିରନ୍ତର ଜୀବିକା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଥିଲା। ବଡ଼କଥା ହେଲା, ଏହି ଆଲୋଚନାଚକ୍ରକୁ ଅନେକ କୃଷକ ଆସିଥିଲେ, ଯେଉଁମାନେ ଜଳବାୟୁ ଉପଯୋଗୀ କୃଷିକୁ ଆପଣାଇଛନ୍ତି, ନିଜର ଫ୍ୟାମିଲି ଫାର୍ମିଂ ମାଧ୍ୟମରେ ଜୀବିକାରେ ଉନ୍ନତି ଆଣିପାରିଛନ୍ତି। ଆୟ ବୃଦ୍ଧି ଦ୍ୱାରା ଜୀବିକାରେ ପରିବର୍ତ୍ତନ ଆସିବା ସହିତ ନିଜ ପିଲାଙ୍କ ପାଠପଢ଼ା ପ୍ରତି ଅଧିକ ଖର୍ଚ୍ଚ କରିପାରିଛନ୍ତି ଏବଂ ଏକ ସମ୍ମାନଜନକ ଜୀବିକା ଆପଣାଇଛନ୍ତି। ନିରନ୍ତର ସେମାନଙ୍କର ଆୟ ବୃଦ୍ଧି ହେବାରେ ଲାଗିଛି। ଏହି କାର୍ଯ୍ୟକ୍ରମରେ କିଛି ଚାଷୀ ନିଜର ଅନୁଭୂତିରୁ ପ୍ରକାଶ କରିଥିଲେ ଯେ ସେମାନେ ବିନା ହଳରେ ଚାଷ କରି ଜୀବିକା ଅର୍ଜନ କରିପାରିଛନ୍ତି। ମାଟିକୁ ସେମାନେ ଯତ୍ନ କରିଛନ୍ତି, କାରଣ ସେମାନେ ଅନୁଭବ କରିଛନ୍ତି ଯେ ମାଟି ହେଉଛି ମାଆ।
କିଛି ଯୁବ ବର୍ଗ ଆସିଥିଲେ, ଯେଉଁମାନେ ନିଜ ନିଜ ଗ୍ରାମରେ ଫ୍ୟାମିଲ ଫାର୍ମକୁ ଗୁରୁତ୍ୱ ଦେବା ସହିତ କୃଷି ବିଦ୍ୟାଳୟ ଭାବରେ ସାରେ କେତେକ ଗାଁରେ ପ୍ରାକୃତିକ କୃଷି, ମାଟିକୁ ବିଷାକ୍ତ ସାରରୁ ଦୂରରେ ରଖିବା, ମାଟିର ସୁରକ୍ଷା, ପରିବେଶ ସୁରକ୍ଷା, ଫ୍ୟାମିଲି ଫାର୍ମ କିପରି ନିଜ ପରିବାରର ଆୟ ବୃଦ୍ଧି କରିବା ସହିତ ନିଜ ନିଜର ଗାଁ କିପରି ପରିବେଶ ଅନୁକୂଳ ଗାଁ ବା ଇକୋ-ଭିଲେଜ ହୋଇପାରିବ, ସେଥିନିମନ୍ତେ ପ୍ରୟାସ କରୁଛନ୍ତି। ସେମାନେ ନିଜର ଉନ୍ନତି କରିବା ସହିତ ନିଜ ଗାଁ, ଜିଲା, ରାଜ୍ୟ ତଥା ଦେଶର ପରିବେଶ ସନ୍ତୁଳିତ ରଖିବାରେ ଗୁଣ୍ଡୁଚିମୂଷା ସଦୃଶ ସାହାଯ୍ୟ କରୁଛନ୍ତି, ସେହି ଦୃଷ୍ଟିରୁ ସେମାନେ ବେଶ୍‌ ପ୍ରଶଂସାଯୋଗ୍ୟ।
ବର୍ତ୍ତମାନ ସବୁଠାରେ କଳକାରଖାନା ହେବ, ବିକାଶ ହେବ ଏହିଭଳି ଧାରଣା ଚାରିଆଡେ ପ୍ରସାର କରାଯାଉଛି। ଅନେକେ ଆଶା କରୁଛନ୍ତି, କଳକାରଖାନା, ଖଣିଖାଦାନ ହେଲେ ବିକାଶ ହେବ। କିନ୍ତୁ ଏହା ମଧ୍ୟ ହେଉଛି ଯେ ବର୍ତ୍ତମାନ ବିଦ୍ୟାଳୟରେ ପଢ଼ୁଥିବା ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପରିବେଶରେ କ’ଣ ପରିବର୍ତ୍ତନ ହେଉଛି, ତାହାକୁ ଅନୁଭବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପରିବେଶ ଅନୁକୂଳ କୃଷିକୁ ପ୍ରୋତ୍ସାହନ ଦେବା ହେଉଛି ସମସ୍ତଙ୍କ କର୍ତ୍ତବ୍ୟ। ଏହି ପରିସ୍ଥିତିରେ ସରକାର ଓ ନାଗରିକ ସମାଜ ଏହିଭଳି କିଛି କାର୍ଯ୍ୟ ହାତକୁ ନେବାକୁ ପଡ଼ିବ, ଯାହାକି ବିହନ ବଞ୍ଚିବ, ମାଟି ବଞ୍ଚିବ ଓ ପରିବେଶ ମଧ୍ୟ ବଞ୍ଚିବ! ଏଥିରେ ଗଣମାଧ୍ୟମକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ପଡ଼ିବ।
ବର୍ତ୍ତମାନ ସରକାରଙ୍କ ତରଫରୁ ବ୍ୟକ୍ତିଗତ ଭାବରେ କୃଷକର ଆୟବୃଦ୍ଧି ନିମନ୍ତେ ପରିବେଶଭିତ୍ତିକ କୃଷିକୁ ଆପଣାଇବା ସହିତ ତୃଣମୂଳ ସ୍ଥଳରେ ଛୋଟ ଚାଷୀଙ୍କୁ ସୁଯୋଗ ଦେବାକୁ ପଡ଼ିବ। ଏହା କେବଳ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେବା ଭାରି କଷ୍ଟ। ସରକାର ଓ ବେସରକାରୀ ଅନୁଷ୍ଠାନ ମିଳିତ ଭାବରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଯଦି ପରିବାରର କିଛି ଚାଷ ଜମିଥାଏ କିମ୍ବା ଜଙ୍ଗଲ ଜମି ଥାଏ କିମ୍ବା ଅନ୍ୟ କାହାର ଜମିରେ ଚାଷ କରୁଥାଏ, ଏହି ଦୃଷ୍ଟିରୁ ସରକାର, ସାମାଜିକ ଅନୁଷ୍ଠାନର ମିଳିତ ସହାୟତାରେ ଗ୍ରାମୀଣ ଅଞ୍ଚଳରେ ତଥା ଆଦିବାସୀ ଅଞ୍ଚଳରେ ଆଦିବାସୀ ଯୁବକଟିଏ ଆତ୍ମନିର୍ଭରଶୀଳ ହୋଇ ବଞ୍ଚିପାରିବ ଓ ପରିବେଶ ସନ୍ତୁଳିତ ରଖିବାରେ ନିଜର ଭାଗିଦାରିତା ରହିପାରିବ। ଅନେକ ଚାଷୀ ଅଛନ୍ତି, ଯେଉଁମାନେ ପରିବେଶ ଅନୁକୂଳ ଚାଷ କରୁଛନ୍ତି, କିନ୍ତୁ ସେମାନେ ଲୋକଲୋଚନକୁ ଆସିପାରୁନାହାନ୍ତି କିମ୍ବା ତାହା ଗଣମାଧ୍ୟମରେ ପ୍ରସାରଣ ହେଉନାହିଁ କିମ୍ବା ସେମାନଙ୍କ ପାଇଁ କେହି କରୁନାହାନ୍ତି। ଏହି ଦୃଷ୍ଟିରୁ ପରିବେଶ ଅନୁକୂଳ ଚାଷୀ, ଫ୍ୟାମିଲି ଫାର୍ମ କରୁଥିବା ଚାଷୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର କାହାଣୀକୁ ଅନ୍ୟମାନଙ୍କ ଆଗରେ ଉପସ୍ଥାପନ କରିବାକୁ ପଡ଼ିବ, ଯାହା ଦ୍ୱାରା କି ସଫଳ ଚାଷୀ ନିଜର ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହିତ ଅନ୍ୟ କୃଷକମାନଙ୍କୁ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ।

ଲୋକନାଥ ପଣ୍ଡା
୪ର୍ଥ ଗଳି, ହାତୀପଥର ରାସ୍ତା, ରାଣୀଗୁଡ଼ା
ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri